ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

କେନ୍ଦୁଝର: ସ୍ଥାନୀୟ ଜେଲ୍‌ରୋଡସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ତ୍ରିଲୋଚନ ସାହୁ ଜ୍ଞାନ ବିଜ୍ଞାନ ମେଳାର ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ସୁନିଲ କୁମାର ରଥ ଯୋଗଦେଇ ଶିଶୁଙ୍କୁ ବିଜ୍ଞାନୀ ମନୋଭାବ ନେଇ କାର୍ଯ୍ୟ କଲେ ଭବିଷ୍ୟତରେ ଜଣେ ଜଣେ ବୈଜ୍ଞାନିକ ହୋଇପାରିବେ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ପରିଚାଳନା ସମିତିର ସଂପାଦକ ସୁଂଧାଶୁ ଶେଖର ପଣ୍ଡା, ସହ-ସଂପାଦକ ଦୀପକ କୁମାର ମହାକୁଳ ଯୋଗଦେଇ ଜ୍ଞାନବିଜ୍ଞାନରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଜ୍ଞାନ ବିଜ୍ଞାନ ମେଳାରେ ଗଣିତ ପ୍ରକଳ୍ପରେ ୭୩ ଜଣ, ବିଜ୍ଞାନ ପ୍ରକଳ୍ପରେ ୧୩୮ ଜଣ, ପ୍ରଶ୍ନମଞ୍ଚରେ ୩୯୦ ଜଣ, ପ୍ରୟୋଗରେ ୧୨୩ ଜଣ, ପତ୍ରବାଚନରେ ୧୨୮ ଜଣ, ମୂର୍ତ୍ତୀ କଳାରେ ୧୪ ଜଣ, କଥାକଥନ ୩୯ ଜଣ ଓ ନିବନ୍ଧ ଲିଖନରେ ୩୧ ଜଣ ଏହି ପରି ସର୍ବମୋଟ ୯୩୬ ଜଣ ଅଂଶଗ୍ରହଣ କରିଥିଲେ । ବିଚାରକ ଭାବରେ କେନ୍ଦୁଝରର ବିଭିନ୍ନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବିଜ୍ଞାନ ଆଚାର୍ଯ୍ୟଆଚାର୍ଯ୍ୟା ରାଜେଶ କୁମାର ମହାନ୍ତ, ଯୁଧିଷ୍ଟିର ମହାନ୍ତ, ମୃତ୍ୟୁଞ୍ଜୟ ପାତ୍ର, କ୍ଷୀରୋଦ କୁମାର ନାଏକ, ଲକ୍ଷ୍ମୀଧର ମହାନ୍ତ, ବିକାଶ କୁମାର ମହାନ୍ତ, ବଳଭଦ୍ର ପ୍ରଧାନ, କଳ୍ପନା ସାହୁ, ସସ୍ମିତା ଦୋରା, କମଳାକାନ୍ତ ନାଏକ, ସୁବାସ ପ୍ରଧାନ ଓ ଅମୀୟ କୁମାର ଭୂୟାଁ ଯୋଗ ଦେଇଥିଲେ । ପ୍ରତ୍ୟେକ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିଶୁ ଭାଇ ଉଭଣୀମାନେ ସଂକୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିବେ । ସମାପନ ସମାରୋହରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଅଧ୍ୟାପକ ତଥା ବିଶ୍ୱ ହିନ୍ଦୁ ପରିଷଦର ପୂର୍ବ ପ୍ରାନ୍ତର ବିଶେଷ ସମ୍ପର୍କ ପ୍ରମୁଖ ମଦନ ମୋହନ ଦ୍ୱିବେଦୀ ଯୋଗ ଦେଇ କୃତି ଶିଶୁମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପ୍ରଧାନାଚାର୍ଯ୍ୟ ଅଲେଖ ମହାନ୍ତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ ଯୋଗ ଦେଇଥିଲେ । ବିଜ୍ଞାନ ଆଚାର୍ଯ୍ୟ ମନୋରଞ୍ଜନ ପରିଡା ବିବରଣୀ ପାଠ କରିଥିଲେ ବେଳେ ବିଦ୍ୟାମନ୍ଦିର ପର୍ଯ୍ୟାୟ ପ୍ରମୁଖ ଦେବାଶିଷ ସାମଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଦ୍ୟାଳୟର ବିଜ୍ଞାନ ବିଭାଗର ଆଚାର୍ଯ୍ୟ ଅମୂଲ୍ୟ କୁମାର ରାଉତ, ସତ୍ୟପ୍ରିୟ ମହାନ୍ତି, କୁଳମଣି ମହାନ୍ତ, ସନ୍ତୋଷ କୁମାର କର, ଆଚାର୍ଯ୍ୟା ବିଶ୍ୱବନ୍ଦିତା ଦାସ, ହରପ୍ରିୟା ଓଝା ସମେତ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଜ୍ଞାନବିଜ୍ଞାନ ମେଳାରେ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *