ବିପଦରେ ଗୋ-ସମ୍ପଦ

ଟାଙ୍ଗୀ: ବିପଦରେ ଏବେ ଗୋ-ସମ୍ପଦ, ବଞ୍ଚିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ହେଲେ ଜୀବନ ଯୁଦ୍ଧରେ ହାରି ଯାଉଛନ୍ତି ଗୋ-ସମ୍ପଦ । ଗାଁଗହଳିରେ ଆଉ ଆଗଭଳି ନାହିଁ ଚାରଣ ଭୂମି, ଗୋ-ପାଳକମାନେ ମଧ୍ୟ ନିଜ ନିଜ ଘରେ ଗୃହପାଳିତ ପଶୁମାନଙ୍କୁ ରଖୁନାହାନ୍ତି, ସେମାନଙ୍କ ପାଇଁ ଗୁହାଳ (ଗୋରୁଗାଈ ରହୁଥିବା ଘର) ମଧ୍ୟ ନାହିଁ, ତେଣୁ ଗୋରୁଗାଈମାନେ ପଦାକୁ ଚରିବୁଲିବା ପାଇଁ ବଜାରଘାଟ ବୁଲିଲେ ଏବଂ ଦିନ ହେଉ ଅବା ରାତି ଯେତେବେଳେ ଏହି ଗୋରୁଗାଈଙ୍କୁ ବିଶ୍ରାମ ଦରକାର ସେତେବେଳେ ମଶା-ମାଛିଙ୍କର ଉପଦ୍ରବ ତେଣୁ ସେଥିରୁ ରକ୍ଷା ପାଇବା ପାଇଁ ଗୋରୁଗାଈ ରାସ୍ତାରେ (ଗ୍ରାମ୍ୟ ସଡ଼କ ହେଉ ଅବା ଜାତୀୟ ରାଜପଥ ଉପରେ) ବିଶ୍ରାମ କରି ନିଦ୍ରା ଗଲେ । ଯାହାଦ୍ୱାରା ପ୍ରତ୍ୟେକ ଦିନ ଦୁର୍ଘଟଣାରେ ଗୋରୁଗାଈଙ୍କର ଜୀବନ ଗଲା, ଅନ୍ୟ ପଟକୁ ଯଦି ଦେଖିବା ରାସ୍ତାରେ ଗୋରୁଗାଈ ଘୂରି ବୁଲୁଥିବା ଦେଖି କେତେକ ବ୍ୟକ୍ତି ସେମାନଙ୍କୁ ଚୋରି କରିବା ପରେ ଗୋ-ମାଫିଆମାନଙ୍କ ଦ୍ୱାରା ଅନ୍ୟ ରାଜ୍ୟକୁ ବିକ୍ରି କରି ଦେଉଛନ୍ତି । ଏସବୁ ଭିତରେ ଆଉ ଗୋଟିଏ କଥା ମଧ୍ୟ ସାମ୍ନାକୁ ଆସିଛି ଗାଁ-ଗାଁରେ ଥିବା ପ୍ରାଣୀ ଚିକିତ୍ସାଳୟ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି । କେଉଁଠି ଡାକ୍ତର ନାହାନ୍ତି ତ\’ ପୁଣି କେଉଁଠି ପ୍ରାଣୀଧନ ଚିକିତ୍ସକ ନାହାନ୍ତି ତେଣୁ ଚିକିତ୍ସା ଅଭାବରୁ ଗୋ-ସମ୍ପଦ ମଧ୍ୟ ବିପଦରେ ରହିଛନ୍ତି ।

Leave a Reply

Your email address will not be published. Required fields are marked *