Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଶ୍ୱ ହିନ୍ଦୁ ପରିଷଦ ଗୋପ ପ୍ରଖଣ୍ଡର ୬୦ତମ ପ୍ରତିଷ୍ଠା ଦିବସ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଶ୍ୱ ହିନ୍ଦୁ ପରିଷଦ ଗୋପ ପ୍ରଖଣ୍ଡର ୬୦ତମ ପ୍ରତିଷ୍ଠା ଦିବସ ପାଳିତ


ଗୋପ: ବିଶ୍ୱ ହିନ୍ଦୁ ପରିଷଦ ଓଡିଶା, ପୁରୀ ଜିଲ୍ଲାର ଗୋପ ପ୍ରଖଣ୍ଡ ପକ୍ଷରୁ ୬୦ ତମ ପ୍ରତିଷ୍ଠା ଦିବସ ଗୋପ ଅଖଣ୍ଡଳେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଳରେ ପାଳିତ ହୋଇଯାଇଛି । ଗୋପ ପ୍ରଖଣ୍ଡରେ ପ୍ରଥମ କରି ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ପାଳିତ କରାଯାଇଥିବା ବେଳେ ଏହି ଅବସରରେ ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ହୋମଯଜ୍ଞ ସହ ମନ୍ତ୍ରପାଠ ଧ୍ୱନିରେ ଚାରିଆଡେ ପ୍ରକମ୍ପିତ ହେବାସହ ଏକ ପ୍ରକାର ଆଧ୍ୟାତ୍ମିକ ଭାବନା ସୃଷ୍ଟି ହୋଇଥିଲା । ଗୋପ ବ୍ଲକର ଶ୍ରେଷ୍ଠ ଚଣ୍ଡୀ ଉପାସକ ବିଷ୍ଣୁ ଚରଣ ମିଶ୍ରଙ୍କ ଦ୍ୱାରା ସମସ୍ତ ପୂଜା ରୀତିନୀତି ସଂପାଦନ କରାଯାଇଥିଲା । ପ୍ରଖଣ୍ଡର ପ୍ରମୁଖ ସତ୍ୟନାରାୟଣ ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ବୌଦ୍ଧିକ ଆଲୋଚନାରେ ମୁଖ୍ୟ ଅତିଥି ଭାବେ ଗୋପର ବରିଷ୍ଠ ଶିକ୍ଷାବିତ୍ ତଥା କବି ପୁନେଶ କୁମାର ସେନାପତି ଯୋଗ ଦେଇଥିବା ସ୍ଥଳେ ମୁଖ୍ୟ ବକ୍ତା ଭାବେ ବିଶ୍ୱ ହିନ୍ଦୁ ପରିଷଦ ରାଜ୍ୟ ସହ ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ ସମ୍ମାନୀୟ ଅତିଥି ଭାବେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଡକ୍ଟର ଭବାନୀ ଶଙ୍କର ସାମନ୍ତରାୟ, ପୁରୀ ଜିଲ୍ଲା ସମରସତ୍ତା ପ୍ରମୁଖ ଭାଗିରଥି ସ୍ୱାଇଁ, ପୁରୀ ଜିଲ୍ଲାର ସମ୍ପାଦକ ରଘୁନାଥ ମହାପାତ୍ର, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଗୋପ ଖଣ୍ଡର କାର୍ଯ୍ୟ ବାହାକ ପ୍ରଦୀପ୍ତ କୁମାର ପରିଡା, ମହିଳା ବିଶ୍ୱ ହିନ୍ଧୁ ପରିଷଦର ଉପସଭାପତି ଶାନ୍ତିଲତା ନାୟକ ପ୍ରମୁଖ ଯୋଗଦେଇ କର୍ମକର୍ତ୍ତାଙ୍କୁ ଉଦ୍ବୋଧନ ଦେଇଥିଲେ । ଏହି ଅବସରରେ ଗୋପ ବ୍ଲକର ୩୧ ଗୋଟି ପଞ୍ଚାୟତ ଓ କୋଣାର୍କ ବିଜ୍ଞାପିତ ଅଞ୍ଚଳର ଶତାଧିକ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ । ବିଶ୍ୱ ହିନ୍ଦୁ ପରିଷଦ ଗୋପ ପ୍ରଖଣ୍ଡ ପକ୍ଷରୁ ସଚ୍ଚିଦାନନ୍ଦ ଗୋଛାୟତ, ଅନିଲ କୁମାର ସାହୁ, ସରତ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Leave a Reply