Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅମୃତ ସରୋବର ଯୋଜନାରେ ସାମିଲହେଲା ଗ୍ରାମ୍ୟ ପୋଖରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅମୃତ ସରୋବର ଯୋଜନାରେ ସାମିଲହେଲା ଗ୍ରାମ୍ୟ ପୋଖରୀ

ଟିଟିଲାଗଡ଼- ତତଲାଗଡ଼ ଭାବରେ ପରିଚିତ ଜଳକ୍ଳିଷ୍ଟ ଟିଟିଲାଗଡ ଅଞ୍ଚଳରେ ଏକ ଆଦର୍ଶ ପୋଖରୀ ଖନନ ନେଇ ସ୍ଥାନୀୟ ଲୋକେ ଉପକୃତ ହୋଇଥିବା ବେଳେ ଏହି ମହତ କାର୍ଯ୍ୟକୁ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ତାହାର ଏକ୍ସ ଏବଂ ଫେସ୍‌ବୁକ ଏକାଉଣ୍ଟରେ ପୋଷ୍ଟ କରିବା ଉତ୍ସାହର ବିଷୟ ହୋଇଛି । ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଖୋଲାଣ ପଞ୍ଚାୟତରେ ଏକ ଜିରାଜୀର୍ଣ୍ଣ ପୋଖରୀର ପୁନଃରୁଦ୍ଧାର କରିଥିଲେ ସରପଞ୍ଚ ନରେଶ ଅଗ୍ରୱାଲ । ସେ କେବେ ମଧ୍ୟ କଳ୍ପନା କରି ନଥିଲେ ଯେ ତାଙ୍କ ଏହି ମହତ କାର୍ଯ୍ୟକୁ ଏଭଳି ସ୍ୱୀକୃତି ପ୍ରଦାନ କରାଯିବ । ଏହି ଜଳାଶୟକୁ କେନ୍ଦ୍ର ସରକାରଙ୍କ ଅମୃତ ସରୋବର ଯୋଜନାରେ ସାମିଲ କରାଯାଇଛି । ପୋଖରୀର ପଙ୍କ ଉଦ୍ଧାର, ଚତୁଃର୍ଦିଗରେ ପଥର ପ୍ୟାଚିଙ୍ଗ, ଶିଶୁ ଉଦ୍ୟାନ, ବୋଟିଙ୍ଗ, ଭ୍ରମଣ ରାସ୍ତା ଆଦି ଅନେକ ବ୍ୟବସ୍ଥା ହୋଇଛି । ଅଞ୍ଚଳରେ ଜଣେ ବିଶିଷ୍ଟ ସମାଜସେବୀ ଭାବରେ ଜଣାଶୁଣା ‘ଏକ୍ସ’ ଏକାଉଣ୍ଟରେ ପୋଷ୍ଟକଲା କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ସରପଞ୍ଚ ନରେଶ ଦିନରାତି ଏକ କରି ଟିଟିଲାଗଡ କଣ୍ଟାବାଞ୍ଜି ରାଜପଥ କଡରେ ରହିଥିବା ଏହି ପୋଖରୀର ସୌନ୍ଦର୍ଯ୍ୟ କରଣ ନେଇ ଅନେକ ପରିଶ୍ରମ କରିଛନ୍ତି । କେନ୍ଦ୍ର ସରକାରଙ୍କ ମନରେଗା ଯୋଜନାରେ ଖନନ ହୋଇଥିବା ଏହି ପୋଖରୀରେ ଅନେକ ଶ୍ରମିକ ପରିବାର କାର୍ଯ୍ୟ କରି ଉପକୃତ ହୋଇପାରିଛନ୍ତି । ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ପର୍ଯ୍ୟବେକ୍ଷକ ଦଳ ସ୍ୱତନ୍ତ୍ର ଭାବରେ ଏହି ପୋଖରୀ କାର୍ଯ୍ୟ ତଦାରଖ ସହ ସରପଞ୍ଚ ନରେଶଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି କ୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ସରପଞ୍ଚଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କ ପଞ୍ଚାୟତର ମହତ କାର୍ଯ୍ୟକୁ ଏଭକି ସ୍ୱୀକୃତି ନେଇ ନରେଶ ଏବଂ ତାଙ୍କ ପଞ୍ଚାୟତବାସୀ ଖୁସି ବ୍ୟକ୍ତ କରିଛନ୍ତି କ୍ଷ ନରେଶଙ୍କ ଏହି ମହତ କାର୍ଯ୍ୟ ନେଇ ବିଜେପି ନେତା ତଥା ରାଜ୍ୟ ଯାଦବ ମହାସଭା ଆଇନସେଲ ସଭାପତି ମନୋଜ ହାତି ଶୁଭେଚ୍ଛା ଜଣାଇବା ସହ ଅନ୍ୟ ସରପଞ୍ଚଙ୍କ ପାଇଁ ଏହା ଏକ ନିଆରା ଦୃଷ୍ଟାନ୍ତ ବୋଲି କହିଛନ୍ତି ।

Leave a Reply