Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମହାରାଷ୍ଟ୍ରରେ ଗାଈକୁ ‘ରାଜ୍ୟମାତା ମାନ୍ୟତା’ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମହାରାଷ୍ଟ୍ରରେ ଗାଈକୁ ‘ରାଜ୍ୟମାତା ମାନ୍ୟତା’

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଏକନାଥ ସିନ୍ଦେ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସରକାର ଗାଈକୁ ‘ରାଜ୍ୟମାତା’ର ମାନ୍ୟତା ଦେଇଛନ୍ତି । ଏନେଇ ମହାୟୁତି ସରକାର ଘୋଷଣା କରିଛନ୍ତି । ସୋମବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନ ପୂର୍ବରୁ ସିନ୍ଦେ ସରକାରଙ୍କ ଏହା ଏକ ବଡ଼ ନିଷ୍ପତ୍ତି ବୋଲି ବିବେଚନା କରାଯାଉଛି । ବୈଦିକ କାଳରୁ ଭାରତୀୟ ଧର୍ମା ଓ ସଂସ୍କୃତିରେ ଗାଈର ସମ୍ମାନନୀୟ ଭୂମିକା ରହିଆସିଛି । ପୁଣି ମାନବ ଖାଦ୍ୟରେ ଗାଈକ୍ଷୀରର ଉପଯୋଗିତା, ଆୟୁର୍ବେଦ ଔଷଧ, ପଞ୍ଚଗବ୍ୟ ଚିକିତ୍ସା ପ୍ରଣାଳୀ ଏବଂ ଜୈବିକ କୃଷି ପ୍ରଣାଳୀରେ ଦେଶୀ ଗୋବର ଓ ଗୋମୂତ୍ରର ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଦୃଷ୍ଟିରେ ରଖି ଦେଶୀ ଗାଈମାନଙ୍କୁ “ରାଜ୍ୟମାତା ଗୋମାତା” ଘୋଷଣା କରିବାକୁ ଅନୁମୋଦନ ମିଳିଛି । ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି, ଦେଶୀ ଗାଈ ଆମ କୃଷକମାନଙ୍କ ପାଇଁ ଏକ ବରଦାନ, ତେଣୁ ଆମେ ତାଙ୍କୁ ଏହି ମାନ୍ୟତା (ରାଜ୍ୟମାତା) ଦେବାକୁ ନିଷ୍ପତ୍ତି ନେଇଛୁ । ଦେଶୀ ଗାଈମାନଙ୍କ ରକ୍ଷଣାବେକ୍ଷଣ ଓ ଖାଦ୍ୟ ପାଇଁ ଆମେ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛୁ ।

Leave a Reply