Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୩୧ତମ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା ଅନୁଷ୍ଠିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୩୧ତମ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା ଅନୁଷ୍ଠିତ

ପୁରୀ : ଚଳିତ ମାସ ୨୪ ଓ ୨୫ ତାରିଖ ଦୁଇ ଦିନ ଧରି ସରସ୍ୱତୀ ଶିଶୁ ମନ୍ଦିର, ଘୋଡ଼ା ବଜାର, ପୁରୀ ପରିସରରେ ଚଳିତ ବର୍ଷ ୩୧ତମ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିଶୁବାଟିକା ଓ ପ୍ରଥମ ରୁ ତୃତୀୟ ଶ୍ରେଣୀ ସମେତ ଶିଶୁ, ବାଲ , କିଶୋର ଓ ତରୁଣ ବର୍ଗରେ ବୈଦିକ ଗଣିତ , ସଂସ୍କୃତିବୋଧ ଓ ବିଜ୍ଞାନର ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା । ଉକ୍ତ ବିଭାଗରେ ପ୍ରଶ୍ନମଞ୍ଚ ଓ ପତ୍ରବାଚନ ସହିତ ଗଣିତ ଓ ବିଜ୍ଞାନରେ ପ୍ରୟୋଗ ଓ ପ୍ରକଳ୍ପ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ସଂସ୍କୃତି ବୋଧ ପରିଯୋଜନାରେ କଥା କଥନ ଏବଂ ମୃତ୍ତିକଳା , ଲୋକନୃତ୍ୟ ପ୍ରଦର୍ଶନ ଓ ଦେଶାତ୍ମବୋଧ ବ୍ୟକ୍ତିଗତ ଗୀତ ପ୍ରତିଯୋଗିତାମାନ କରାଯାଇଥିଲା । ପୁରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କର ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଉଦ୍ଘାଟନୀ ଅଭିଭାଷଣରେ ଉପସ୍ଥିତ ଶିଶୁ ମାନଙ୍କୁ ବୈଜ୍ଞାନିକ ଚିନ୍ତାଧାରାରେ ଉଦ୍ଭୂତ ହୋଇ ନୂତନ ସଫଳତା ହାସଲ କରିବା ସହ ବିଦ୍ୟାଳୟର ସୁନାମ ଅର୍ଜନ ଓ ସମୃଦ୍ଧିଶାଳୀ ରାଷ୍ଟ୍ର ଗଠନରେ ସହାୟକ ହୁଅନ୍ତୁ ବୋଲି ଆହ୍ୱାନ କରିଥିଲେ । ବିଦ୍ୟାଳୟର ପୂର୍ବଛାତ୍ର ତଥା ଞଉଝ, ଭୁବନେଶ୍ୱର କମ୍ପାନୀର ଟେକନିକାଲ ଆର୍ଟିଟେକ ଶ୍ରୀମାନ ସମଦର୍ଶୀ ପ୍ରଜାବତ୍ସଳ ସ୍ୱାଇଁ, ପୁରୀ ଜିଲ୍ଲା ସହ ଜିଲ୍ଲା ପ୍ରମୁଖ ଦୀନବନ୍ଧୁ ତ୍ରିପାଠୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କର ପୁରୀ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ସୁନାମ ଅର୍ଜନ କରିଥିବା ବିଜ୍ଞାନ ଓ ଗଣିତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ।। ବିଚାରକ ମାନେ ବିଚାର କରି ୩୦୦ ପ୍ରତିଭାଗୀ ମଧ୍ୟରୁ ୧୪୦ଜଣ ଶ୍ରେଷ୍ଠ ପ୍ରତିଭାଗୀ ମାନଙ୍କୁ ଚୟନ କରିଥିଲେ । ତନ୍ମଧ୍ୟରୁ ୪୯ଜଣ ଶିଶୁ ସଂକୁଳ ସ୍ତରକୁ ଚୟନିତ ହୋଇଛନ୍ତି । କାର୍ଯ୍ୟକ୍ରମର ପ୍ରଥମ ଦିବସରେ ବିଦ୍ୟାଳୟର ଉଜଉଉ ଶ୍ରୀମତୀ ଅନିତା ମିଶ୍ର ଓ ପୂର୍ବତନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଧନେଶ୍ୱର ସୁନ୍ଦରାୟ କୁନି ଶିଶୁ ପ୍ରତିଭାଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଉଦ୍‌ଯାପନ ପର୍ବରେ ମୁଖ୍ୟ ଅତିଥି ଭାବେ ବିଜ୍ଞାନ ପର୍ଯ୍ୟବେକ୍ଷକ ମିଥୁନ ହରିଚନ୍ଦନ ଓ ପୁରୀ ଜିଲ୍ଲା ପ୍ରମୁଖ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସାହୁ ମହୋଦୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରେଷ୍ଠ ପ୍ରତିଭାଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ଡ଼ଃ ଅଭିମନ୍ୟୁ ଭୂୟାଁ, ସହସଭାପତି ଶ୍ରୀଯୁକ୍ତ ସୀମାଚଳ ପଣ୍ଡା, ସମ୍ପାଦକ ଅରବିନ୍ଦ ଶତପଥୀ, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ବିକାଶ ଦତ୍ତ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ମାନସ ରଞ୍ଜନ ପଣ୍ଡା, ସଦସ୍ୟା ସନ୍ତୋଷିନୀ ନାୟକ ଓ +୨ ବିଜ୍ଞାନ ଉଚ୍ଚ ମଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅରବିନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଆଚାର୍ଯ୍ୟ ଅନଙ୍ଗ ଉଦୟ ବଳ ବିବରଣୀ ପଠନ କରିଥିବା ବେଳେ ଆଚାର୍ଯ୍ୟ ଡ଼ଃ ଶ୍ରୀକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Leave a Reply