କେନ୍ଦୁଝର ଜିଲା ଆଶାକର୍ମୀ ସଂଘ ପକ୍ଷରୁ ୬ ଦଫା ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କେନ୍ଦୁଝର ଜିଲା ଆଶାକର୍ମୀ ସଂଘ ପକ୍ଷରୁ ୬ ଦଫା ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କେନ୍ଦୁଝର ସଦର: କେନ୍ଦୁଝର ଜିଲା ଆଶାକର୍ମୀ ସଂଘ ପକ୍ଷରୁ ୬ ଦଫା ଦାବି ନେଇ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି। ଜିଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଭାରତୀୟ ମଜଦୂର ସଂଘ ସହବନ୍ଧିତ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ତରଫରୁ କର୍ମଚାରୀଙ୍କ ସମସ୍ୟାକୁ ନେଇ ବହୁବାର ଦାବିପତ୍ର ଦିଆଯାଇଛି । ପ୍ରତିଶ୍ରୁତି ମଧ୍ୟ ମିଳିଛି, କିନ୍ତୁ ଆଜି ପର୍ଯ୍ୟନ୍ତ ଦାବି ପୂରଣ ଦିଗରେ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଯାହା ଓଡିଶାରେ କାର୍ଯ୍ୟରତ ଆଶାକର୍ମୀ ମାନଙ୍କୁ ନିରାଶ କରିଛି ବୋଲି ଓଡିଶା ରାଜ୍ୟ ଆଶା କର୍ମୀ ସଂଘର ରାଜ୍ୟ ସମ୍ପାଦିକା ଧରିତ୍ରୀ ବାରିକ କହିଛନ୍ତି। ଆଶାକର୍ମୀ ସଂଘର କେନ୍ଦୁଝର ଜିଲା ଶାଖାର ସଭାନେତ୍ରୀ ପ୍ରମିଳା ମହାନ୍ତ ଏବଂ ଜିଲା ସମ୍ପାଦିକା ମୀନା ମହାନ୍ତଙ୍କ ନେତୃତ୍ବରେ ବିକ୍ଷୋଭ ଆନ୍ଦୋଳନ ହୋଇଥିଲା।

Leave a Reply

Your email address will not be published. Required fields are marked *