Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦ୍ୱିତୀୟ ପର୍ଯ୍ୟାୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାର ପରୀକ୍ଷଣ ସଫଳ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦ୍ୱିତୀୟ ପର୍ଯ୍ୟାୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାର ପରୀକ୍ଷଣ ସଫଳ

ପ୍ରତିରକ୍ଷା ଗବେଷଣା ଏବଂ ବିକାଶସଂଗଠନ (ଡିଆରଡିଓ) ଆଜି(ବୁଧବାର) ଦ୍ୱିତୀୟ ପର୍ଯ୍ୟାୟବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରତିରକ୍ଷାପ୍ରଣାଳୀର ସଫଳ ପରୀକ୍ଷଣ କରିଛି ।ଏଲସି-୪ ଧାମରାରୁ ଅପରାହ୍ନ ୪ଟା୨୦ମିନିଟରେ ଟାର୍ଗେଟ ମିସାଇଲଉତକ୍ଷେପଣ କରାଯାଇଥିଲା, ଯାହାସ୍ଥଳ ଓ ସମୁଦ୍ରରେ ନିୟୋଜିତଅସ୍ତ୍ରଶସ୍ତ୍ର ସିଷ୍ଟମ ରାଡାର ଦ୍ୱାରା ଠାବକରାଯାଇ ଏଡି ଇଣ୍ଟରସେପ୍ଟରସିଷ୍ଟମକୁ ସକ୍ରିୟ କରାଯାଇଥିଲା ।ଦ୍ୱିତୀୟ ପର୍ଯ୍ୟାୟ ଏଡି ଏଣ୍ଡୋବାୟୁମଣ୍ଡଳୀୟ କ୍ଷେପଣାସ୍ତ୍ରକୁ ଏଲସି୩ରୁ ଅପରାହ୍ନ ୪ଟା ୨୪ରେଚାନ୍ଦିପୁରସ୍ଥିତ ଆଇଟିଆରରେଉତକ୍ଷେପଣ କରାଯାଇଥିଲା । ଲଙ୍ଗରେଞ୍ଜ ସେନ୍ସର, ଲୋ ଲେଟେନ୍ସିକମ୍ୟୁନିକେସନ ସିଷ୍ଟମ ଏବଂ ଏମସିସିଏବଂ ଆଡଭାନ୍ସ ଇଣ୍ଟରସେପ୍ଟରକ୍ଷେପଣାସ୍ତ୍ରକୁ ନେଇ ଗଠିତ ସମ୍ପୂର୍ଣ୍ଣଅଭିନନ୍ଦନ ଜଣାଇଛନ୍ତି ।

ନେଟୱାର୍କ ସେଣ୍ଟ୍ରିକ୍ ଯୁଦ୍ଧ ଅସ୍ତ୍ର ପ୍ରଣାଳୀକୁ ପ୍ରମାଣିତ କରିବା ପାଇଁ ଏହି ଉଡ଼ାଣ ପରୀକ୍ଷଣ ସମସ୍ତ ପରୀକ୍ଷଣ ଉଦ୍ଦେଶ୍ୟକୁ ସମ୍ପୂର୍ଣ୍ଣ ରୂପେ ପୂରଣ କରିଛି । ଏହି ପରୀକ୍ଷଣ ୫୦୦୦ କିଲୋମିଟର ଶ୍ରେଣୀର ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ରରୁ ରକ୍ଷା କରିବାରେ ଦେଶର ସ୍ୱଦେଶୀ ସାମର୍ଥ୍ୟକୁ ପ୍ରମାଣିତ କରିଛି । ଆଇଟିଆର, ଚାନ୍ଦିପୁର ଦ୍ୱାରା ନିୟୋଜିତ ଇଲେକ୍ଟ୍ରୋ-ଅପ୍ଟିକାଲ ସିଷ୍ଟମ, ରାଡାର ଏବଂ ଟେଲିମେଟ୍ରି ଷ୍ଟେସନ ଭଳି ରେଞ୍ଜ ଟ୍ରାକିଂ ଉପକରଣ ଦ୍ୱାରା ନିଆଯାଇଥିବା ଉଡ଼ାଣ ତଥ୍ୟରୁ ଏହି କ୍ଷେପଣାସ୍ତ୍ରର କାର୍ଯ୍ୟଦକ୍ଷତା ଉପରେ ନଜର ରଖାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ଏଡି ଏଣ୍ଡୋବାୟୁମଣ୍ଡଳୀୟ କ୍ଷେପଣାସ୍ତ୍ର ହେଉଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏକ ଦୁଇ ପର୍ଯ୍ୟାୟ କଠିନ ପ୍ରୋପେଲ୍ଡ ଗ୍ରାଉଣ୍ଡ ଲଞ୍ଚ୍ କ୍ଷେପଣାସ୍ତ୍ର ପ୍ରଣାଳୀ ଯାହା ଏଣ୍ଡୋର ଉଚ୍ଚତା ବର୍ଗରୁ ନିମ୍ନ ବାୟୁମଣ୍ଡଳୀୟ ଅଞ୍ଚଳକୁ ଅନେକ ପ୍ରକାରର ଶତ୍ରୁ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର ବିପଦକୁ ନିଷ୍କ୍ରିୟ କରିବା ପାଇଁ ଉଦ୍ଦିଷ୍ଟ । ଡିଆରଡିଓର ବିଭିନ୍ନ ପରୀକ୍ଷାଗାର ଦ୍ୱାରା ବିକଶିତ ଅନେକ ଅତ୍ୟାଧୁନିକ ସ୍ୱଦେଶୀ ଜ୍ଞାନକୌଶଳକୁ ଏହି କ୍ଷେପଣାସ୍ତ୍ର ପ୍ରଣାଳୀରେ ଅନ୍ତର୍ଭୁକ୍ତ କରାଯାଇଛି । ଆଜିର ସଫଳ ଉଡ଼ାଣ ପରୀକ୍ଷଣ ପାଇଁ ଡିଆରଡିଓକୁ ପ୍ରଶଂସା କରିବା ସହ ଏହା ପୁଣି ଥରେ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରତିରକ୍ଷା କ୍ଷମତା ପ୍ରଦର୍ଶନ କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ କହିଛନ୍ତି । ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡ. ସମୀର ଭି କାମତ ଆଜିର ସଫଳ ଉଡ଼ାଣ ପରୀକ୍ଷଣରେ ସମଗ୍ର ଡିଆରଡିଓ ଟିମ୍ର ଅକ୍ଳାନ୍ତ ପ୍ରୟାସ ଏବଂ ଅବଦାନ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply