Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଷ୍ଟ୍ରିଆରେ ଗୁଞ୍ଜରିତ ହେଲା ‘ବନ୍ଦେ ମାତରମ’ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଷ୍ଟ୍ରିଆରେ ଗୁଞ୍ଜରିତ ହେଲା ‘ବନ୍ଦେ ମାତରମ’

ଭିଏନା : ଋଷିଆ ଗସ୍ତ ସମାପନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ଦୁଇ ଦିନିଆ ଗସ୍ତରେ ଅଷ୍ଟ୍ରିଆ ପହଞ୍ଚିଛନ୍ତି । ରାଜଧାନୀ ଭିଏନାରେ ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ସ୍ୱାଗତ ହୋଇଛି । ଅଷ୍ଟ୍ରିୟା ଚାନ୍ସଲର କାର୍ଲ ନେହମର ମୋଦିଙ୍କୁ ସ୍ୱାଗତ କରିଛନ୍ତି । ଉଭୟ ନେତାଙ୍କ ଭେଟ ପରେ ପ୍ରଧାନମନ୍ତ୍ରୀଙ୍କୁ ଖାସ ଅନ୍ଦାଜରେ ସ୍ୱାଗତ କରାଯାଇଛି । ଅଷ୍ଟ୍ରିଆ ଆର୍କେଷ୍ଟ୍ରା ଗ୍ରୁପ ‘ବନ୍ଦେ ମାତରମ’ ଗାୟନ କରି ମୋଦିଙ୍କୁ ଆଶ୍ଚର୍ଯ୍ୟଚକିତ କରିଛନ୍ତି । ସ୍ପଷ୍ଟ ଉଚ୍ଚାରଣ ଓ ଉନ୍ନ ସଙ୍ଗୀତ ସହିତ ବନ୍ଦେ ମାତରମ ପ୍ରସ୍ତୁତି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବେଶ୍ ପସନ୍ଦ ଆସିଛି । ଏହାକୁ ନେଇ ମୋଦି ଟ୍ୱିଟ୍ ମଧ୍ୟ କରିଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ‘ଅଷ୍ଟ୍ରିଆ ନିଜର ଜୀବନ୍ତ ସଙ୍ଗୀତ ସଂସ୍କୃତି ଲାଗି ଜଣାଯାଏ । ବନ୍ଦେ ମାତରମର ଏହି ଅପୂର୍ବ ପ୍ରସ୍ତୁତି ବଳରେ ମୋତେ ଏହାର ଝଲକ ମିଳିଛି’ । ପ୍ରଧାନମନ୍ତ୍ରୀ ମଙ୍ଗଳବାର ଅଷ୍ଟ୍ରିଆ ଯାତ୍ରାରେ ପହଞ୍ଚିଥିଲେ । ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ପରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଅଷ୍ଟ୍ରିଆ ଗସ୍ତ । ଏହା ପୂର୍ବରୁ ୧୯୮୩ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧି ଅଷ୍ଟ୍ରିଆ ଗସ୍ତ କରିଥିଲେ

Leave a Reply