Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭଦ୍ରକରେ ପୁଲିସ ଉପରେ ଆକ୍ରମଣ-ମୋଟ ଗିରଫ ସଂଖ୍ୟା ୩୩ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭଦ୍ରକରେ ପୁଲିସ ଉପରେ ଆକ୍ରମଣ-ମୋଟ ଗିରଫ ସଂଖ୍ୟା ୩୩

ଭଦ୍ରକ, : ସୋସିଆଲମିଡିଆରେ ଗୋଟିଏ ସମ୍ପ୍ରଦାୟ ସମ୍ପର୍କରେମନ୍ତବ୍ୟକୁ ନେଇ ଭଦ୍ରକରେ ଉପୁଜିଥିବା ବିବାଦକୁ ଇତିମଧ୍ୟରେ ପାଞ୍ଚଦିନ ପୁରିଛି । ଏହାକୁ ନେଇ ଧାମନଗର ଓ ଭଦ୍ରକରେ ମୁସଲିମ ସମ୍ପ୍ରଦାୟପକ୍ଷରୁ ସୃଷ୍ଟି ହୋଇଥିବା ହିଂସାକାଣ୍ଡ କ୍ରମଶ ବିଷ୍ଫୋରକ ମୋଡ ନେଇଥିଲା । ଏହି ଗଣ୍ଡଗୋଳରେ ଧାମନଗରର ମୁସଲମାନ ସମ୍ପ୍ରଦାୟର ଶତାଧିକ ଲୋକ ଧୁସୁରି ଅଞ୍ଚଳରମୁଖ୍ୟ ଅଭିଯୁକ୍ତ ଯୁବକର ଗିରଫଦାରୀ ଦାବିରେଧାମନଗର ଥାନା ସମ୍ମୁଖରେ ଧାରଣା ଦେଇଥିବାବେଳେ ଭଦ୍ରକ ସହରର ପୁରୁଣାବଜାର ଧାନାଅନ୍ତର୍ଗତ ନଙ୍ଗାମହଲାର ୧୦ଯୁବକ ମେଳିକରିତନ୍ତିଆ ଗ୍ରାମର ପୋଲ ନିକଟରେ ଟାୟାର ଜାଳିରାସ୍ତାରୋକ କରିଥିଲେ । ୨୭ ତାରିଖ ସନ୍ଧ୍ୟାପାଞ୍ଚଟାରେ ଏହି ମୁସଲିମ ଦୁବୃତ୍ତମାନଙ୍କ ସହପୋଲିସର ମୁହାଁମୁହିଁ ହୋଇଥିଲା । ଫଳରେ ସିଟିଡିଏସପି ଅଂଶୁମାନ ଦ୍ୱିବେଦୀଙ୍କ ସହ ଜଣେଏଏସଆଇ ପ୍ରତିପକ୍ଷ ଆକ୍ରମଣରେ ଗୁରୁତରହୋଇଥିଲେ । ଉତ୍ତ୍ୟକ୍ତ ଦୁର୍ବୃତ୍ତମାନେ ମାଜିଷ୍ଟ୍ରେଟଡ୍ୟୁଟିରେ ଥିବାତହସିଲଦାରଙ୍କ ଗାଡିକୁଭାଙ୍ଗିଦେଇଥିଲେ । ଏହି ଘଟଣାରେ ଭଦ୍ରକରନଙ୍ଗାମହଲା ଓ ଧାମନଗର ବିଜ୍ଞାପିତ ଅଞ୍ଚଳ,ଦୋବନ ପରିସ୍ଥାନରେ ଧାରା ୧୬୩ ଲାଗୁକରାଯାଇଥିଲା । ଏଥିସହ ୧୮ପ୍ଲାଟୁନ ପୋଲିସକୌଣସି ଆପତ୍ତିଜନକ ଭିଡିଓ କିମ୍ବା ଅଡିଓ କ୍ଲିପକିମ୍ବା ମେସଜ ଜରିଆରେ କମେଣ୍ଟନକରିବାକୁଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଅନ୍ୟଥା ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେବା ସହ ଅଙ୍କୁଶ ଲାଗିଥିବା ଇଣ୍ଟରନେଟ ସେବାକୁଜିଲ୍ଲାପ୍ରଶାସନ ଉଚିତ ମନେକଲେ ସାମାନ୍ୟକରିପାରିବେ ବୋଲି କହିଥିଲେ । ଫୋର୍ସ ଓ ଦୁଇ ପ୍ଲାଟୁନ ରାପିଡ ଆକ୍ସନ ଫୋର୍ସମୁତୟନ କରାଯାଇ ପୋଲିସର ଫ୍ଲାଗମାର୍ଚ୍ଚ ଜାରି ରହିଥିଲା । ପରିସ୍ଥିତିର ଅନୁଧ୍ୟାନ କରିବା ପାଇଁ ପୂର୍ବାଞ୍ଚଳ ଡିଆଇଜି ଡଃ ସତ୍ୟଜିତ ନାୟକ ,ଏସପି ତରୁଣ କୁମାର ଗୁଟପାଲି, ଜିଲ୍ଲାପାଳ ଦିଲ୍ଲିପ କୁମାର ରାଉତରାୟ ଉଭୟ ଅଞ୍ଚଳ ଗସ୍ତ କରି ଶାନ୍ତି ଫେରାଇଆଣିବାର ପ୍ରାୟସ କରିଥିଲେ ଏବଂ ଏହି ଘଟଣାରେ ସମସ୍ତ ଇଣ୍ଟରନେଟ ସେବା ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି । ତେବେ ଏହି ଘଟଣାରେ ମଙ୍ଗଳବାର ୱାଇବି ଖୁରାନିଆ ଭଦ୍ରକ ଗସ୍ତରେ ଆସି ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତନାୟକଙ୍କ ସମେତ ସମସ୍ତ ପଦାଧିକାରୀ ଙ୍କ ସହସମସ୍ତ ହିଂସାଅଞ୍ଚଳ ଗସ୍ତ କରି ଜିଲ୍ଲାପୋଲିସକାର୍ଯ୍ୟାଳୟରେ ଗଣମାଧ୍ୟମକୁ ଭେଟିଥିଲେ । ତାଙ୍କସୂଚନା ଅନୁସାରେ ଗତ ୨୭ ତାରିଖ ଘଟଣାକୁନେଇ ଉଭୟ ଭଦ୍ରକ ଓ ଧାମନଗର ଅଞ୍ଚଳରେଘଟିଥିବା ଗଣ୍ଡଗୋଳକୁ ନେଇ ପୋଲିସ ପକ୍ଷରୁ୮ଟି କେସ କରାଯାଇ ଅଦ୍ୟାବଧି ଆଜିସୁଦ୍ଧା ୩୩ଜଣଙ୍କୁ ଗିରଫ କରାଯାଇଛି । ଗତତିନିଦିନରେ କୌଣସି ହିଂସା ଦେଖାଦେଇନଥିଲେ ମଧ୍ୟ ପୋଲିସର ମୋବାଇଲ ପାଟ୍ରୋଲିଂ ଓଫ୍ଲାଗମାର୍ଚ୍ଚ ଜାରି ରହିଛି । ସ୍ଥିତି ସାମାନ୍ୟ ଆଡକୁଗତି କରୁଥିବାବେଳେ ଗୁଜବକୁ ବିଶ୍ୱାସନକରିବାକୁଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବାରୁ ଆଉ କୌଣସି ଅଘଟଣହେବ ନାହିଁ ବୋଲି ସେ ଆଶାପ୍ରକଟ କରିଥିଲେ ।

Leave a Reply