Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଇତିହାସର ବିକୃତିକରଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଇତିହାସର ବିକୃତିକରଣ


ସର୍ବେଶ୍ୱର ବେହେରା
ଭାରତୀୟମାନଙ୍କ ମଧ୍ୟରେ ହୀନମଣ୍ୟ ଭାବ ଉଦ୍ରେକ କରିବା ତଥା ଭାରତୀୟ ଇତିହାସକୁ ବିକୃତ କରିବା ପାଇଁ ବ୍ରିଟିଶ ଇତିହାସକାର ଓ ୟୁରୋପୀୟ ବିଦ୍ୱାନମାନେ ଭାରତ ସମ୍ବନ୍ଧରେ ଭ୍ରମାତ୍ମକ ପ୍ରଚାର ସହିତ ଆଧାରହୀନ ତଥ୍ୟ ଉପସ୍ଥାପନ କରିଛନ୍ତି ।
ଭାରତ ବିଶ୍ୱର ପ୍ରାଚୀନ ଜୀବନ୍ତ ରାଷ୍ଟ୍ର । ଆଧୁନିକ ଅନୁସନ୍ଧାନରୁ ଜଣାଯାଏ ସିନ୍ଧୁ ସଭ୍ୟତା ମିଶର ସଭ୍ୟତା ଠାରୁ ୨୨ ହଜାର ବର୍ଷର ପୁରାତନ । ବହୁକାଳୁ ଏଠାରେ ଏକ ସଭ୍ୟତା ବିଦ୍ୟମାନ ଅଛି । ଏଣୁ ଭାରତର ଇତିହାସ ଲେଖନୀର ପରମ୍ପରା ଅତ୍ୟନ୍ତ ପ୍ରାଚୀନ । କିନ୍ତୁ ଆଶ୍ଚର୍ଯ୍ୟର କଥା ଊନବିଂଶ ଶତାବ୍ଦୀରେ ବିକଶିତ ୟୁରୋପର ଇତିହାସକାର ଓ ବିଦ୍ୱାନମାନେ ଏପରି ଭ୍ରମାତ୍ମକ ପ୍ରଚାର କରିଛନ୍ତି ଯେ ଭାରତରେ ଇତିହାସ ଲେଖାର ଦୃଷ୍ଟି ଓ ଅବଧାରଣା ନଥିଲା କିମ୍ବା ଭାରତର କୌଣସି ଇତିହାସ ନାହିଁ ।
ଜେମ୍ସ ମିଲ (୧୭୭୩-୧୮୩) ନାମକ ବିଦ୍ୱାନ ଉଲ୍ଲେଖ କରିଛନ୍ତି ଯେ ଭାରତରେ ମୁସଲମାନମାନଙ୍କ ଆକ୍ରମଣ ପୂର୍ବରୁ କୌଣସି ଇତିହାସ ନଥିଲା । ସେମାନଙ୍କ ଭୂଗୋଳ, ତିଥି ବର୍ଣ୍ଣନା ତଥା ଇତିହାସ ଦିଶାଭ୍ରଷ୍ଟ, ବିକୃତ ଓ ଅସଙ୍ଗତ ଥିଲା । ହିନ୍ଦୁ ଐତିହାସିକମାନେ କେହି ନଥିଲେ । ଲର୍ଡ଼ ମ୍ୟାକଲେ (୧୮୦୦-୧୮୯୫) ଭାରତର ଇତିହାସକୁ ଦିଗ୍‌ଭ୍ରଷ୍ଟ ଇତିହାସ ବୋଲି ବର୍ଣ୍ଣନା କରିଥିଲେ । କାର୍ଲମାକ୍ସ ଭାରତରେ କୌଣସି ଇତିହାସ ଥିଲା ବୋଲି ସ୍ୱୀକାର କରିନାହାନ୍ତି । ଯଦି କିଛି ଇତିହାସ ଅଛି ତାହା କେବଳ ଆକ୍ରମଣକାରୀ ମାନଙ୍କର । ଲୁଇ ଡ଼ିକିନ୍ସନ (୧୮୬୨-୧୯୩୨) ଉଲ୍ଲେଖ କରିଛନ୍ତି ଯେ ଭାରତରେ କୌଣସି ହିନ୍ଦୁ ଇତିହାସକାର ନଥିଲେ । ଇଂଲଣ୍ଡର ଜୁଲିୟସ ଏଙ୍ଗଲିସ୍ ଭାରତର ଇତିହାସକୁ କଳ୍ପନା ବିଳାସ ଓ ଭ୍ରମାତ୍ମକ ପରମ୍ପରା ରୂପେ ବର୍ଣ୍ଣନା କରିଛନ୍ତି । ଆର୍ଥର ଏନ୍ଥେନୀ ମ୍ୟାକଡ଼ୋନାଲଡ଼ (୧୮୫୪-୧୯୩୦) ଭାରତୀୟ ସାହିତ୍ୟ ଅତ୍ୟନ୍ତ ଦୁର୍ବଳ ଥିଲାବୋଲି ଉଲ୍ଲେଖ କରିଛନ୍ତି । ପ୍ରସିଦ୍ଧ ଅଷ୍ଟ୍ରିୟାର ପ୍ରାଚ୍ୟବିଦ୍ ମୋରିନ୍ ଇଣ୍ଟରନିଟନ (୧୮୬୩-୧୯୩୭) ଉଲ୍ଲେଖ କରିଛନ୍ତି ଯେ ଭାରତୀୟମାନେ ଉପନ୍ୟାସ, ପୁରାଣ ଓ କାଳ୍ପନିକ ବର୍ଣ୍ଣନା ଆଦି ଉଲ୍ଲେଖ କରିଛନ୍ତି, କୌଣସି ଇତିହାସ ନୁହେଁ । ଏହିପରି ବର୍ଣ୍ଣନା ଜନ ପୋଥଫୁଲ, ଫଲୀଟ (୧୮୪୭-୧୯୧୭), ମାଉଣ୍ଟ ଷ୍ଟୁଆଟ ଏଲିଫିଣ୍ଟନ (୧୭୭୯-୧୮୫୯), କୋବେଲ-ବିଶେଣ୍ଟ ଆର୍ଥର ସ୍ମିଥ (୧୮୪୩-୧୯୨୦) ଆଦିମାନେ କରିଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ କେତେକ ଅଜ୍ଞାନୀ ଇଂରେଜ ଲେଖକମାନେ ବେଦକୁ ଗାଇଆଳ ସଙ୍ଗୀତ ତଥା ବ୍ରାହ୍ମଣମାନଙ୍କର ଜଡ଼ବୁଦ୍ଧି (ଞଙ୍ଗରୟୟକ୍ଷର ଓୟସକ୍ଟଗ୍ଧଗ୍ଦ) କହିଛନ୍ତି । ସେମାନେ ଉପନିଷଦକୁ ମହତ୍ୱହୀନ ତଥା ପୁରାଣକୁ ପୁରୁଣାପନ୍ଥୀ କଥା ରୂପେ ଅଭିହିତ କରିଛନ୍ତି । ଏହିପରି ରାମାୟଣ ଓ ମହାଭାରତକୁ ମଧ୍ୟ କାଳ୍ପନିକ କହିଛନ୍ତି ।
କିନ୍ତୁ ସତ୍ୟ ସମସ୍ତେ ଜାଣନ୍ତି । ଊନବିଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ସ୍ୱାମୀ ବିବେକାନନ୍ଦ ଓ ତାଙ୍କର ଶିଷ୍ୟା ଭଗିନୀ ନିବେଦିତା ନିଜର ଭାଷଣ, ଲେଖା ତଥା ଗ୍ରନ୍ଥଗୁଡ଼ିକରେ ଇଂରେଜମାନଙ୍କ ଦ୍ୱାରା ପ୍ରଚାରିତ ବିକୃତିକୁ କଠୋର ଭାଷାରେ ଭର୍ତ୍ସନା କରିଛନ୍ତି । ସୃଷ୍ଟିର ଆଦ୍ୟକାଳୁ, ପ୍ରାଚୀନ କାଳରେ ଭାରତରେ ବହୁ ଇତିହାସକାରମାନେ ଇତିହାସ ରଚନା କରିଛନ୍ତି । ସେତେବେଳେ ୟୁରୋପରେ ଅନ୍ଧକାର ଯୁଗ ଥିଲା । ବହୁ ପୂର୍ବରୁ ଭାରତରେ ଦିବ୍ୟ ପ୍ରକାଶ ଥିଲା । ଦେଶରେ ନୈତିକ, ସାମାଜିକ ତଥା ସାଂସ୍କୃତିକ ଚେତନା ଜାଗ୍ରତ ଥିଲା । ଜନୈକ ପ୍ରସିଦ୍ଧ ବିଦ୍ୱାନ ପ୍ରାଚୀନ ଭାରତକୁ ଚାରି ଯୁଗ ଅନୁସାରେ ତାତ୍କାଳିକ ଇତିହାସକାରମାନଙ୍କ ନାମ ବର୍ଣ୍ଣନା କରିଛନ୍ତି । ଯୁଗାନୁସାରେ ସତ୍ୟ ଯୁଗରେ ଦେବଗୁରୁ ବୃହସ୍ପତି ଦେବର୍ଷି ନାରଦ, ମନୁ, ମହର୍ଷି କଣ୍ୱ ପ୍ରସିଦ୍ଧ ଥିଲେ । ତ୍ରେତା ଯୁଗରେ ମହର୍ଷି ବାଲ୍ମୀକି ତଥା ଯାଜ୍ଞବଳ୍‌କ୍ୟ ଥିଲେ । ଦ୍ୱାପରରେ ପରାଶର, ଭୀଷ୍ମ, କୃଷ୍ଣ ଦ୍ୱୈପାୟନ (ମହର୍ଷି ବେଦବ୍ୟାସ), ବୈଶମାୟନ, ଲୋମହର୍ଷଣ, ଶୌନକ, ଦେବଳ ଆଦି ଥିଲେ । କଳି ଯୁଗର ପ୍ରାରମ୍ଭରେ ଗୌତ୍ତମ, ତିତ୍ତିର, ବତ୍ସାୟନ, ଚରକ, କୌଟିଲ୍ୟ, ପାଣିନୀ, କାତ୍ୟାୟନ, ପତଞ୍ଜଳି, ଦୁର୍ଗ, ବାଣଭଟ୍ଟ, ରାଜଶେଖର, କହ୍ଲଣ, ବିହ୍ଲଣ ଆଦି ଥିଲେ । କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ଅତୀତର ୧୧୨ଜଣ ଲେଖକମାନଙ୍କ ନାମ ଉଲ୍ଲେଖ ଅଛି । କାଶ୍ମୀରର ସୁପ୍ରସିଦ୍ଧ ଇତିହାସକାର କାହ୍ଲଣ ରାଜତରଙ୍ଗିଣୀ କାବ୍ୟରେ ୧୧ଜଣ ଇତିହାସକାରଙ୍କ କୃତୀ ଉଲ୍ଲେଖ କରିଛନ୍ତି । ସେହିପରି କାଳିଦାସ ଓ ବାଣଭଟ୍ଟଙ୍କ ଗ୍ରନ୍ଥ ତତ୍କାଳୀନ ଭାରତ ଇତିହାସର ସୁପ୍ରସିଦ୍ଧ ଗ୍ରନ୍ଥ । ଏହା ସତ୍ୟ ଯେ ପ୍ରାଚୀନ ଇତିହାସର ଅନେକ ଇତିହାସ ପୁସ୍ତକ ଆଜି ଉପଲବ୍ଧ ନାହିଁ ।
ସଂକ୍ଷେପରେ କହିବାକୁ ଗଲେ ଭାରତର ଇତିହାସ ଅକ୍ଷୟ ସାଧନାର ଭଣ୍ଡାର । ପୁରାତତ୍ତ୍ୱ ସାମଗ୍ରୀ ଗୁଡ଼ିକରେ ଭାରତର ପ୍ରାଚୀନତା, ବିଶାଳତା, ସଭ୍ୟତା ଓ ସଂସ୍କୃତି ସମ୍ବନ୍ଧରେ ଉଲ୍ଲେଖ ଅଛି । ଉଦାହରଣ ରୂପେ ହରପ୍ପା ମହେଞ୍ଜୋଦାରୋ, ଲୋଥଲ, ରୋପଡ଼, କାଳୀବଙ୍ଗା, ପାଣ୍ଡୁରାଜାର ଆଦି ଖୋଦେଇରୁ ଭାରତର ପ୍ରାଚୀନତା ଓ ସଭ୍ୟତା ସମ୍ବନ୍ଧରେ ତଥ୍ୟ ମିଳେ । ହଜାର ହଜାର ଅଭିଲେଖ, ଶିଳାଲେଖ, ସୁନା, ଚାନ୍ଦି, ତମ୍ବାର ଅସଂଖ୍ୟ ମୁଦ୍ରା, ଅନେକ ପ୍ରାଚୀନ ସ୍ମାରକୀ, ଭବନ, ତାମ୍ରପାତ୍ର, ଦାନପତ୍ର, ସମର୍ପଣ ପତ୍ର ଆଦିରେ ଏହା ଉପଲବ୍ଧ ଅଛି ।
ଏହିପରି ସାହିତ୍ୟରେ ବେଦ, ବ୍ରାହ୍ମଣ, ଅରଣ୍ୟକ ଗ୍ରନ୍ଥ, ଉପନିଷଦ, ବେଦାଙ୍ଗ, ସ୍ମୃତିଗୁଡ଼ିକ ତଥା ପୁରାଣ ଗୁଡ଼ିକ ମହଜୁଦ ଅଛି । ବିଶାଳ ସଂସ୍କୃତ ବାଙ୍ମୟ, ଜୈନ ତଥା ବୌଦ୍ଧ ସାହିତ୍ୟ, ନେପାଳ ରାଜବଂଶାବଳୀ, ଭାରତର ଅକ୍ଷୟ ସାଧନ ଆଦି ଅନେକ ଭଣ୍ଡାର ଅଛି । ଭାରତୀୟ ଇତିହାସରେ ଏତେ ସାମଗ୍ରୀ ମହଜୁଦ ଅଛି, ଯାହାକୁ ଅଧ୍ୟୟନ କରିବା ଗୋଟିଏ ଜନ୍ମରେ ଯଥେଷ୍ଟ ନୁହେଁ ।
ଭାରତୀୟ ଇତିହାସ ସାଧନାରେ ପ୍ରାଚୁର୍ଯ୍ୟ ଅଛି । ସ୍ୱାମୀ ବିବେକାନନ୍ଦ କହିଛନ୍ତି- “ବିଶାଳ ସାହିତ୍ୟ କାବ୍ୟ ପଣି-ସିନ୍ଧୁ, ଦର୍ଶନ ଶାସ୍ତ୍ର ଗୁଡ଼ିକ ଓ ବିଭିନ୍ନ ଶାସ୍ତ୍ର ଗୁଡ଼ିକର ପ୍ରତ୍ୟେକ ପଙ୍‌କ୍ତିର ଶ୍ରବଣ, ବିଶିଷ୍ଟ ରାଜବଂଶୀମାନଙ୍କର ବଂଶାବଳୀ ଏବଂ ଜୀବନ ଚରିତ୍ରଗୁଡ଼ିକ ସହସ୍ର ଗୁଣ ଅଧିକ ଚିତ୍ର ପ୍ରଦାନ କରୁଛି ।” ସେ ଏହି ଇତିହାସ ଓ ପୁରାଣକୁ ପଞ୍ଚମ ବେଦ ରୂପେ ସ୍ୱୀକାର କରିଥିଲେ ।
ଆଡ଼ଭୋକେଟ, ଖଟବିନସାହି, କଟକ
ମୋ-୮୨୪୯୩୯୩୫୯୧

Leave a Reply