Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅର୍ପଣ ଚାଉଳ ଚାଉଳ ନଷ୍ଟ ହୋଇ ଯାଉଥିବାରୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅର୍ପଣ ଚାଉଳ ଚାଉଳ ନଷ୍ଟ ହୋଇ ଯାଉଥିବାରୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ

ପୁରୀ: ନିଲାମ ହେବ ମହାପ୍ରଭୁଙ୍କ ଅର୍ପଣ ଚାଉଳ। ମହାପ୍ରସାଦ ପାଇଁ ଗଚ୍ଛିତ ମହାପ୍ରଭୁଙ୍କ ଅର୍ପଣ ଚାଉଳ ନଷ୍ଟ ହୋଇ ଯାଉଥିବାରୁ ଶେଷରେ ଏହାକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଏ ସଂକ୍ରାନ୍ତରେ ଯୋଗାଣ ବିଭାଗର ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ସୁଆର ମହାସୁଆର ନିଯୋଗ ସହ ଆଲୋଚନା ହୋଇଛି। ନିଲାମ ଅର୍ଥ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି। ଚାଉଳର ମାନ ସେତେଟା ଭଲ ନ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

ଆଜି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଜିଲ୍ଲାପାଳ ଶ୍ରୀ ସ୍ବାଇଁ କହିଥିଲେ, ପୂର୍ବରୁ ଗଚ୍ଛିତ ଅର୍ପଣ ଚାଉଳ ଉପରେ ରାଜ୍ୟ ସରକାରଙ୍କୁ ଦୁଇଟି ପ୍ରସ୍ତାବ ଦିଆଯାଇଥିଲା। ଯେଉଁଥିରେ ଗୋଟିଏ ପ୍ରସ୍ତାବ ଥିଲା, ଏହାକୁ ବିକ୍ରି କରି ଶ୍ରୀମନ୍ଦିର ପ୍ରଶାସନକୁ ଏହି ଅର୍ଥ ପ୍ରଦାନ କରିବା। ଅନ୍ୟଟି କୌଣସି ଜରାଶ୍ରମ ଅବା ଅନାଥାଶ୍ରମକୁ ଏହି ଚାଉଳ ପ୍ରଦାନ କରିବା। ରାଜ୍ୟ ସରକାର ଏହି ଚାଉଳକୁ ବିକ୍ରି ତଥା ନିଲାମ କରିବାକୁ ଅନୁମତି ଦେଇଛନ୍ତି। ଖୁବ୍‌ଶୀଘ୍ର ଯୋଗାଣ ବିଭାଗ ପକ୍ଷରୁ ନିଲାମ ପାଇଁ ବିଜ୍ଞପ୍ତି ଜାରି ହେବ। ନିଲାମରେ ଅଂଶଗ୍ରହଣ କରୁଥିବା ମିଲର୍‌ ତଥା ବ୍ୟକ୍ତିମାନେ ପ୍ରଥମେ ଯେଉଁ ସ୍ଥାନରେ ଚାଉଳ ଗଚ୍ଛିତ ରଖାଯାଇଛି, ସେ ସ୍ଥାନ ପରିଦର୍ଶନ କରିବେ ଓ ପରେ ସେହିଠାରେ ହିଁ ଏହାର ନିଲାମ(ସ୍ପଟ୍‌ ଅକ୍ସନ୍‌) ହେବ। ଯିଏ ଅଧିକ ଟଙ୍କା ଦେବାକୁ ରାଜି ହେବେ, ତାଙ୍କୁ ଅର୍ପଣ ଚାଉଳ ଦିଆଯିବ। ଚାଉଳ ନମୁନା ଦେଖିବାକୁ ଆମେ ୧୫ ଦିନ ସମୟ ଦେବୁ। ଏହି ୧୫ ଦିନ ଭିତରେ ନିଲାମରେ ଅଂଶଗ୍ରହଣ କରୁଥିବା ମିଲର୍‌ ଅବା ବ୍ୟକ୍ତିମାନେ ଆସି ଚାଉଳ ଦେଖିପାରିବେ। ପରେ ଧାର୍ଯ୍ୟ ତାରିଖରେ ଏହାର ନିଲାମ ହେବ। ବର୍ତ୍ତମାନ ଚାଉଳର ମାନ ସେତେଟା ଭଲ ନାହିଁ। କିନ୍ତୁ ଏହାକୁ ଲୋକେ ଖାଇପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ସ୍ବାଇଁ କହିଛନ୍ତି।

Leave a Reply