Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ମୟୂରଭଞ୍ଜର ରାମଜିତ୍‌ଙ୍କୁ ପ୍ରଶଂସା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ମୟୂରଭଞ୍ଜର ରାମଜିତ୍‌ଙ୍କୁ ପ୍ରଶଂସା

କେନ୍ଦୁଝର/ବାରିପଦା: ଭାଷା ହେଉଛି ସଭ୍ୟତାର ପରିଚୟ। ‌ଭାରତରେ ଅନେକ ଭାଷା ଓ ଉପଭାଷା ମଧ୍ୟରୁ ସାନ୍ତାଳୀ ଅନ୍ୟତମ। ଏହି ଭାଷାର ସୁରକ୍ଷା ଓ ପ୍ରଚାରପ୍ରସାର ପାଇଁ ଉଦ୍ୟମ ଜାରି ରଖିଥିବା ମୟୂରଭଞ୍ଜର ରାମଜିତ୍‌ ଟୁଡ଼ୁଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ୧୦୦ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏହି ସାନ୍ତାଳୀ ଯୁବକଙ୍କୁ ପ୍ରଂଶସା କରିବା ପରେ ରାମଜିତ୍‌ଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାମଜିତ୍‌ଙ୍କ ଘର ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଳକ୍‌ ଅନ୍ତର୍ଗତ ବାଦାମପାହାଡ଼ ନିକଟ ଗୋବିନ୍ଦପୁର ଗାଁରେ। ଯୁକ୍ତ ୨, ଡିପ୍ଲୋମା ପରେ ସେ ଏବେ ଯଶୀପୁର ତହସିଲରେ ସହାୟକ ରାଜସ୍ବ ନିରୀକ୍ଷକ (ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍‌ସପେକ୍ଟର) ଭାବେ ନିଯୁକ୍ତି ପାଇଥିବା ବେଳେ କେନ୍ଦୁଝର ବୋଦାପଳଶାସ୍ଥିତ ତାଲିମ୍‌ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଛନ୍ତି। ଆଜି ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିବା ପରେ ରାମଜିତ୍‌ଙ୍କ ପ‌ାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ସାନ୍ତାଳୀ ଭାଷା‌ର ବିକାଶ ପାଇଁ ରାମଜିତ୍‌ ୧୦ ବର୍ଷ ତଳୁ ଉଦ୍ୟମ ଆରମ୍ଭ କରିଥିଲେ। ‌୨୦୧୪ରେ ସେ ଯେତେବେଳେ ପ୍ରଥମ ଆଣ୍ଡ୍ରଏଡ୍‌ ଫୋନ୍‌ କିଣିଥିଲେ, ସେଥିରେ ସାନ୍ତାଳୀରେ ଲେଖିବା ବ୍ୟବସ୍ଥା ନ ଥିଲା। ବିଭିନ୍ନ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ସାନ୍ତାଳୀ (ଅଲ୍‌ଚିକି) ଭାଷାର ପ୍ରୟୋଗ ପାଇଁ ଉଦ୍ୟମ କରିବା ପରେ ଯଦିଓ ସେ କିଛି ମାତ୍ରାରେ ସଫଳ ହୋଇଥିଲେ, କିନ୍ତୁ ସେଥିରେ ସନ୍ତୁଷ୍ଟ ହୋଇ ପାରିନଥିଲେ।

ପରେ ରାମଜିତ୍‌ ସାମାଜିକ ଗଣମାଧ୍ୟମ ଫେସ୍‌ବୁକ୍‌‌ରେ ‘ଅଲ୍‌ଚିକି ଟେକ୍‌’ ନାମରେ ଏକ ପେଜ୍‌ ଖୋଲିଥିଲେ। ନିଜ ସମଭାବାପନ୍ନ ଯୁବକ ଅଶ୍ବିନୀ ବଞ୍ଜନ ମୁର୍ମୁ ଓ ବାପି ମୁର୍ମୁଙ୍କ ସହ ମିଶି ସାନ୍ତାଳୀ ଭାଷାର ପ୍ରୟୋଗ ଓ ବ୍ୟବହାରକୁ ଗୁରୁତ୍ବ ଦେଲେ। ଏହି ପେଜ୍‌ରେ ସେ ଅଲ୍‌ଚିକି ଭାଷାର ବିଭିନ୍ନ ପ୍ରକାର ଟୁଲ୍‌ସ, ବୈଷୟିକ ଜ୍ଞାନକୌଶଳ ଜଣାଇବା ସହ ଧୀରେ ଧୀରେ ଏହାର ପ୍ରଚାରପ୍ରସାର କରାଇଲେ। ଏହି ‘ଅଲ୍‌ଚିକି ଟେକ୍‌ ପେଜ୍‌’ ଭାରତ ସମେତ ବାଂଲାଦେଶ ଓ ‌‌ନେପାଳରେ ଲୋକପ୍ରିୟତା ହାସଲ କରିଥିଲା। ପରେ ସେ ‌ସାନ୍ତାଳୀ ୱିକିପିଡିଆ ଆରମ୍ଭ କଲେ। ଏଥିରେ ସେ ସାନ୍ତାଳୀ ଭାଷାରେ ୧୧ଶହରୁ ଅଧିକ ଲେଖା ପ୍ରକାଶ କରାଇଛନ୍ତି। ଏବେ ସେ ସାନ୍ତାଳୀ ଭାଷାର ପ୍ରଚାରପ୍ରସାର ପାଇଁ ‘ଓ’ ଫାଉଣ୍ଡେସନ୍‌ ସହ କାମ କରୁଛନ୍ତି। ରାମଜିତ୍‌ଙ୍କ କହିବା କଥା ହେଲା, ସା‌ନ୍ତାଳୀ ଭାଷାର ସଂରକ୍ଷଣ ପାଇଁ ବିଶ୍ବସ୍ତରରେ ସହଯୋଗ ଆବଶ୍ୟକ। ସେଥିପାଇଁ ‘ଓ’ ଫାଉଣ୍ଡେସନ‌୍‌ ସହ ସାମିଲ ହୋଇ ସେ ଏ ଦିଗରେ କାମ କରୁଛନ୍ତି।

ସାନ୍ତାଳୀ ଭାଷାର ପ୍ରଚାର ଦିଗରେ ରାମଜିତଙ୍କ କାର୍ଯ୍ୟ ସୃଜନଶୀଳତାର ପ୍ରତୀକ: ଧର୍ମେନ୍ଦ୍ର

ଭୁବନେଶ୍ବର: ‘ମନ୍ କି ବାତ୍ କାର୍ଯ୍ୟକ୍ରମ’ର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାତୃଭାଷା, ଲିପି ଏବଂ କଥିତ ଭାଷା ଉପରେ ଚର୍ଚ୍ଚା କରିଛନ୍ତି। ଏଥିରେ ଜନଜାତି ସମୁଦାୟଙ୍କ କଥିତ ଭାଷା ‘ସାନ୍ତାଳୀ’ର ପ୍ରଚାର ପ୍ରସାର କରୁଥିବା ମୟୂରଭଞ୍ଜ ଜିଲ୍ଲାର ରାମଜୀତ ଟୁଡୁଙ୍କ ବିଷୟରେ ଆଲୋଚନା କରିଥିବାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଶ୍ରୀ ପ୍ରଧାନ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ ରାମଜୀତଙ୍କ କାର୍ଯ୍ୟ ସୃଜନଶୀଳତାର ଏକ ପ୍ରତୀକ। ସାନ୍ତାଳୀ ଭାଷାର ଲିପି ‘ଅଲ୍ ଚିକି’ରେ ମୋବାଇଲ ଟାଇପ୍ କରିବାର କୌଶଳକୁ ବିକଶିତ କରିଥିବାରୁ ରାମଜୀତଙ୍କୁ ଧନ୍ୟବାଦ। ଆଜି ତାଙ୍କ ପ୍ରୟାସରେ ସାନ୍ତାଳୀ ଭାଷାରେ ଲେଖାଯାଉଥିବା ଲେଖାଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚିଛି। ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ତାଙ୍କର କାର୍ଯ୍ୟ ପ୍ରେରଣାଦାୟୀ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସାନ୍ତାଳୀ ଭାଷା ସମେତ ଅନେକ ଜନଜାତି ଭାଷାରେ ବର୍ଣ୍ଣମାଳା ପୁସ୍ତକ ପ୍ରକାଶିତ ହୋଇଛି। ମାତୃଭାଷାକୁ ପ୍ରାଥମିକତା ଦେବା ଦିଗରେ ଭାରତ ସରକାରଙ୍କ ପଦକ୍ଷେପ ଛାତ୍ରଛାତ୍ରୀଙ୍କ ପ୍ରତିଭା ଓ ବୌଦ୍ଧିକ କ୍ଷମତାକୁ ପରିପ୍ରକାଶ କରିବ।

Leave a Reply