Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପ୍ୟାରିସ୍ ଅଲିମ୍ପିକ୍ସରେ ଇତିହାସ ରଚିଲେ ମନୁ ଭାକର୍ ୨ଟି ପଦକ ଜିତିବାରେ ପ୍ରଥମ ଆଥ୍‌ଲେଟ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ୍ୟାରିସ୍ ଅଲିମ୍ପିକ୍ସରେ ଇତିହାସ ରଚିଲେ ମନୁ ଭାକର୍ ୨ଟି ପଦକ ଜିତିବାରେ ପ୍ରଥମ ଆଥ୍‌ଲେଟ୍

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଲେ ମନୁ ଭାକର । ଗୋଟିଏ ସଂସ୍କରଣରେ ଦୁଇଟି ପଦକ ଜିତିବାରେ ସ୍ୱାଧୀନ ଭାରତର ସେ ହେଉଛନ୍ତି ପ୍ରଥମ ଆଥଲେଟ୍ । ଗତ ରବିବାର ୧୦ ମିଟର ଏୟାରପିସ୍ତଲ ମହିଳା ବର୍ଗରେ ଭାରତ ପାଇଁ ଐତିହାସିକ ବ୍ରୋଞ୍ଜ ପଦକ ଜିତିଥିବା ମନୁ ଭାକର ମଙ୍ଗଳବାର ୧୦ ମିଟର ଏୟାରପିସ୍ତଲ ମିକ୍ସଡ ଇଭେଣ୍ଟରେ ସରବଜୋତ ସିଂଙ୍କ ସହ ମିଶି ଏହି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ୧୯୦୦ ଅଲିମ୍ପିକ୍ସରେ ବ୍ରିଟିଶ ଇଣ୍ଡିଆନ ଆଥଲେଟ୍ ନୋରମାନ ପ୍ରିଚାର୍ଡ ଦୁଇଟି ରୌପ୍ୟ ପଦକ ଜିତିଥିଲେ । ସେ ୨୦୦ ମିଟର ସ୍ପ୍ରିଣ୍ଟ ଓ ୨୦୦ ମିଟର ହଡର୍ଲ୍ସରେ ପଦକ ଜିତି ଇତିହାସ ରଚିଥିଲେ । ପୂର୍ବରୁ ସୁଶିଲ କୁମାର (ରେସଲିଂ) ଓ ପି.ଭି.ସିନ୍ଧୁ (ବ୍ୟାଡମିଣ୍ଟନ) ଦୁଇଟି ଲେଖାଏଁ ଅଲିମ୍ପିକ୍ସ ପଦକ ଜିତିବାରେ ସଫଳ ହୋଇଥିଲେ । କିନ୍ତୁ ସେମାନେ ଗୋଟିଏ ସଂସ୍କରଣରେ ଏହି ସଫଳତା ପାଇନଥିଲେ

Leave a Reply