Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋ-ମାଂସ ବୋଝେଇ ଅଟୋ ଜବତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋ-ମାଂସ ବୋଝେଇ ଅଟୋ ଜବତ

ବାଙ୍କୀ: କଳାପଥର ପଂଚାୟତ ଅନ୍ତର୍ଗତ ମଧୁଆପଲ୍ଲୀ ବଘେଇ ବାଇପାସ ରାସ୍ତାର ବଡ଼ଡାଳିଆ ମନ୍ଦିର ନିକଟରୁ ଏକ ଗୋ ମାଂସ ଚାଲାଣ କରୁଥିବା ଡାଲା ଅଟୋକୁ ବଜରଙ୍ଗ ଦଳର କେତେକ କର୍ମୀ ଏବଂ କିଛି ଯୁବକ ଅଟକ ରଖିଛନ୍ତି । ପରେ ସେଥିରେ ଚାଲାଣ ହେଉଥିବା ପ୍ରାୟ ୧୫ କ୍ୱିଣ୍ଟାଲ ଗୋ ମାଂସ ଦେଖିବାକୁ ପାଇବା ପରେ ପୁଲିସକୁ ଖବର ଦେଇଥିଲେ । ବୈଦ୍ୟେଶ୍ୱର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିର ଡ଼୍ରାଇଭରକୁ ଖୋଜା ଖୋଜି କରିଥିଲେ ହେଁ ଗାଡି ଛାଡି ଫେରାର ହୋଇଯାଇଛି । ଘଟଣା ସମ୍ପର୍କରେ ଚାରିଆଡ଼େ ପ୍ରଚାର ହେବା ପରେ ସେଠାରେ ଶତାଧିକ ଲୋକଙ୍କ ଭିଡ ଲାଗିଥିଲା ।

Leave a Reply