ନକ୍ସଲ ପୁଲିସ ମଧ୍ୟରେ ଗୁଳିବିନିମୟରେ ୩୦ ନକ୍ସଲ ନିପାତ

ସୁକମା ଓ ବିଜାପୁର ଜିଲ୍ଲାର ସୀମାବର୍ତ୍ତି ଅଂଚଳର ମରକାଗୁଡା, ଇରାପଲ୍ଲୀ, ବଟେତଙ୍ଗ, ମଟ୍ଟାଗୁଡ଼େମ ଭଳି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଡ଼ିଆରଜି, ବସ୍ତର ଫାଇଟର୍ସ, ଜିଲ୍ଲା ପୁଲିସ ମିଳିତ ସର୍ଚ୍ଚ ଅପେରସନ କରୁଥିବା ବେଳେ ନକ୍ସଲ ସହ ମୁଁହାମୁହିଁ ହୋଇଥିଲେ। ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ରହି ରହି ଗୁଳିବିନିମୟ ହୋଇଥିଲା।

ନାରାୟଣପୁର ଜିଲ୍ଲାର ଆବୁଝମାଡ଼ ଜଙ୍ଗଲରେ ମଧ୍ୟ ନକ୍ସଲ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏହି ଗୁଳିବିନିମୟର ଦନ୍ତେୱାଡ଼ା ପୁଲିସ ମଧ୍ୟ ସାମିଲ ଥିଲା। ଦୀର୍ଘ ସମୟ ଧରି ଗୁଳିବିନିମୟ ପରେ ଯବାନ ସର୍ଚ୍ଚ ଅପେରସନ ବେଳେ ୧୪ ଜଣ ନକ୍ସଲଙ୍କ ଶବ ଉଦ୍ଧାର କରାଯାଇଛି। କିନ୍ତୁ ମୃତକଙ୍କ ସଂଖ୍ୟା ୩୦ ବୋଲି କୁହାଯାଉଛି।

ଅନ୍ୟ ଏକ ଘଟଣାରେ ନାରାୟଣପୁର ଜିଲ୍ଲାର ଆବୁଝମାଡ଼ ଜଙ୍ଗଲରେ ମଧ୍ୟ ନକ୍ସଲ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏହି ଗୁଳିବିନିମୟର ଦନ୍ତେୱାଡ଼ା ପୁଲିସ ମଧ୍ୟ ସାମିଲ ଥିଲା। ଦୀର୍ଘ ସମୟ ଧରି ଗୁଳିବିନିମୟ ପରେ ଯବାନ ସର୍ଚ୍ଚ ଅପେରସନ ବେଳେ ୭ ଜଣ ନକ୍ସଲଙ୍କ ଶବ ଉଦ୍ଧାର କରାଯାଇଛି। ପୁଲିସ ଘଟଣାସ୍ଥଳରେ ସର୍ଚ୍ଚ ଅପେରସନ ଜାରି ରଖିଛି। ଦୁଇଟି ଘଟଣାରେ ଜଙ୍ଗଲରୁ ବିସ୍ଫରୋକ, ବନ୍ଧୁକ, ମାଓ ସାମଗ୍ରୀ ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *