Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସଂସ୍କାର ଭାରତୀର ସାଧାରଣ ପରିଷଦ ବୈଠକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସଂସ୍କାର ଭାରତୀର ସାଧାରଣ ପରିଷଦ ବୈଠକ


ବୌଦ୍ଧ : ବୌଦ୍ଧଜିଲ୍ଲାର ଲୋକକଳା ତଥା ଲୋକସଂସ୍କୃତିକୁ ଲୋକଲୋଚନକୁ ଆଣିବା ପାଇଁ ଗଠିତ ହୋଇଥିବା ସଂସ୍କାର ଭାରତୀର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ରାମଲୀଳା ପଡିଆଠାରେ ଅବସ୍ଥିତ ମାରୁତୀ ପଣ୍ଡପଠାରେ ଶିକ୍ଷାବିତ ରାଜେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂସ୍କାର ଭାରତୀର ବରିଷ୍ଠ ସଦସ୍ୟ ତଥା ନାଟ୍ୟକାର ଗଦାଧର ବାରିକ ମୁଖ୍ୟଅତିଥି ଭାବରେ ଯୋଗଦେଇ ବୌଦ୍ଧଜିଲ୍ଲ୍ାର ପାରମ୍ପରିକ କଳା ଓ ସଂସ୍କୃତି କିଭଳି ଭାବରେ ପୁର୍ନଜୀବିତ ହୋଇପାରିବ ବୈଠକରେ ଆଲୋକପାତ କରିଥିଲେ । ବୈଠକରେ ରାମଲୀଳା ନାଟ୍ୟ ସଂସଦର ସଭାପତି ତଥା ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମୃତୁ୍ୟଞ୍ଜୟ ମିଶ୍ର ଓ ଓଡ଼ିଶା ସଙ୍ଗିତ ନାଟକ ଏକାଡେମୀର ବୌଦ୍ଧଜିଲ୍ଲା ସଦସ୍ୟ ବସନ୍ତ କୁମାର ସାହୁ ଯୋଗଦେଇ ବୌଦ୍ଧଜିଲ୍ଲାର ଲୋକକଳା ତଥା ଲୋକ ସଂସ୍କୃତିକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୋତ୍ସାହିତ କରିଥିଲେ । ଶେଷରେ ଜୟ ନାରାୟଣ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ସଂସ୍କାର ଭାରତୀ ପାଇଁ କର୍ମକର୍ତ୍ତା ମନୋନୟନ କରାଯାଇଥିଲା । ଉପଦେଷ୍ଟା ଭବରେ ମୃତୁ୍ୟଞ୍ଜୟ ମିଶ୍ର ଓ ବସନ୍ତ କୁମାର ସାହୁଙ୍କୁ ମନୋନୀତ କରାଯାଇଥିବାବେଳେ ସଭାପତି ଭାବରେ ଶିକ୍ଷାବିତ ରାଜେନ୍ଦ୍ର କୁମାର ମିଶ୍ର, ସଂପାଦକ ମାନସ କୁମାର ମିଶ୍ର ଓ କୋଷାଧ୍ୟକ୍ଷ ଭାବରେ ଜୟନାରାୟଣ ମହାନ୍ତିଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା । ଏଥିସହିତ ସଙ୍ଗୀତ ବିଭାଗ ପାଇଁ ତୁଷାରକାନ୍ତ ପଟ୍ଟନାୟକ,ସାହିତ୍ୟ ବିଭାଗ ପାଇଁ ଅଧ୍ୟାପାକ ପ୍ରତାପ କୁମାର ରଥ, ନୃତ୍ୟ ବିଭାଗ ପାଇଁ ଗୋପାଳକୃଷ୍ଣ ବେହେରା, ଚିତ୍ରକଳା ପାଇଁ ଶଶାଙ୍କ ଶେଖର ସାସିନୀ ଓ ଲୋକକଳା ପାଇଁ ଡିଙ୍ଗର ପ୍ରଧାନଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ବରିଷ୍ଠ ଉଦଘୋଷକ ଚନ୍ଦ୍ରକାନ୍ତ ନାଏକ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave a Reply