ପର୍ଯ୍ୟାବରଣ ସଂରକ୍ଷଣ ଗତିବିଧିର ମୟୂରଭଞ୍ଜ ବିଭାଗସ୍ତରୀୟ ଆଭାସୀ କାର୍ଯ୍ୟକ୍ରମ

ବେତନଟୀ: ବେତନଟୀ ପର୍ଯ୍ୟାବରଣ ସଂରକ୍ଷଣ ଗତବିିଧିର ମୟୁରଭଞ୍ଜ ବିଭାଗସ୍ତରୀୟ ଆଭାସୀ ବୈଠକ ବଡ଼ବିଲ ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ନଳିନୀକାନ୍ତ ମହାନ୍ତଙ୍କର ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାନ୍ତ ସଂଯୋଜକ ବଳରାମ ଦାସ, କ୍ଷେତ୍ର ସଂଯୋଜକ ଡ଼କ୍ଟର ଅନିଲ ଜୀ ଉତ୍କଳ ବାଳାଶ୍ରମ ବାରିପଦାର ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ସଙ୍ଗୀତ ଶିକ୍ଷୟିତ୍ରୀ ଝୁମର ରାଣୀ ବିନ୍ଦୁମତୀ ମହାନ୍ତ, ଡାକ୍ତର ଧ୍ରୁବ ଚରଣ ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ କ୍ଷେତ୍ରମୋହନ ମହାନ୍ତ, ପ୍ରାନ୍ତ ଟୋଲୀ ସଦସ୍ୟ ରମେଶଚଦ୍ର ମିଶ୍ର, ସାମାଜିକ ଗଣମାଧ୍ୟମ ପ୍ରତିନିଧି ପ୍ରଭଞ୍ଜନ ମହାପାତ୍ର, ମୟୂରଭଞ୍ଜ ଜିଲ୍ଲା ସଂଯୋଜକ ଡକ୍ଟର ରମାକାନ୍ତ ମହାନ୍ତ, ରାଇରଙ୍ଗପୁର ଜିଲ୍ଲା ସଂଯୋଜକ ଶୈଳେଶ ଚନ୍ଦ୍ର ମହାନ୍ତ, କେନ୍ଦୁଝର ଜିଲ୍ଲା ସଂଯୋଜକ ସତ୍ୟପ୍ରିୟ ମହାନ୍ତ ପ୍ରମୁଖ ଯୋଗଦାନ କରି ଜମି ଜଳ ଜଙ୍ଗଲ, ଜାନୁଆର, ଜୀବର ସୁରକ୍ଷା, ହରିତ ଘରର ବିସ୍ତାର, ହରିତ ମିଳନ ଏବଂ ଅମୃତା ଦେବୀ ପ୍ରକୃତି ବନ୍ଦନ ବିଷୟରେ ଆଲୋଚନା କରିଥିଲେ । ପର୍ଯ୍ୟାବରଣ ସୁରକ୍ଷା ଗତିବିଧିର କାର୍ଯ୍ୟକ୍ରମକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଆଗାମୀ ୨୮ ତାରିଖ ରବିବାର ଦିନ ଦିବସବ୍ୟାପୀ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କଟକର ନୂଆ ବଜାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି । ଏହି ଆଭାସୀ ବୈଠକରେ ମୋଟ ୩୪ ଜଣ ପର୍ଯ୍ୟାବରଣ ସେବକ ଅଂଶ ଗ୍ରହଣ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ବେତନଟୀ ଖଣ୍ଡ ସଂଯୋଜକ ଦୀପକ କୁମାର ମହାନ୍ତ ।

Leave a Reply

Your email address will not be published. Required fields are marked *