Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଖୋଲିଲା ବାଇଶିପାହାଚ ଆନନ୍ଦବଜାର ଦ୍ୱାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଖୋଲିଲା ବାଇଶିପାହାଚ ଆନନ୍ଦବଜାର ଦ୍ୱାର

ପୁରୀ: ଶ୍ରୀମନ୍ଦିର ଆନନ୍ଦବଜାର ବାଇଶିପାହାଚ ଦ୍ୱାର ଆଜି ଭକ୍ତ ଓ ସେବାୟତଙ୍କ ପାଇଁ ଉନ୍ମୁକ୍ତ କରାଯାଇଛି । ପ୍ରଶାସନିକ ନିଷ୍ପତ୍ତିକ୍ରମେ ଗ ୮ ବର୍ଷ ଧରି ତାଲା ପଡ଼ିରହିଥିବା ଏହି ଦ୍ୱାରରୁ ଆଜି ତାଲା ଖୋଲାଯାଇଛି । ଯାହା ଭକ୍ତ ଓ ସେବାୟତଙ୍କ ମହାପ୍ରସାଦ ନେବା ଆଣିବା ବ୍ୟବସ୍ଥାକୁ ସହଜ କରିଛି । ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ । ଶ୍ରୀମନ୍ଦିର ଆନନ୍ଦବଜାର ଆରମ୍ଭରୁ ରହିଥିଲା ଏହି ବାଇଶିପାହାଚ ଦ୍ୱାର । ଯେଉଁ ଭକ୍ତମାନେ କେବଳ ମହାପ୍ରସାଦ ଆଣିବାକୁ ଯାଉଥିଲେ, ସେମାନେ ସିଂହଦ୍ୱାର ବାଇଶିପାହାଚ ଦେଇ ପ୍ରବେଶ ବେଳେ ଭିତର ବେଢ଼ାକୁ ନ ଯାଇ ବାଇଶିପାହାଚରୁ ସିଧାସଳଖ ଆନନ୍ଦବଜାରକୁ ପ୍ରବେଶ କରୁଥିଲେ । ଫଳରେ ଶ୍ରୀମନ୍ଦିର ଭିତର ଭିଡ଼ ସେତେଟା ହେଉନଥିଲା । କିନ୍ତୁ ଧାଡ଼ି ଦର୍ଶନ ଆଳରେ ପୁଲିସ ପ୍ରଶାସନର ପରାମର୍ଶକ୍ରମେ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଆଧାରରେ ୨୦୧୮ ମସିହାରେ ଏହି ଦ୍ୱାରରେ ତାଲା ପକାଇ ଦିଆଯାଇଥିଲା । ପରେ କେବଳ ସିଂହଦ୍ୱାରରେ ଭକ୍ତଙ୍କୁ ଛଡ଼ାଯାଇଥିଲା । ଅନ୍ୟ ତିନିଦ୍ୱାରରେ ଭକ୍ତଙ୍କୁ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଥିଲା । ଏଣୁ ଯେଉଁ ଭକ୍ତମାନେ ମହାପ୍ରସାଦ ଆଣିବାକୁ ଯାଉଥିଲେ, ସେମାନଙ୍କୁ ଶ୍ରୀମନ୍ଦିର ଭିତର ବେଢ଼ାକୁ ଯାଇ ଆନନ୍ଦବଜାରକୁ ଯିବାକୁ ପଡ଼ୁଥିଲା । ନଚେତ ଦଲାଲଙ୍କ ଶୋଷଣର ଶିକାର ହେବାକୁ ପଡ଼ୁଥିଲା । ବହୁଦିନର ଦାବି ପରେ ଶେଷରେ ଆଜି ଏହି ଦ୍ୱାରକୁ ଖୋଲି ଦିଆଯାଇଛି । ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସଂପାଦକ ନାରାୟଣ ମହାସୁଆର କହିଛନ୍ତି, ବାଇଶିପାହାଚ ଦ୍ୱାର ଖୋଲିବା ନିଷ୍ପତ୍ତି, ଏକ ବଡ଼ ନିଷ୍ପତ୍ତି । ୮ ବର୍ଷ ହେଲା ବନ୍ଦ ରହିଥିବା ବାଇଶିପାହାଚ ଦ୍ୱାର ଖୋଲାଯିବା ନିଷ୍ପତ୍ତି ନୂଆ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭକ୍ତ ଓ ସେବାୟତଙ୍କ ସୁବିଧା ପ୍ରତି ସମ୍ବେଦନଶୀଳ ଥିବା ସ୍ପଷ୍ଟ କରୁଛି ବୋଲି ଶ୍ରୀ ମହାସୁଆର କହିଛନ୍ତି ।

Leave a Reply