ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ


ଆଠମଲ୍ଲିକ : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆଠମଲ୍ଲିକ୍ ଠାରେ ଗାନ୍ଧୀ ଓ ଶାସ୍ତ୍ରୀଜୀ ଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି । ଅଦ୍ୟ ଦିବସରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ସଭାପତି ଆଦିତ୍ୟ କୁମାର ସାହୁ ଦୀପ ପ୍ରଜ୍ୱଳନ ପୂର୍ବକ ଅଦ୍ୟ ଦିବସ ର ଆଭିମୁଖ୍ୟ କଥନ କରିଥିଲେ । ସେହିପରି ବିଦ୍ୟାଳୟର ଅଚାର୍ଯ୍ୟା ଦୀପ୍ତିମୟୀ ମହାକୁଡ ମହାତ୍ମା ଗାନ୍ଧୀ ଓ ଆଚାର୍ଯ୍ୟ ଦିଲ୍ଲୀପ କୁମାର ମିଶ୍ର ଶାସ୍ତ୍ରୀ ଜୀ ଙ୍କ ଜୀବନୀ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଆଚାର୍ଯ୍ୟା ସବିତା ମହାକୁଡ଼ ଅତିଥି ଗଣଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଆଚାର୍ଯ୍ୟ ରଞ୍ଜନ କୁମାର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ । ସ୍ୱଚ୍ଛତା ହିଁ ସେବା ଦିବସ ଅବସରରେ ବିଦ୍ୟାଳୟର ସ୍ୱଚ୍ଛତା ପ୍ରମୁଖ ବବିତା ପାତ୍ରଙ୍କ ତତ୍ୱାବଧାନରେ ଶିଶୁ ମାନଙ୍କୁ ନେଇ ବିଦ୍ୟାଳୟ ପରିବେଶ ସ୍ୱଚ୍ଛତା କରାଯାଇଥିଲା ଏବଂ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ଆଦିତ୍ୟ କୁମାର ସାହୁ, ସମ୍ପାଦକ ଧ୍ରୁବ ଚରଣ ବଡ଼ମାଳୀ, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ତରୁଣ କୁମାର ଦାଶ ଏବଂ ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *