Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜଗତ୍‌ସିଂହପୁର ଜିଲାରୁ ବର୍ଷକୁ ପ୍ରାୟ ୧୯୨୦୦ ଗୋରୁ କଲକାତା ଚାଲାଣ ହେଉଛନ୍ତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜଗତ୍‌ସିଂହପୁର ଜିଲାରୁ ବର୍ଷକୁ ପ୍ରାୟ ୧୯୨୦୦ ଗୋରୁ କଲକାତା ଚାଲାଣ ହେଉଛନ୍ତି

ଜିଲାରୁ କଲକାତା ଚାଲାଣ ହେଉଛନ୍ତି ବର୍ଷକୁ ୧୯ହଜାର ଗୋରୁ
ରଘୁନାଥପୁର : ଜଗତ୍‌ସିଂହପୁର ଜିଲାରୁ ବର୍ଷକୁ ପ୍ରାୟ ୧୯୨୦୦ ଗୋରୁ କଲକାତା ଚାଲାଣ ହେଉଛନ୍ତି। ଜଗତସିଂହପୁର ଓ କଟକ ଜିଲା ଅନ୍ତର୍ଗତ କେତେକ ଥାନାର ଅସାଧୁ ପୁଲିସ୍ କର୍ମଚାରୀ ଏନେଇ ସହଯୋଗ କରୁଥିବା ସନ୍ଦେହ ପ୍ରକାଶ ପାଇଛି। ପ୍ରକାଶ ଥାଉକି, ଜଗତ୍‌ସିଂହପୁର ଜିଲା ସଦର ମହକୁମାରୁ ପ୍ରତ୍ୟେକ ହାଟପାଳିରେ ୨୦୦ ଗୋରୁ ଜଇପୁର ଓ ରଘୁନାଥପୁର ଭାୟା ମାହାଳ ହାଟ ଦେଇ କଲକାତା ଚାଲାଣ ହେଉଛନ୍ତି। ପ୍ରତ୍ୟେକ ଶନିବାର ଓ ମଙ୍ଗଳବାର ହାଟବାରିରେ ଖୋଲା ଖୋଲି ଭାବେ କଂସେଇମାନେ ବିଭିନ୍ନ ଚାରିଚକିଆ ଭ୍ୟାନ୍‌ରେ ଗୋରୁ ବୋଝେଇ କରି ଜଗତସିଂହପୁରରୁ ଜଇପୁର ଦେଇ ଏବଂ ଜଗତସିଂହପୁରରୁ ରଘୁନାଥପୁର ଦେଇ ମାହାଳ ହାଟ, ନିଶ୍ଚିତ କୋଇଲି, ସାଲେପୁର ଦେଇ, ଚଣ୍ଡିଖୋଲ ରାସ୍ତା ଦେଇ କୋଲକାତା ଚାଲାଣ କରାଯାଉଛି । ଏହି ଗୋରୁ ଚାଲାଣ ସ୍ପଷ୍ଟ ଦିବା ଲୋକରେ ହେଉଥିଲେ ମଧ୍ୟ ଯେଉଁ ରାସ୍ତା ଦେଇ ଏହା ଚାଲାଣ ହେଉଛି ସେହି ଅଞ୍ଚଳର ଥାନା ଓ ଫାଣ୍ଡି
ପୁଲିସ୍ ନିରବ ରହୁଥ‌ିବାରୁ ସେମାନଙ୍କର କାର୍ଯ୍ୟ କଳାପ ପ୍ରତି ଜନସାଧାରଣ ସନ୍ଦେହ ଦୃଷ୍ଟିରେଦେଖୁଛନ୍ତି। ପ୍ରତ୍ୟେକ ଗୋରୁ ବୋଝେଇ ଗାଡ଼ିରେ ଜଣେ ଜଣେ ଅସାମାଜିକ ଯୁବକ ମାରଣାସ୍ତ୍ର ସାଙ୍ଗରେ ଧରି ନେଉଛନ୍ତି। ଏହି ଗାଡିକୁ ଅଟକାଇବା ପାଇଁ ଜନସାଧାରଣ ସାହାସ କରୁନାହାନ୍ତି। ଗତବର୍ଷ ଜଗତସିଂହପୁରରୁ କଲକାତା ଭାୟା ଜଇପୁର ଦେଇଆସୁଥ‌ିବା ଏକ ଗୋରୁ ବୋଝେଇ ଟ୍ରକକୁ ବଜରଙ୍ଗ ଦଳର କେତେକ କର୍ମୀ ଅଟକାଇ ଥିଲେ। ମାତ୍ର ଉକ୍ତ ଗୋରୁ ବୋଝେଇ ଟ୍ରକରେ ଥ‌ିବା ଅସାମାଜିକଗୁଣ୍ଡାମାନଙ୍କ ଆକ୍ରମଣରେ ବଜରଙ୍ଗ ଦଳର କର୍ମୀମାନେ ଗୁରୁତର ହୋଇଥିଲେ। ଏହା ଦେଖ୍ ସ୍ଥାନୀୟ ଜନସାଧାରଣ ଶହ ଶହ ସଂଖ୍ୟାରେ ଆସି ଉକ୍ତ ଗୋରୁ ବୋଝେଇ ଟ୍ରକକୁ ଅଟକାଇ ଏଥରେଥ‌ିବା ଗୁଣ୍ଡା ମାନଙ୍କୁ ଧରି ତିର୍ତ୍ତୋଲ ଥାନା ପୁଲିସ୍ ଜିମା ଦେଇଥିଲେ। ମାତ୍ର ଏହି ଘଟଣା ଘଟିବାରୁ ଅଳ୍ପ ଦିନ ପରେ ଯଥା ପୂର୍ବ ତଥା ପରଂ ଅବସ୍ଥା ସୃଷ୍ଟି ହୋଇଛି। ପୂର୍ବଭଳି ଜଗତ୍‌ସିଂହପୁର ଜିଲ୍ଲାରୁ ପ୍ରତି ହାଟ ପାଳିରେ ୨୦୦ରୁ ଊର୍ଦ୍ଧ୍ବ ଗୋରୁ କଲକାତାଚୋରା ଚାଲାଣ ହେଉଛନ୍ତି। ଜଗତ୍‌ସିଂହପୁର ଜିଲାରୁ ବର୍ଷକୁ ପ୍ରାୟ ୧୯୨୦୦ ଗୋରୁ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥୁଁପ୍ରତି ଦୃଷ୍ଟି ଦେଇ ତୁରନ୍ତ ଏହି ଗୋରୁ ଚୋରା ଚାଲାଣ ରୋକିବାକୁ ଏ ଅଞ୍ଚଳର ବୁଦ୍ଧିଜୀବୀ, ଗୋ ସୁରକ୍ଷା ବାହିନୀ, ବଜରଙ୍ଗ ଦଳ ଦାବି କରିଛନ୍ତି ।

Leave a Reply