Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ଚର୍ଚ୍ଚ ସେବା ବାହାନାରେ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚର୍ଚ୍ଚ ସେବା ବାହାନାରେ


-ଗୋଲଖ ଚନ୍ଦ୍ର ଦାସ
ଆମେ ସେବାକରୁଛୁ କିନ୍ତୁ ଆମ ନାମରେ ମିଥ୍ୟା ପ୍ରଚାର କରାଯାଉଛି । ସେବା ଆମର ଧର୍ମ । ଯେଉଁଥିପାଇଁକି ଓଡିଶା ସରକାର ଠାରୁ ଆରମ୍ଭକରି ଭାରତ ସରକାର ଆମକୁ ବିଭିନ୍ନ ପୁରସ୍କାର ପ୍ରଦାନ କରିଛନ୍ତି । କେବଳ ହିନ୍ଦୁସଂଗଠନ ଗୁଡିକ ଆମ ନାମରେ ମିଥ୍ୟା ଅଭିଯୋଗ କରୁଛନ୍ତି । ଇତ୍ୟାଦି ଇତ୍ୟାଦି କଥାକହି ଲୋକମାନଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି ଖ୍ରୀଷ୍ଟିଆନ ସଂସ୍ଥା । ତଥା କଥିତ ଧର୍ମନିରପେକ୍ଷବାଦୀ ବୁଦ୍ଧିଜୀବୀ ଓ ରାଜନେତାମାନେ ସେମାନଙ୍କୁ ସାହାର୍ଯ୍ୟ କରୁଛନ୍ତି । ସେମାନଙ୍କ ଗୋଡରେ କଂଟା ଫୁଟିଲେ ଏଇ ଛଦ୍ମ ଧର୍ମନିରପେକ୍ଷ ମୁଖା ପିନ୍ଧିଥିବା ବୁଦ୍ଧିଜୀବୀମାନଙ୍କୁୁ ବେଶୀ ବାଧୁଛି । ସେମାନେ ସଙ୍ଗେସଙ୍ଗେ କହି ପକାଉଛନ୍ତି ଏ କଂଟା ନିହାତି ସଂଘବାଲା ପକାଇଥିବେ । ସଙ୍ଗେସଙ୍ଗେ ଆନେ୍ଦାଳନ । ହେଲେ ଏବେ କଣ ହେଉଛି । ସେହି ଖ୍ରୀଷ୍ଟିଆନ ସଂସ୍ଥାମାନେ କଣ କରୁଛନ୍ତି,ତାର କଳାକାରନାମା ଏବେ ପଦାକୁ ଆସିଛି । ତାଙ୍କ କଳାକାରନାମାର ଗୋଟିଏ ପରେ ଗୋଟିଏ ଗୁମର ଫିଟୁଛି । ସେହି ଗୁମର କେହି ସଂଘବାଲା କି ଅନ୍ୟକେହି ଫିଟାଉ ନାହାଁନ୍ତି । ମିଛ ବେଶୀଦିନ ତିଷ୍ଠିଲାନି । ସତ୍ୟ ପଦାକୁ ଆସୁଛି । ସେବା ନାମରେ ଖ୍ରୀଷ୍ଟିଆନମାନେ କଣ କରନ୍ତି ତାହା ଏବେ ଲୋକଲୋନକୁ ଆସୁଛି । ଅବହେଳିତ ଅଂଚଳରେ ଆମେ ସେବା କରୁଛୁ,ରୋଗୀମାନଙ୍କୁ ଭଲ କରୁଛୁ ବୋଲି ଖ୍ରୀଷ୍ଟିଆନ ସଂସ୍ଥାମାନେ ଯାହା ସବୁ କହୁଥିଲେ ତାହା ଏବେ ଭୁଲ ପ୍ରମାଣିତ ହୋଇଛି ।
ରୋଗୀଙ୍କୁ ଭଲ କରାଇବା ନେଇ ଚର୍ଚ୍ଚରେ ପ୍ରାର୍ଥନା କରାଉଛନ୍ତି । ଯାହାଫଳରେ ରୋଗୀ ଔଷଧ ନଖାଇ ମୃତୁ୍ୟମୁଖରେ ପଡୁଛି । ଅଳ୍ପଦିନ ତଳର ଘଟଣା । ମୟୂରଭଂଜ ଜିଲ୍ଲା ବାମନଘାଟି ଉପଖଣ୍ଡ ବିଶୋଇ ଥାନା ଅନ୍ତର୍ଗତ କେଶାମ୍ ଗ୍ରାମର ଆଦିବାସୀ ସମ୍ପ୍ରଦାୟ ହୋ ସମାଜର ପିଙ୍କି ଜାମୁଦା(୩୬) ନାମ୍ନୀ ଜନୈକା ମହିଳା ଡାକ୍ତରୀ ରିପୋର୍ଟ ଅନୁଯାୟୀ କିଡନି ରୋଗରେ ପୀଡିତ ଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସିତ ହେଉଥିଲେ । ୩ ଟି ସନ୍ତାନର ଜନନୀ ତାଙ୍କ ସ୍ୱାମୀ ରାମ ଜାମୁଦାଙ୍କର ଦୁଇ ବର୍ଷ ପୂର୍ବରୁ ମୃତ୍ୟୁ ହୋଇ ସାରିଥିଲା । କିଡନି ରୋଗରେ ପୀଡିତ ମହିଳାଙ୍କ ଏହି ଅବସ୍ଥାର ସୁଯୋଗ ନେଇ ଥିଲେ ଖ୍ରୀଷ୍ଟଧର୍ମର ପ୍ରଚାରକମାନେ । ସେମାନେ ଆସି ମହିଳାଙ୍କୁ କହିଥିଲେ ତୁମେ ନିଜ ହିନ୍ଦୁ ଧର୍ମ ପରିତ୍ୟାଗ କରି ଧର୍ମାନ୍ତରୀତ ହୁଅ । ଖ୍ରୀଷ୍ଟିଆନ ହେଲେ ତୁମର ଦେହ ସୁସ୍ଥ ହୋଇଯିବ । ଏହିପରି ଆଶ୍ୱାସନା ପାଇବା ପରେ ମହିଳା ଜଣକ ତାଙ୍କରି କଥାରେ ପଡ଼ି ହିନ୍ଦୁ ଧର୍ମ ପରିତ୍ୟାଗ କରି ଖ୍ରୀଷ୍ଟିଆନ ହେଲେ । ଡାକ୍ତରୀ ଔଷଧ ବ୍ୟବହାର ଛାଡ଼ି ସକାଳେ, ସନ୍ଧ୍ୟାରେ ପ୍ରାର୍ଥନା କଲେ । ଚର୍ଚ୍ଚ ଯାଇ ପୂଜାର୍ଚ୍ଚନା କରିବାକୁ ଲାଗିଲେ । ଔଷଧ ଖାଇବା ବନ୍ଦ କରିଦେବାରୁ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଥିଲା । ଏହା ଦେଖି ଖ୍ରୀଷ୍ଟିଆନ ଧର୍ମର ଲୋକମାନେ ପୀଡିତ ମହିଳାକୁ ନେଇ ନୂଆଗାଁ ଗ୍ରାମ ପଂଚାୟତ ତାବଳବନ୍ଧ ଚର୍ଚ୍ଚରେ ରଖିଥିଲେ । ଏହା ସତ୍ୱେ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତନ ନ ହେବାରୁ ପୀଡିତ ମହିଳାଙ୍କୁ ତାଙ୍କ ନାବାଳିକା ଝିଅ ସୀତା ଜାମୁଦା ଅଗଷ୍ଟ ୯ ତାରିଖ ସକାଳେ ନିକଟସ୍ଥ ମଣଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଏହାପରେ ସେଠାରୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା । ବାରିପଦାରେ ପହଁଚିଲା ବେଳକୁ ପିଙ୍କି ଜାମୁଦାଙ୍କର ମୃତ୍ୟୁ ହୋଇ ସାରିଥିଲା । ମାଆଙ୍କ ମୃତ୍ୟୁ ପରେ ଏକା ହୋଇ ଯାଇଥିଲା ଝିଅ । ଧର୍ମାନ୍ତରୀତ କରିଥିବା ଲୋକମାନେ ପାଖରେ ନଥିଲେ । ଝିଅ ସୀତା ଜାମୁଦା ଫୋନ୍ ମାଧ୍ୟମରେ ସମ୍ପର୍କୀୟ ଲୋକଙ୍କୁ କାନ୍ଦି କାନ୍ଦି ଯୋଗାଯୋଗ କରୁଥାଏ । ଏତିକି ବେଳେ ମନେ ପଡିଲା ତାଙ୍କର ପଡୋଶୀ ସମ୍ପର୍କୀୟ କକା ସୁନୀଲ ଜାମୁଦା ଦିଲ୍ଲୀ ରାଷ୍ଟ୍ରପତି ଭବନରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କୁ ଫୋନ୍ ମାଧ୍ୟମରେ ଦୁଃଖ ଜଣାଇବାରୁ ସୁନୀଲ ଜାମୁଦା ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ । ତାଙ୍କ ସଂପର୍କୀୟ ଖବର ପାଇ ତା’ ପରଦିନ ଶନିବାର ବା ଅଗଷ୍ଟ ୧୦ ତାରିଖ ସକାଳୁ ପହଂଚି ଶବ ବ୍ୟବଚ୍ଛେଦ କରାଇଥିଲେ । ଏହାପରେ ଶବକୁ ଅନ୍ତିମ ସଂସ୍କାର ପାଇଁ ଗାଁକୁ ପଠାଇବାର ବ୍ୟବସ୍ଥା କରିଥିଲେ । ଶବ ଗାଁରେ ପହଁଚିଲା ପରେ ହୋ ସମାଜ ଏବଂ ହୋ ସମାଜରୁ ଧର୍ମାନ୍ତରିତ ହୋଇଥିବା ଲୋକଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଶେଷରେ ରାଷ୍ଟ୍ରପତି ଭବନର ସୁରକ୍ଷା ଯବାନ ସୁନୀଲଙ୍କ ଅନୁରୋଧ କ୍ରମେ ମୃତ ମହିଳାଙ୍କ ଶବ ସକôାର କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।
ଅନ୍ଧ ବିଶ୍ୱାସର ବଶବର୍ତୀ କରାଇ ରୋଗୀକୁ ବେମାରରୁ ଆରୋଗ୍ୟ କରାଇବାର ପ୍ରଲୋଭନ ଦେଖାଇ ନିରୀହ ଆଦିବାସୀମାନଙ୍କୁ ଖ୍ରୀଷ୍ଟିଆନ ଧର୍ମର ଲୋକମାନେ ଧର୍ମାନ୍ତରୀକରଣ କରୁଛନ୍ତି । ଫଳରେ ଆଦିବାସୀମାନେ ତାଙ୍କରି କଥାରେ ପଡ଼ି ପୂଜାର୍ଚ୍ଚନାରେ ବିଶ୍ୱାସ କରି ଅନେକ ଅକାଳ ମୃତ୍ୟୁର ଶିକାର ହେଉଛନ୍ତି । ଆଦିବାସୀମାନଙ୍କୁ ଖ୍ରୀଷ୍ଟିଆନ ଧର୍ମ ପ୍ରଚାରକମାନଙ୍କ ଦ୍ୱାରା କରାଯାଉଥିବା ବେଆଇନ ଧର୍ମାନ୍ତରୀକରଣକୁ ରୋକିବା ପାଇଁ କଡା ପଦକ୍ଷେପ ନେବାକୁ ବିଭିନ୍ନ ସଂଗଠନ ପ୍ରଶାସନ ଏବଂ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି,ହେଲେ ଫଳ କିଛି ହେଉ ନାହିଁ । ଓଲଟା ସେମାନଙ୍କ ଧର୍ମାନ୍ତରୀକରଣ କାମ ବଢି ବଢି ଚାଲିଛି । ଏହିପରି ଧର୍ମାନ୍ତରୀକରଣ ଘଟଣାକୁ ନେଇ ଯଦି ବିରୋଧ ହେଉଛି କି ଚର୍ଚ୍ଚା ଆଲୋଚନା ହେଉଛି ଏକଥାକୁ ତଥାକଥିତ ଧର୍ମନିରପେକ୍ଷବାଦୀ ବୁଦ୍ଧିଜୀବୀ ମାନିବାକୁ ନାରାଜ । ଶୁଆ ରାମନାମ ଘୋଷିଲାପରି ସେମାନେ କହୁଛନ୍ତି ଖ୍ରୀଷ୍ଟିଆନ ସଂସ୍ଥାମାନଙ୍କୁ ବଦନାମ କରିବା ପାଇଁ କୌଣସି ସାଂପ୍ରଦାୟୀକ ଶକ୍ତି ଏପରି ଷଡଯନ୍ତ୍ର କରୁଛନ୍ତି ।
ଓଡିଶାରେ ଏ ଘଟଣା ନୂଆ ନୁହେଁ । ଏହା ପୂର୍ବରୁ ଅନେକ ଘଟଣା ଘଟିଯାଇଛି । ୨୦୨୨ ମସିହା ଏପ୍ରିଲ ମାସର ଘଟଣା । ଯୋଡା ପୌରପାଳିକାର ବିଭିନ୍ନ ସାହି ଓ ବସ୍ତିମାନଙ୍କରେ ଖ୍ରୀଷ୍ଟିଆନମାନଙ୍କ ତରଫରୁ ଧର୍ମ ପରିବର୍ତନ ଖୁବ ଯୋରରେ ଚାଲୁଥିଲା । ଏହି ଅଂଚଳରେ ଖ୍ରୀଷ୍ଟ ଧର୍ମର ପ୍ରଚାରକମାନେ ଯୋଡା ପୌରପାଳିକାର ବିଭିନ୍ନ ବସ୍ତିମାନଙ୍କରେ ରହି ଭିନ୍ନ ଭିନ୍ନ ସମୟରେ ଭୋଜି ଭାତ କରି ଲୋକମାନଙ୍କୁ ଡାକି ସେମାନଙ୍କ ମଧ୍ୟରେ ହିନ୍ଦୁ ଧର୍ମ ପ୍ରତି ଘୃଣା ଭାବ ସୃଷ୍ଟି କରାଇବା ସହ ଖ୍ରୀଷ୍ଟଧର୍ମ ପ୍ରତି ଆକୃଷ୍ଟ କରାଉଥିଲେ । ଖ୍ରୀଷ୍ଟଧର୍ମର ପ୍ରଚାରକମାନେ ଜନଜାତିମାନଙ୍କୁ ବୁଝାଇଥିଲେ ଘରେ ଠାକୁରଙ୍କ ଫଟୋ ରଖିବା ଓ ତାଙ୍କୁ ପୂଜା ଅର୍ଚ୍ଚନା କରିବା ଦ୍ୱାରା ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏପରିକି ତାଙ୍କର ସନ୍ତାନ ସନ୍ତତିମାନେମଧ୍ୟ ଜୀବନରେ ଆଶାଜନକ ସଫଳତା ପାଇ ପାରୁନାହାଁନ୍ତି । ପରିବାର ମଧ୍ୟରେ ସବୁବେଳେ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ରହୁଛି । ପ୍ରାର୍ଥନା କଲେ ପରିବାର ମଧ୍ୟରୁ ରୋଗ ବୈରାଗ୍ୟ ଦୁର ହୋଇଯିବା ସହ ସାଧାରଣ ଜୀବନଯାପନରେ ଉନ୍ନତି ଦେଖାଦେବ ବୋଲି ଆଦିବାସୀମାନଙ୍କୁ ବୁଝାଇ ଦିଆଯାଉଥିଲା । ଏଥିରେ ପ୍ରଭାବିତ ହୋଇ ଅନେକ ଜନଜାତି ପରିବାର ନିଜ ଧର୍ମ ପରିବର୍ତନ କରିଛନ୍ତି । ପ୍ରତି ବସ୍ତିରେ ଯୀଶୁଙ୍କର ଗୋଟିଏ ଲେଖାଏଁ ଉପାସନା କେନ୍ଦ୍ର ପ୍ରତିଷ୍ଠା ପାଇଁ ଯେତେବେଳେ ଯୋଜନା ହେଲା ସେତେବେଳେ ଏଷଡଯନ୍ତ୍ରର ଘଟଣା ଜଣାପଡିଥିଲା । ଏହାକୁ ନେଇ ଯୋଡା ପୌରପାଳିକା ଅନ୍ତର୍ଗତ ୭ନଂ ୱାର୍ଡ ସହିଦ ନଗର ଠାରେ ସେହି ବର୍ଷ ଏପ୍ରିଲ ମାସ ୭ ତାରିଖରେ ବସ୍ତିବାସୀନ୍ଦାମାନଙ୍କ ପକ୍ଷରୁ ଏକ ବୈଠକ ହୋଇଥିଲା । ଏପରି ଧର୍ମାନ୍ତରୀକରଣ କାର୍ଯ୍ୟରୁ ନିବୃତ ରହିବା ପାଇଁ ଖ୍ରୀଷ୍ଟିଆନ ଧର୍ମପ୍ରଚାରକମାନଙ୍କୁ କୁହାଯାଇଥିଲା । ସେମାନଙ୍କ ଠାରୁ ଏକ ଲିଖିତ ଚୁକ୍ତିନାମା କରାଯାଇ ଭବିଷ୍ୟତରେ ପୁନଃର୍ବାର ଏହା କରାଗଲେ ବସ୍ତି ବାସିନ୍ଦାଙ୍କ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚାଇ ଦିଆଯାଇଥିଲା ।
ବଣାଇ ଉପଖଣ୍ଡ ଲହୁଣୀପଡା ଥାନା ଅନ୍ତର୍ଗତ ଠିଆବେଣ୍ଡା ଗ୍ରାମରେ ୨୦୨୨ ଜାନୁଆରୀ ୩ ତାରିଖ ଦିନ ସଂଧ୍ୟା ୮ ଘଟିକାରେ ଏହିପରି ଆଉ ଏକ ଅଘଟଣ ଘଟିଥିଲା । ଗାଁ ମୁଣ୍ଡରେ ରହୁଥିବା ବୁଦୁ ମୁଣ୍ଡା ଗ୍ରାମର ଜିତେନ୍ଦ୍ର ମୁଣ୍ଡା ଓ ପାଲ ମୁଣ୍ଡାଙ୍କ ଘରକୁ ଆସି ତାଙ୍କ ଭିନ୍ନକ୍ଷମ ପୁଅ ସମୀର ମୁଣ୍ଡା (୫) ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ ହେଲେ ପୁରା ସୁସ୍ଥ ହୋଇଯିବ କହି ଧର୍ମାନ୍ତରୀକରଣ କରିବାକୁ ଯୋଜନା କରୁଥିଲେ । ତେବେ ଏ ସମ୍ବନ୍ଧରେ ଜାଣିବାକୁ ପାଇ କିଛି ପଡୋଶୀ ବିରୋଧ କରିବାରୁ ସେ ଭୟରେ ସଙ୍ଗେ ସଙ୍ଗେ ଗାଁ ଛାଡି ଚାଲିଯାଇଥିଲା ।
ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର ବେଗୁନିଆ,ଗରଡିହି, କେସିପୁର, ନରଣପୁର, ସଜନାଗଡ ପଂଚାୟତ ସମେତ ନୀଳଗିରି ସହରରେ ଧର୍ମାନ୍ତରୀକରଣ ଚାଲିଥିବାର ଅଭିଯୋଗ । ଏ ଅଂଚଳର ଜନଜାତି ଆରୋଗ୍ୟ ହେବା ପାଇଁ ଧର୍ମ ପରିବର୍ତନ କରୁଛନ୍ତି । ଯାହାକୁ ନେଇ ଅଂଚଳବାସୀଙ୍କ ସମେତ ପ୍ରଶାସନ ମଧ୍ୟ ଚିନ୍ତାରେ ପଡିଯାଇଥିଲେ । ଏହି ଘଟଣା ହେଉଛି ୨୦୨୧ ମସିହା ଅକ୍ଟୋବର ମାସର ଘଟଣା । ବେଗୁନିଆ ପଂଚାୟତ ଅଧୀନ ଝାରପଡାସାହିର ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ ଠାରେ ଜ୍ୱର ଭଲ ହୋଇ ନଥିଲା । ଖ୍ରୀଷ୍ଟିଆନ ଧର୍ମର ପ୍ରଚାରକ ସେଠାରେ ପହଁଚି ସେମାନଙ୍କୁ ଯୀଶୁଙ୍କୁ ପ୍ରାର୍ଥନା କରିବାକୁ କହିଥିଲେ । ଖ୍ରୀଷ୍ଟ ଧର୍ମ ପ୍ରଚାରକଙ୍କ କଥାକୁ ଜନଜାତି ଲୋକମାନେ ମାନି ପ୍ରାର୍ଥନା କରିଥିଲେ । କିଛି ଦିନ ଭିତରେ ସମସ୍ତେ ଆରୋଗ୍ୟ ହୋଇଥିଲେ । ଯାହା ଫଳରେ ଉକ୍ତ ଗାଁର ୧୩ଟି ପରିବାର ଧର୍ମ ପରିବର୍ତନ କରିଥିଲେ । ଗରଡିହି ପଂଚାୟତର କୁଂଚିବଣିଆ ଗାଁରେ ୪୦ଟି ଜନଜାତି ପରିବାର,ଚନ୍ଦ୍ରପୁରରେ ୩୦ରୁ ଉଦ୍ଧ୍ୱର୍ ପରିବାର, ସିଆଡିମାଳରେ ୨୨ ପରିବାର, ସଜନାଗଡ ପଂଚାୟତ ଅଧୀନ ଭାଲୁକାଣୁଣିରେ ୨୦ ପରିବାର, କେସିପୁର ଓ ମହିଷାପଟ୍ଟା ପଂଚୟାତର କେତେକ ଗାଁର ଜନଜାତିର ଲୋକମାନେ ଧର୍ମ ପରିବର୍ତନ କରିଥିଲେ । ପ୍ରକୃତ କଥା ହେଲା ଏ ଅଂଚଳରେ ଧର୍ମ ପରିବର୍ତନ କରୁଥିବା ବ୍ୟକ୍ତିମାନେ ରୋଗ ହେଲେ ଡାକ୍ତରପାଖକୁ ନଯାଇ ଗୁଣିଆ ଉପରେ ନିର୍ଭର କରୁଥିଲେ । ଏହାର ସୁଯୋଗରେ ଖ୍ରୀଷ୍ଟିଆନ ଧର୍ମ ପ୍ରଚାରକମାନେ ପ୍ରାର୍ଥନା କରିବାକୁ ଡାକି ଯୀଶୁଙ୍କ ପ୍ରସାଦ ଆଳରେ ଔଷଧ ଦେଇ ସେମାନଙ୍କ ରୋଗ ଭଲ କରାଇ ଦେଉଥିଲେ । ଯାହା ଫଳରେ ଜନଜାତି ଲୋକମାନଙ୍କର ଯୀଶୁଙ୍କ ପ୍ରତି ଆସ୍ଥା ବଢିବାରେ ଲାଗିଥିଲା । ତେଣୁ ଏହି ଅଂଚଳର ଜନଜାତିର ଲୋକମାନେ ଖ୍ରୀଷ୍ଟିଆନ ହୋଇ ଯାଉଛନ୍ତି ।
କରୋନା ମହାମାରୀରେ ସଂକ୍ରମିତ ହୋଇ ଲୋକମାନେ ନିଜ ଜୀବନ ହରାଉଥିବା ବେଳେ ଅନେକ ଲୋକ ଜୀବନ ସହ ସଂଗ୍ରାମ କରୁଥିଲେ । ଏପରି ଏକ ସମ୍ବେଦନଶୀଳ ସମୟରେ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାସହ ସେମାନଙ୍କୁ ସୁସ୍ଥ କରିବା ପାଇଁ ଡାକ୍ତର, ନର୍ସ ଓ ପ୍ରଶାସନ ଦିନ ରାତି ଏକକରି ପରିଶ୍ରମ କରିଚାଲିଥିଲେ । ଏହି ଭଳି ପରିସ୍ଥିତି ବେଳେ ଲୋକଙ୍କ ଭାବନାସହ ଖେଳଖେଳି ସୁସ୍ଥ ହେବାର ପ୍ରଲୋଭନ ଦେଖାଇ ସେମାନଙ୍କୁ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ କରିବା ପାଇଁ କିଛି ଲୋକେ ଚେଷ୍ଟା ଚଳାଇଥିଲେ । ୨୦୨୧ ମେ ୫ ତାରିଖ ଦିନ ଘଟଣା । ରାଉରକେଲା ସରକାରୀ ଡାକ୍ତରଖାନାକୁ ଜଣେ ଖ୍ରୀଷ୍ଟିୟାନ ଧର୍ମ ପ୍ରଚାରକ ହାତରେ ଖ୍ରୀଷ୍ଟିୟାନ ଧର୍ମ ସମ୍ବନ୍ଧୀୟ ବିଭିନ୍ନ ପ୍ରକାରର ପୁସ୍ତକ ଆଣି ଡାକ୍ତରଖାନାରେ ବାଂଟି ଥିଲେ । ରୋଗୀମାନଙ୍କୁ କହିଥିଲେ ବାଇବେଲ ଏବଂ ଯୀଶୁଙ୍କ କଥା ପଢିଲେ ଶରୀର ସୁସ୍ଥ ହୋଇଯିବ । ଧର୍ମପ୍ରଚାରକ ଜଣକ ରୋଗୀମାନଙ୍କୁ ପ୍ରାର୍ଥନା କରିବାକୁ କହିବାରୁ ଏ ଖବର ସଙ୍ଗେ ସଙ୍ଗେ ପ୍ରଚାରିତ ହୋଇ ଯାଇଥିଲା । ଏପରି ଘଟଣାକୁ ମେଡିକାଲରେ ଥିବା ଅନେକ ରୋଗୀ ଏବଂ ତାଙ୍କର ପରିବାର ବିରୋଧ କରିଥିଲେ । ଡାକ୍ତାରଖାନାରେ ଯେଉଁଠି ଡାକ୍ତରମାନେ ଦିନ ରାତି ପରିଶ୍ରମ କରି ଚାଲିଛନ୍ତି ସେଠି ଏପରି କରିବା ଠିକ୍ ନୁହେଁ କହିବା ସହ ଭବିଷ୍ୟତରେ ଏପରି ନ କରିବା ପାଇଁ ଉକ୍ତ ପ୍ରଚାରକୁ କହି ସେଠାରୁ ଫେରାଇ ଦେଇଥିଲେ ।
୨୦୨୦ ମସିହା ନଭେମ୍ବର ୧୧ ତାରଖ ଦିନ କେନ୍ଦୁଝରର ସାହାରପଡା ବ୍ଲକ ଡାଳପକା ପଂଚାୟତ ଗୋପୀନାଥପୁରର ଶତାଧିକ ଆଦିବାସୀ ପ୍ରଶାସନର ଦ୍ୱାରସ୍ଥ ହୋଇ ତୁରନ୍ତ ଧର୍ମାନ୍ତରୀକରଣକୁ ବନ୍ଦ କରିବା ପାଇଁ ନିବେଦନ କରିଥିଲେ । ସେମାନଙ୍କ ଅଭିଯୋଗ ହେଲା ଖ୍ରୀଷ୍ଟଧର୍ମର ପ୍ରଚାରକ ମାନେ ନିରୀହ ଆଦିବାସୀଙ୍କୁ କହୁଛନ୍ତି ଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ କଲେ ରୋଗ ଭଲ ହୋଇଯିବ । ଏଥିପାଇଁ ଅନେକ ଲୋକ ପ୍ରଲୋଭନର ଶିକାର ହୋଇ ଧର୍ମ ପରିବର୍ତନ କରୁଛନ୍ତି । ଆନନ୍ଦପୁର ବ୍ଲକ ମନୋହରପୁର ଠାରେ ଅବସ୍ଥାନ କରୁଥିବା ଖ୍ରୀଷ୍ଟଧର୍ମ ପ୍ରଚାରକ ସାହାରପଡା ବ୍ଲକର ଦାମୋଦୁହା, ଡାକପକା, ଜୟପୁର, କେନ୍ଦୁପୋଡା,ଫୁଲପାହାଡି, ବନବାର, କୁଜାବେଡା, ଗୋପନାପୁର, ସୁନାପଶି ଆଦି ଗ୍ରାମକୁ ପ୍ରତି ରବିବାର ଦିନ ଗସ୍ତକରି ନିରୀହ ଆଦିବାସୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଖ୍ରୀଷ୍ଟ ଧର୍ମକୁ ପରିବର୍ତନ କରୁଛନ୍ତି । ଯାହା ଫଳରେ ସ୍ଥାନୀୟ ଅଂଚଳ ଦିନକୁ ଦିନ ଅଶାନ୍ତ ହେବା ସହ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଥିଲେ । ଏହି ସମୟରେ ଗୋପୀନାଥପୁର ଗ୍ରାମର ୯ ଏକରରୁ ଉଦ୍ଧ୍ୱର୍ ସରକାରୀ ଜମୀକୁ ଦଖଲ କରି ଚର୍ଚ୍ଚ ନିର୍ମାଣ କରି ଧର୍ମାନ୍ତରୀକରଣ କରାଯାଉଥିବାର ଅଭିଯୋଗ ହୋଇଥିଲା । ଏହିପରି ଅନେକ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକାରୀମାନଙ୍କ ମଧ୍ୟରେ ଥିଲେ ସମୟର କେନ୍ଦୁଝର ସଦର ବିଧାୟକ ତଥା ବର୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ଲୋକସଭା ସଦସ୍ୟ ଅନନ୍ତ ନାୟକ । ଅଭିଯୋଗ ସମ୍ପର୍କରେ ତଦନ୍ତ କରାଯାଇ ତ୍ୱରିତ୍ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସମୟର ଜିଲ୍ଲାପାଳ ଆଶିଷ ଠାକରେ ପ୍ରତିଶ୍ରୃତି ଦେଇଥିଲେ ।
କେବଳ ଜନଜାତି ବହୁଳ ଅଂଚଳରେ ଏପରି ଧର୍ମାନ୍ତରୀକରଣ ହେଉଛି ତାହା ନୁହେଁ ଓଡିଶାର ରାଜଧାନୀ ଭୁବନେଶ୍ୱରର ସାଲିଆସାହି ପରି ଅନେକ ଅଂଚଳରେ ଏପରି ହେଉଛି । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଗଦିଆ ପଂଚାୟତର ବଗଦିଆ ( ଡାଳିମ୍ବପୁର) ଗ୍ରାମରେ ୨୦୨୪ ମସିହା ଜୁନ ୨ ତାରିଖରେ ଏହିପରି ଏକ ଘଟଣା ଘଟିଯାଇଛି । ଜଣେ ବ୍ୟକ୍ତିଙ୍କ ଘରେ କିଛି ଖ୍ରୀଷ୍ଟ ଧର୍ମାବଲମ୍ବୀ ପହଁଚି ଗ୍ରାମର ଅନ୍ୟ କିଛି ଲୋକଙ୍କ ସହ ମିଶି ପ୍ରାର୍ଥନା କରିବା ଘଟଣା ବିବାଦୀୟ ମୋଡ଼ ନେଇଥିଲା । ପ୍ରାର୍ଥନା ସଭାନାମରେ ବାହାର ଅଂଚଳର ପାଦ୍ରୀ ଓ ସିଷ୍ଟରମାନେ ଆସି ଧର୍ମାନ୍ତର କରୁଥିବାରୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ ।
କପ୍ତିପଦା ବ୍ଲକ ବଡଖଲାଡି ଗ୍ରାମରେ ୨୦୨୪ ମସିହା ମାର୍ଚ୍ଚ ୧୦ ତାରିଖ ଦିନ ଖ୍ରୀଷ୍ଟିଆନମାନଙ୍କ ତରଫରୁ ଧର୍ମାନ୍ତରୀକରଣ କରାଯାଉଥିଲା । ସ୍ଥାନୀୟ ଯୁବକ ବିରୋଧ କରିବାରୁ ଉତେଜନା ସୃଷ୍ଟି ହୋଇଥିଲା । ଏହାପରେ ପୋଲିସ ପହଁଚି ବାରିପଦାରୁ ଧର୍ମ ପରିବର୍ତନ କରିବାକୁ ଆସିଥିବା ଦୁଇ ଜଣ ଖ୍ରୀଷ୍ଟଧର୍ମ ପ୍ରଚାରକଙ୍କୁ ଥାନାକୁ ନେଇ ଯାଇଥିଲେ ।
ସେବା ନାମରେ ଖ୍ରୀଷ୍ଟିଆନ ସଂସ୍ଥାମାନେ କଣ କଣ କରିପାରନ୍ତି ତାହା କେହି କେବେ କଳ୍ପନା କରିପାରିବେ ନାହିଁ । ସେମାନେ ବାହାର ରାଜ୍ୟକୁ ଶିଶୁ ଚାଲାଣ କରନ୍ତି । ଯଦି କୌଣସି ହିନ୍ଦୁ ସଂସ୍ଥା ଏପରି କରିଥାନ୍ତା ତାହେଲେ ପଲ୍ଲୀଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ହୁରି ପଡିଯାଆନ୍ତା । ଜାତୀୟସ୍ତରରେ ଥିବା ଗଣମାଧ୍ୟମାନେ ଏହି ଖବରକୁ ବ୍ରେକିଂ ନିୟୁଜ କରି କେତେକଣ ଆଲୋଚନା କରି ପକାଇଥାନ୍ତେ । କିନ୍ତୁ ଓଡିଶାର ଗଣମାଧ୍ୟମକୁ ଧନ୍ୟବାଦ ଯାହା ସତ ତାହା ପଦାକୁ ଆଣୁଛନ୍ତି । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ବନବାସୀ ଅଂଚଳରେ କି ସେବା କରୁଥିଲେ ଓ ଖ୍ରୀଷ୍ଟିଆନ ସଂସ୍ଥାମାନେ ସେବା ନାମରେ କଣ କରୁଛନ୍ତି ତାର ସତ୍ୟାସତ୍ୟ ପ୍ରଘଟ କରୁଛନ୍ତି । ରାଜ୍ୟ ବାହାରର ବହୁ ଖ୍ରୀଷ୍ଟିଆନ ସଂସ୍ଥା ବିନା ପଞ୍ଜିକରଣରେ ଦକ୍ଷିଣ ଓଡିଶାରେ କାର୍ଯ୍ୟ କରୁଛନ୍ତି । ଆଗରୁ କେତେ କଣ ବ୍ୟଭିଚାର କରିଛନ୍ତି ତାହାର ହିସାବ ନାହିଁ । କିଛି ବର୍ଷ ଭିତରେ ଖ୍ରୀଷ୍ଟିଆନ ସଂସ୍ଥାମାନଙ୍କର ଅନେକ ଘଟଣା ପଦାକୁ ଆସିଛି । ତାଙ୍କର ଅସଲ ଚେହେରା ଜଣା ପଡିଛି । ଅନେକ ଦିନ ତଳେ ଦକ୍ଷିଣଭାରତର ତାମିଲନାଡୁ ରାଜ୍ୟରେ ଚାଲିଥିବା ଏକ ବେସରକାରୀ ଶିକ୍ଷାନୁଷ୍ଠାନରୁ ସ୍ଥାନୀୟ ପ୍ରଶାସନ ବିଭିନ୍ନ ରାଜ୍ୟର ୧୪୧ଜଣ ଶିଶୁଙ୍କୁ ଉଦ୍ଧାର କରିଥିଲା । ସେମାନଙ୍କ ମଧ୍ୟରେ ଓଡିଶାର ୭୬ ଜଣ ଥିଲେ । ଶିକ୍ଷା ପ୍ରଦାନ ନାମରେ ଓଡ଼ିଶାରୁ ଅଣାଯାଇଥିବା ଏହି ପିଲାମାନଙ୍କୁ ଅନ୍ୟ ଉଦେ୍ଦଶ୍ୟରେ ରଖାଯାଇଥିଲା ବୋଲି ପ୍ରକାଶ କରିବା ସହିତ ଅତ୍ୟନ୍ତ ଦୟନୀୟ ପାରିପାଶ୍ୱିର୍କ ପରିବେଶରେ ଚାଲିଥିବା ଏହି ଶିକ୍ଷାନୁଷ୍ଠାନକୁ କୋଏମ୍ବାଟୁର ଜିଲାପାଳ ଅର୍ଚ୍ଚନା ପଟ୍ଟନାୟକ ରଦ୍ଦ କରିଦେଇଥିଲେ ।
ସେହିପରି ଗଜପତି ଜିଲ୍ଲାର ୪୦ ଜଣ ଶିଶୁଙ୍କୁ ଶିକ୍ଷା ଦେବା ବାହାନାରେ ତାମିଲନାଡୁର ଏକ ମିଶନାରୀ ସଂସ୍ଥାକୁ ପଠାଯାଇଥିଲା । ସେଠାରେ ସେହି ଶିଶୁମାନଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଘଟଣା ପଦାକୁ ଆସିବା ପରେ ସେମାନଙ୍କୁ ମଧ୍ୟ ଫେରାଇ ଅଣାଯାଇଥିଲା । କେବଳ ସେତିକି ନୁହେଁ ଆଦିବାସୀ ଅଧ୍ୟୁଷିତ ଓଡିଶାର କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ପୋଡାଗଡା ଶିଶୁ ବିକାଶ କେନ୍ଦ୍ରରେ ଘଟିଥିବା କଳା କାରନାମା ସମସ୍ତଙ୍କୁ ଜଣା । କେନ୍ଦ୍ରର ନିଦେ୍ର୍ଦଶକ ଫିଲିପ୍ ଜର୍ଜ ସେଠାରେ ରହୁଥିବା ନାବାଳିକା ଛାତ୍ରୀମାନଙ୍କୁ ଯୈ÷ାନ ନିର୍ଯ୍ୟାତନା ଦେଉଥିଲେ । ସେ ଏହି ଅଭିଯୋଗରେ ଗିରଫ ହୋଇଥିଲେ । କେନ୍ଦ୍ର ନିଦେ୍ର୍ଦଶକ ପାଠ ପଢାଇବା ବାହାନାରେ ନାବାଳିକାମାନଙ୍କୁ ରାତିରେ ରଖିଥିଲେ । ନିଜ କୋଠରିକୁ ଡାକି ଯୈ÷ାନ ନିର୍ଯ୍ୟାତନା ଦେଉଥିଲେ ବୋଲି କେନ୍ଦ୍ରର ୭ ଜଣ ନାବାଳିକା ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏସବୁ ଘଟଣାର ଆସାମୀମାନେ ସଂଖ୍ୟାଲଘୁ ସଂପ୍ରଦାୟର ହୋଇଥିବାରୁ ଘଟଣାଟି ଜାତୀୟସ୍ତରରେ ଆଲୋଚନା ନହୋଇ ଚାପି ହୋଇ ରହିଗଲା । ଯଦି କୌଣସି ହିନ୍ଦୁ ସାଧୁସନ୍ଥଙ୍କର ଏହିସବୁ ସଂସ୍ଥା ହୋଇଥାନ୍ତା ତେବେ ସଂଖ୍ୟାଲଘୁଙ୍କ ଭଡାଡିଆ ଗୁଣ୍ଡା ସବ୍ୟସାଚୀ ଠାରୁ ଧମକ ମିଳିବା ଆରମ୍ଭକରି ଆନ୍ତଜାତୀୟସ୍ତରେ କେତେ କଣ ଆଲୋଚନା ହୋଇଥାନ୍ତା । ଖଜୁରୀ ଗଛର କିଗୁଣ ଗାଇବି ସେତ ମୁଳରୁ ପାହଚ ପାହଚ ପରି ସେହି ସଂସ୍ଥାମାନଙ୍କର ଗୁଣଗାନ କରିବା ସମ୍ଭବ ନୁହେଁ । ସେବା ନାମରେ ଏପରି କଳଙ୍କ ସୃଷ୍ଟି କରୁଥିବା ବ୍ୟକ୍ତି ଓ ସଂସ୍ଥା ଦେଶ ପାଇଁ କଳଙ୍କ ।
ଘିଗିଡିଆ,ବାରୁଅ,କେନ୍ଦ୍ରାପଡା
ମୋ-୯୮୬୧୦୬୯୫୫୩

Leave a Reply