Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସମ୍ବଲପୁରରୁ ହଟିଲା ଧାର୍ମିକ ଶୋଭାଯାତ୍ରା କଟକଣା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସମ୍ବଲପୁରରୁ ହଟିଲା ଧାର୍ମିକ ଶୋଭାଯାତ୍ରା କଟକଣା

ସମ୍ବଲପୁର: ହଟିଲା ଧାର୍ମିକ ଶୋଭାଯାତ୍ରା କଟକଣା । ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୧ ବର୍ଷ ପାଇଁ ଧାର୍ମିକ ଶୋଭାଯାତ୍ରା ଉପରେ ଲାଗିଥିବା କଟକଣା ହଟିଛି । ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ କହିଛନ୍ତି, ବର୍ଷେ ପୂର୍ବରୁ ସହରରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଧାର୍ମିକ ଶୋଭାଯାତ୍ରା ଉପରେ କଟକଣା ଲଗାଇଥିଲା ଜିଲ୍ଲା ପ୍ରଶାସନ । ଏବେ ପରିସ୍ଥିତି ସ୍ୱାଭାବିକ ହୋଇଥିବାରୁ ପୂର୍ବରୁ ଜାରି ହୋଇଥିବା କଟକଣା ଆଉ ରହିବ ନାହିଁ । ଜିଲ୍ଲା ପରିଷଦ ମିଟିଂ ହଲରେ ଆଗାମୀ ମହରମ ପର୍ବ ପାଳନ ପାଇଁ ଅନୁଷ୍ଠିତ ହୋଇଥିବା ଶାନ୍ତି ଓ ସମନ୍ୱୟ ବୈଠକ ପରେ ଜିଲ୍ଲାପାଳ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଗତ ବର୍ଷ ହନୁମାନ ଜୟନ୍ତୀ ପାଳନ ଶୋଭାଯାତ୍ରା ସମୟରେ ସହରରେ ଦଙ୍ଗା, ହିଂସାକାଣ୍ଡ, ପୋଡ଼ାଜଳା ଓ ହତ୍ୟାକାଣ୍ଡ ଭଳି ଘଟଣା ଘଟିବା ପରେ ସହର ଅଶାନ୍ତ ହୋଇ ପଡ଼ିଥିଲା ।

Leave a Reply