ବିଦ୍ୟା ଭାରତୀ,ଶିକ୍ଷା ବିକାଶ ସମିତି ପ୍ରାନ୍ତ ଖୋ ଖୋ ପ୍ରତିଯୋଗିତା ଉଦ୍‌ଯାପିତ

ଉଭୟ ବର୍ଗରେ ମର୍କତନଗର,ସୁନ୍ଦରଗଡ ଓ କାଲୁଗାଁ ଟିମ୍ ର ପ୍ରଥମ ସ୍ଥାନ ଦଖଲ

କଟକ : ବିଦ୍ୟାଭାରତୀଙ୍କର ଓଡିଶା ପ୍ରା\” ଶାଖା ସଙ୍ଗଠନ ଶିକ୍ଷା ବିକାଶ ସମିତି ଦ୍ୱାରା ଆୟୋଜିତ ଦୁଇ ଦିନିଆ ପ୍ରାନ୍ତ ଖୋ ଖୋ ପ୍ରତିଯୋଗିତା ଗତକାଲି ୧୪ ତାରିଖରେ ଯଥାରୀତି ଉଦଯାପିତ ହୋଇଯାଇଛି । ଗତ ୧୩ ତାରିଖରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଥିବା ଏହି ପ୍ରତିଯୋଗିତାର ସମାରୋପ କାର୍ଯ୍ୟକ୍ରମରେ ଉତ୍ତର- ପୂର୍ବ ସମ୍ଭାଗ ସମ୍ପାଦକ ମହେନ୍ଦ୍ର କୁମାର ଘଡେଇ, ପ୍ରାନ୍ତ ଓ କ୍ଷେତ୍ର ଶାରୀରିକ ସଂଯୋଜକ ବଳରାମ ସାହୁ ଓ ବିଦ୍ୟା ଭାରତୀଙ୍କର କବାଡି ସଂଯୋଜକ ବିଭୂତି ଭୂଷଣ ଦାଶ ପ୍ରମୁଖ ଅତିଥି ଭାବରେ ମଂଚାସୀନ ହୋଇ କୃତୀ ଖୋଖୋ ଟିମମାନଙ୍କୁ ଉପଯୁକ୍ତ ପୁରସ୍କାର ପ୍ରଦାନପୂର୍ବକ ପୁରସ୍କୃତ କରିଥିଲେ । କ୍ରୀଡାବିତମାନେ ସେମାନଙ୍କ ଜୀବନକାଳରେ ଉଚ୍ଚମାନର କ୍ରୀଡା ନୈପୁଣ୍ୟ ପ୍ରଦର୍ଶନପୂର୍ବକ ନିଜର, ନିଜ ବିଦ୍ୟାଳୟ, ନିଜ ଶୈକ୍ଷିକ ସଙ୍ଗଠନ ଓ ସର୍ବୋପରି ନିଜ ଦେଶମାତୃକାର ଗୌରବ ବୃଦ୍ଧି କରିବା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ । ସାରା ରାଜ୍ୟରେ ଶିକ୍ଷା ବିକାଶ ସମିତି ଯୋଜନାରେ ଥିବା ୯ଟି ସମ୍ଭାଗରୁ ମୋଟ ୯ଟି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଟିମ୍ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ୧୪ ବର୍ଷରୁ କମ୍ ଭାଇ ବର୍ଗରେ କଟକ ସିଡିଏ ସେକ୍ଟର-୯ ରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଟିମ୍ ୧ମ ଓ ନର୍ଲା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଟିମ୍ ୨ୟ ସ୍ଥାନ ହାସଲ କରିଥିବା ବେଳେ ୧୪ ବର୍ଷରୁ କମ୍ ଭଉଣୀ ବର୍ଗରେ ସୁନ୍ଦରଗଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଟିମ୍ ୧ମ ସ୍ଥାନ ଦଖଲ କରିଥିଲା । ସେହିପରି ୧୭ ବର୍ଷରୁ କମ୍ ଭାଇ ବର୍ଗରେ ସିଡିଏ ସେକ୍ଟର-୯ ବିଦ୍ୟାଳୟ ଟିମ୍ ୧ମ, ସୁନ୍ଦରଗଡ ବିଦ୍ୟାଳୟ ଟିମ୍ ୨ୟ ଓ ନାଲକୋନଗର ବିଦ୍ୟାଳୟ ଟିମ୍ ୩ୟ ସ୍ଥାନ ହାସଲ କରିଥିବା ବେଳେ ୧୭ ବର୍ଷରୁ କମ୍ ଭଉଣୀ ବର୍ଗରେ କାଲୁଗାଁ ବିଦ୍ୟାଳୟ ଟିମ୍ ୧ମ, ନିଳାଦ୍ରିବିହାର ବିଦ୍ୟାଳୟ ଟିମ୍ ୨ୟ ଓ ଆସ୍କା ବିଦ୍ୟାଳୟ ଟିମ୍ ୩ୟ ସ୍ଥାନ ଦଖଲ କରିଥିଲା । ଗତ ୧୨ ତାରିଖ ସଂଧ୍ୟାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ସଫଳତା ପାଇଁ ପୂର୍ଣ୍ଣ ସମୟ ଉପସ୍ଥିତ ରହି ଶିକ୍ଷା ବିକାଶ ସମିତିଙ୍କର ଶାରୀରିକ ଶିକ୍ଷା ସଂଯୋଜକ ବଳରାମ ସାହୁ, ଖେଳକୁଦ ସଂଯୋଜକ ସଂଜୟ କୁମାର ମିଶ୍ର, ବିଦ୍ୟା ଭାରତୀଙ୍କର କବାଡି ଖେଳ ସଂଯୋଜକ ବିଭୂତି ଭୂଷନ ଦାଶ, ଶିକ୍ଷା ବିକାଶ ସମିତି ଉତ୍ତର-ପୂର୍ବ ସମ୍ଭାଗ ସଂଯୋଜକ ତୁଷାର ରଂଜନ ମିଶ୍ର, କଟକ ଜିଲ୍ଲା ବିଭାଗ ନିରୀକ୍ଷକ ରାହାସ ବିହାରୀ ମହାପାତ୍ର, କେନ୍ଦ୍ରାପଡା ଜିଲ୍ଲା ବିଭାଗ ନିରୀକ୍ଷକ ଲକ୍ଷ୍ମଣ କୁମାର ମହା\”,ଆୟୋଜକ ଗତିରାଉତପାଟଣା କେଶବଧାମସ୍ଥିତ ଆବାସିକ ସରସ୍ୱତୀ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ମିଶ୍ର, ସହ ପ୍ରଧାନ ଆଚାର୍ଯ୍ୟ ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ମାର୍ଗଦର୍ଶନ କରିବା ସହ ସମସ୍ତ ପ୍ରକାର ସହଯୋଗ କରିଥିଲେ । କେଶବଧାମର ସମସ୍ତ ସେବାବ୍ରତୀ ଆଚାର୍ଯ୍ୟ ଓ ିକର୍ମଚାରୀଗଣ ମଧ୍ୟ ଏହି ପ୍ରତିଯୋଗିତାର ସଫଳ ସମାପନରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଥିଲେ । ଏହି ପ୍ରତିଯୋଗିତାରେ ମୋଟ ୯ଟି ଟିମ୍ ର ୫୭ ଜଣ ଭାଇ, ୪୬ ଜଣ ଭଉଣୀ ଭାଗ ନେଇଥିବା ବେଳେ ସେମାନଙ୍କ ସହିତ ୬ ଜଣ ଗୁରୁଜୀ ଓ ୩ ଜଣ ଗୁରୁମା ଦାୟିତ୍ୱରେ ଆସିଥିଲେ । ଏହି ପ୍ରତିଯୋଗିତାକୁ ଜଣେ ଭଉଣୀକୁ ମିଶାଇ ମୋଟ ୮ ଜଣ କ୍ରୀଡା ପରିଚାଳକ ପରିଚାଳନା କରିଥିବା ବେଳେ ୭ ଜଣ ପୂର୍ଣ୍ଣକାଳୀନ ଅଧିକାରୀ ମଧ୍ୟ ସହଯୋଗ କରିଥିଲେ । ଏହି ଆୟୋଜକ ବିଦ୍ୟାଳୟର ପ୍ରାୟ ୧୦ ଜଣ ସ୍କାଉଟ ଛାତ୍ର ମଧ୍ୟ ଏହାର ସଫଳତାରେ ସହଯୋଗ କରିଥିବା ବେଳେ ସମସ୍ତଙ୍କୁ ମିଶାଇ ସର୍ବମୋଟ ୧୫୦ ଜଣ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ ଯେ ଏବର୍ଷ ବିଦ୍ୟାଭାରତୀ ଦ୍ୱାରା ଆୟୋଜିତ ଅଖିଳ ଭାରତୀୟ ଖୋ ଖୋ ପ୍ରତିଯୋଗିତା(ବାଳକ) ଆସ\”ା ଅକ୍ଟୋବର ୧୫ରୁ ୧୮ ତାରିଖ ପର୍ଯ୍ୟନ୍ତ ଉତ୍ତର କ୍ଷେତ୍ର ଅନ୍ତର୍ଗତ ଗୋହାନାରେ ଏବଂ ବାଳିକା ବର୍ଗ ପ୍ରତିଯୋଗିତା ଅକ୍ଟୋବର ୩ରୁ ୬ ତାରିଖ ପର୍ଯ୍ୟ\” ପଶ୍ଚିମ କ୍ଷେତ୍ର ଅ\”ର୍ଗତ ଆଦିପୁର(କଚ୍ଛ)ରେ ଆୟୋଜିତ ହେବାକୁ ଧାର୍ଯ୍ୟ ହୋଇଥିବାର ଜଣାପଡିଛି ।

Leave a Reply

Your email address will not be published. Required fields are marked *