Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ମୁନିଗୁଡ଼ା ବ୍ଲକ ଠାରେ ଭାରତୀୟ ମଜଦୂର ସଂଘର ବୈଠକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ମୁନିଗୁଡ଼ା ବ୍ଲକ ଠାରେ ଭାରତୀୟ ମଜଦୂର ସଂଘର ବୈଠକ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ମୁନିଗୁଡ଼ା ବ୍ଲକ ଠାରେ ସୁଭଦ୍ରା – ଉଦ୍ଧବ ମଙ୍ଗଳ ଭବନ ପରିସରରେ ଭାରତୀୟ ମଜଦୂର ସଂଘ ପକ୍ଷରୁ ସୋମବାର ମୁନିଗୁଡ଼ା, ଚନ୍ଦ୍ରପୁର ଓ ବିଷମକଟକ ବ୍ଲକର ପ୍ରତିନିଧି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁନିଗୁଡ଼ା, ଚନ୍ଦ୍ରପୁର ଓ ବିଷମକଟକ ବ୍ଲକର ପ୍ରତିନିଧିମାନଙ୍କ ସହ ପ୍ରାୟ ୩୫୦ରୁ ଊର୍ଦ୍ଧ୍ୱ ଭାରତୀୟ ମଜଦୂର ସଂଘ, ପାଚିକା ଏବଂ ସ୍ୱାବଲମ୍ବୀ କାରିଗର ସଂଘ କାର୍ଯ୍ୟକର୍ତ୍ତା ସେମାନଙ୍କ ଜୀବନ ଜୀବିକାର ସୁଦୃଦ୍ଧତା, ସ୍ୱଚ୍ଛଳତା, ସ୍ଥାୟିତ୍ୱକୁ ନେଇ ଭାରତୀୟ ମଜଦୂର ସଂଘ ବ୍ୟାନରରେ ଏକାଠି ହୋଇ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିଥିବା ଦେଖିବାକୁ ମିଳିଛି । ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘର ସମ୍ପାଦକ ଗଣେଶ କୁମାର ସାହୁଙ୍କ ସଭାପତିତ୍ୱ ଓ ଜିଲ୍ଲା ଉପସଭାପତି ଦୁର୍ଗାମାଧବ ଘୋଷଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘର ରାଜ୍ୟ ଉପସଭାପତି ଯୋଗେଶ୍ୱର ଦାସ,ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଏବଂ ସ୍ତମ୍ଭକାର ମନୋରଞ୍ଜନ ଦଳାଇ, ସମ୍ମାନିତ ଅତିଥି ସ୍ୱାବଲମ୍ବୀ କାରିଗର ସଂଘର ଜିଲ୍ଲା ସମ୍ପାଦକ ସୀମାଞ୍ଚଳ ମିଶ୍ର, ମୁନିଗୁଡ଼ା ପ୍ରଗତି ମଞ୍ଚ ସଭାପତି ସି ଏଚ୍ ଗଣେଶ୍ୱର ରାଓ, ମୁନିଗୁଡ଼ା ବ୍ଲକ ବିଏମ୍‌ଏସ୍ ସଭାପତି କ୍ଷମାସାଗର ଦଶ, ପାଚିକା ସଂଘ ଜିଲ୍ଲା ସଂଯୋଜିକା ରୁକ୍ମଣୀ ପାତ୍ର, ସୁଭଦ୍ରା ଦାସ ଓ ରାମ ଗୁଡମ୍ବକା ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ପ୍ରେରଣାଦାୟୀ ଭାରତ ମାତା ଓ ଭାରତୀୟ ମଜଦୂର ସଂଘର ପ୍ରତିଷ୍ଠାତା ଠେଙ୍ଗେଡେଜୀ ତୈଳ ଚିତ୍ରରେ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଦାସ ବିଶ୍ୱର ସର୍ବ ବୃହତ୍ ମଜଦୂର ସଂଘ ଭାରତୀୟ ମଜଦୂର ସଂଘର ରାଷ୍ଟ୍ରବାଦ ବିଚାର ଧାରା ରାଷ୍ଟ୍ର ହିତ, ଉଦ୍ୟୋଗ ହିତ ଓ ଶ୍ରମିକ ହିତର ସୁନ୍ଦର ସରଳ ବ୍ୟାଖା କରି ସ୍ୱାବଲମ୍ବୀ କାରିଗର ଏବଂ ପାଚିକା ମାଆ ଭଉଣୀ ମାନଙ୍କୁ ବୁଝାଇଥିଲେ ।

Leave a Reply