ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ୬ ଦଫା ଦାବିପତ୍ର

ରାୟଗଡ଼ା : ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଓଡିଶା ରାଜ୍ୟ ଆଶା କର୍ମୀ ସଂଘର ଦୀର୍ଘ ଦିନର ଦାବି ପୁରଣ ହୋଇନଥିବା ଯୋଗୁଁ କେନ୍ଦ୍ର ଏବଂ ରାଜ୍ୟ ସଂଘର ନିଷ୍ପତି କ୍ରମେ ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୬ ଦଫା ଦାବି ପତ୍ର କରାଯାଇଛି ଏହି ଅବସରରେ ଅକ୍ଟୋବର ୩ ତାରିଖ ଦିନ ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ୬ ଦଫା ଦାବି ପତ୍ର ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତଙ୍କୁ ପ୍ରଦାନ କରିବା ସହ ଚଳିତ ମାସ ୧୪ ତାରିଖ ସମୟ ମଧ୍ୟରେ ଆମର ଦାବି ପୁରଣ ନହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣାରେ ବସିବା ପାଇଁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଥିଲେ । ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ଜିଲ୍ଲା ସଭାନେତ୍ରୀ ତମାଳ ସାହୁକାର ଏବଂ ଜିଲ୍ଲା ସମ୍ପାଦିକା ଗୀତାଞ୍ଜଳୀ ହିଆଲଙ୍କ ସଂଯୋଜନାରେ ଆୟୋଜିତ ଦାବି ପତ୍ର ପ୍ରଦାନ ସମୟରେ ମୂଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘ ର ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ୱର ଦାସ ସମ୍ମାନୀତ ଅତିଥି ଭାବେ ରାୟଗଡ଼ା ଜିଲ୍ଲା ସମ୍ପାଦକ ଶ୍ରୀ ଗଣେଶ କୁମାର ସାହୁ , ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ରାଜ୍ୟ ଉପ ସଭାନେତ୍ରୀ ମମତା ବିଶ୍ୱାଳ , ନେହା ସିଂ, ପୁଷ୍ପାଞ୍ଜଳି ବେହୁରା ସହ ଜିଲ୍ଲାର ଆଶା କର୍ମୀ ସଂଘର ପ୍ରମୁଖ ନେତୃବୃନ୍ଦ ଯୋଗ ଦେଇଥିଲେ । ଉକ୍ତ ୬ ଦଫା ଦାବି ମଧ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ କୁ ସ୍ଥାୟୀ କରାଯାଉ , ଆଶାକର୍ମୀ ମାନଙ୍କୁ ସରକାରୀ କର୍ମଚାରୀ ଭାବେ ଘୋଷଣା କରାଯାଉ , ଯେଉଁ ପର୍ଯ୍ୟନ୍ତ ସରକାରୀ ମାନ୍ୟତା ଦିଆଯାଇନାହିଁ ସେମାନଙ୍କୁ ମାସିକ ୧୮ ହଜାର ଟଙ୍କା ପ୍ରଦାନ କରାଯାଉ , ଆଶାକର୍ମୀ ମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯାଉ , ଆଶାକର୍ମୀ ମାନଙ୍କୁ ଅବସର କାଳୀନ ସମୟରେ ୫ ଲକ୍ଷ୍ୟ ଟଙ୍କା ପ୍ରଦାନ କରିବା ସହ ମାସିକ ୫ ହଜାର ଟଙ୍କା ପେନସନ ଦିଆଯାଉ , ସବୁ PHC / CHC ରେ ଆଶା ଗୃହ ନିର୍ମାଣ କରାଯାଉ ।

Leave a Reply

Your email address will not be published. Required fields are marked *