ଭାରତୀୟ ମଜଦୁର ସଂଘର ବାର୍ଷିକ ସମ୍ମିଳନୀ ସେକ୍ଟର -୯ ସ୍ଥିତ ସରସ୍ଵତୀ ବିଦ୍ୟା ମନ୍ଦିରଠାରେ ଅନୁଷ୍ଠିତ

ଭାରତୀୟ ମଜଦୁର ସଂଘ ସମ୍ମିଳନୀ
କଟକ,୨।୧୦2024: ଭାରତୀୟ ମଜଦୁର ସଂଘର ବାର୍ଷିକ ସମ୍ମିଳନୀ ସେକ୍ଟର -୯ ସ୍ଥିତ ସରସ୍ଵତୀ ବିଦ୍ୟା ମନ୍ଦିରଠାରେ ଅନୁଷ୍ଠିତ ହୋଇଥିଲା। ଜିଲା ସଭାପତି ରମାକାନ୍ତ ସାହୁ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥ୍‌ ରାଜ୍ୟ ସାଧାରଣ ସମ୍ପାଦକ ପୃଥ‌ିବୀରାଜ ପଣ୍ଡା ସମ୍ମିଳନୀକୁ ଉଦ୍‌ଘାଟନ କରି ରାଷ୍ଟ୍ରହିତ, ଉଦ୍ୟୋଗହିତ, ଶ୍ରମିକହିତ, ଉଦେଶ୍ୟରେ ଭାରତୀୟ ମଜଦୂର ସଙ୍ଘ ଦେଶରେ
କାମକରି ଅଣ ରାଜନୈତିକ ଶ୍ରମିକ ସଂଗଠନ ହିସାବରେ ଭାରତରେ ପ୍ରଥମ ସ୍ଥାନ ଅଧିକାର କରିଛି ବୋଲି କହିଥିଲେ। ସମ୍ମାନିତ ଅତିଥ୍‌ ଇଂ ଶ୍ରୀକାନ୍ତ କୁମାର ବ୍ରହ୍ମକ୍ଷ, ଏସ. ଶ୍ରୀନିବାସ ରାଓ, ଅଙ୍ଗନବାଡି ସଂଗଠନ କଟକ ଜିଲା ସମ୍ପାଦିକା ପୁଷ୍ପଲତା ସୁବୁଦ୍ଧି ରାୟ ପ୍ରମୁଖ ଯୋଗଦାନ କରି ବିଭିନ୍ନ ସମସ୍ୟା ଆଲୋକପାତ କରିଥିଲେ। ଜିଲା ସମ୍ପାଦକ ପ୍ରଭୁଦତ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ।
———-

Leave a Reply

Your email address will not be published. Required fields are marked *