ତାଳଚେରରେ “ଗୋ’ ମାଂସ ଚାଲାଣ ଅଭିଯୋଗରେ ୨ ଜଣ ଅଟକ


ତାଳଚେର: ତାଳଚେର ଭଳି ଏକ ଅଂଚଳରେ ଖୋଦ୍ ସହର ମଧ୍ୟରେ ଦୁଇଜଣ “ଗୋ’ମାଂସ ଚଲାଣକାରୀଙ୍କୁ ବଜରଙ୍ଗୀଦଳ ଓ ସନାତନ ଧର୍ମ ସଂଘ ପକ୍ଷରୁ ଅତର୍କିତ ଚାଉ କରି “ଗୋ’ ମାଂସ ଚାଲାଣକାରୀ ବ୍ୟକ୍‌ତିଙ୍କୁ ଧରି ତାଳଚେର ଟାଉନ ଥାନାରେ ଜିମା ଦେଇଥିବା ଘଟଣା ସମଗ୍ର ତାଳଚେର ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଏବଂ ଏହା ହିନ୍ଦୁଧର୍ମକୁ ଶକ୍‌ତ ଧକ୍କା ଦେଇଛି । ହିନ୍ଦୁ ସମ୍ପ୍ରଦାୟର ଲୋକେ ଗୋମାତାଙ୍କୁ ପୂଜାର୍ଚ୍ଚନା କରୁଥିବା ବେଳେ ଏହାକୁ କିଛି ସମ୍ପ୍ରଦାୟର ବ୍ୟକ୍‌ତି ନୃସଂଶ ଭାବେ ହତ୍ୟା କରି ମାରି ଖାଉଥିବା ଘଟଣା ସମ୍ବେଦନଶୀଳ ହୋଇଥିବା ବେଳେ ଏଥିରେ ସଂଶ୍ଳିଷ୍ଠ ମୁଖ୍ୟ ଅଭିଯୁକ୍‌ତକୁ ଖୋଜି ଗିରଫ କରିବାକୁ ଆଜି ଉକ୍‌ତ ଦୁଇ ସଂଘର ଯୁବକମାନେ ଦାବି କରିଥିଲେ । ଘଟଣାରୁ ପ୍ରକାଶ, ଆଜି ଦୁଇଜଣ ସଂଖ୍ୟାଲଘୁ ଶ୍ରେଣୀର ଯୁବକ ପୌର ପରିଷଦ ଅଂଚଳର ବାଘୁଆବୋଲ ବସ୍ତିକୁ ନେଇ ଯାଉଥିବା ବେଳେ ଏହି ସୁରାକ୍ ବଜରଙ୍ଗ ଦଳ ଜାଣିପାରି ଏହି ଦୁଇଜଣ ଅଭିଯୁକ୍‌ତଙ୍କୁ କାବୁ କରିଥିଲେ ଓ ସେ \”ଗୋ\’ ମାଂସ ନେଇ ଯାଉଥିବା ଦେଖିବାକୁ ପାଇଥିଲେ । ଉକ୍ତ ଅଭିଯୁକ୍ତଙ୍କୁ ପଚରାଉଚରା କରିବାପରେ ଜନୈକ ଜଣାଶୁଣା ନେତା ଶ୍ରେଣୀୟ ଲୋକ ଆମକୁ ଏହି ମାଂସ ଆଣିବାକୁ କହିଥିଲେ ବୋଲି ଡ଼େରା ସରପଂଚ ଗୀତୀଶ ପ୍ରଧାନ ତାଙ୍କ ପ୍ରତିକ୍ରିୟାରେ ଏହା ପ୍ରକାଶ କରିବା ସହିତ ଏଥିରେ ସଂଶ୍ଳିଷ୍ଟ ଥିବା ଦୁଇ ବ୍ୟକ୍‌ତି ଅନୁରୂପ ଭାବେ ମଧ୍ୟ ଉକ୍‌ତ ଲୋକଙ୍କ ନାମ ନେଇଥିଲେ । ତେବେ ଏସମ୍ପର୍କରେ ସମ୍ପୃକ୍‌ତ ବ୍ୟକ୍‌ତିଙ୍କୁ ପଚାରିବାରୁ ସେ କୁହନ୍ତିକି, ଆମେ ଯେହେତୁ ରାଜନୀତିରେ ସଂଶ୍ଳିଷ୍ଠ ଆମ ନାମରେ କେହି ମିଥ୍ୟା ଅଭିଯୋଗ କରୁଛନ୍ତି ବୋଲି ସେ ସଫେଇ ଦେଇଥିଲେ । ତେବେ ଏହାକୁ ନେଇ ଆଜି ତାଳଚେର ଅଂଚଳରେ ଚର୍ଚ୍ଚା ଯୋର ଧରିଥିବା ବେଳେ ଏମାନଙ୍କ ପ୍ରତି କଠୋରରୁ କଠୋର ଦୃ କାର୍ଯ୍ୟାନୁଷ୍ଠାନ ନେବା ସହ ଏହି କାରବାରରେ ସମ୍ପୃକ୍‌ତ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାକୁ ସାଧାରଣରେ ଦାବି ହେଉଛି । ତେବେ ଆଜି ଶୁକ୍ରବାର ହେଉଥିବାରୁ କିଛି ସମ୍ପ୍ରଦାୟର ବ୍ୟକ୍ତି ଏହି \”ଗୋ\’ ମାଂସ ଭକ୍ଷଣ କରୁଥିବାରୁ ତାଳଚେରକୁ ବିଭିତ୍ତ ଉପାୟରେ ବାହାର ଅଂଚଳରୁ ଏହି ମାଂସ ଆସି ପଂହଚିଥାଏ ଏବଂ ମାଂସକୁ କିଛି ର୍ନିଦ୍ଦିଷ୍ଟ ବ୍ୟକ୍ତି କମ ମୂଲ୍ୟରେ କିଣି ଅଧିକ ମୂଲ୍ୟରେ ବିକ୍ରୟ କରି ମୋଟା ଅଙ୍କର ଅର୍ଥ ରୋଜଗାର କରିଥାନ୍ତି । ତେବେ ସେ ଯାହା ହେଉ ନା କାହିଁକି ଏହି କାରବାର ଦୀର୍ଘବର୍ଷ ଧରି ଏଠାରେ ହେଉଥିବାକୁ ନେଇ ବିଭିତ୍ତ ମହଲରେ ଅଭିଯୋଗ ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନ ଓ ପୋଲିସ୍ ଏଥିନେଇ ଜାଣି ଅଜଣା ରହିଥାନ୍ତି । ମାତ୍ର ଉକ୍‌ତ ଦୁଇ ସଂଗଠନ ଏହା ଉପରେ ବହୁ ବର୍ଷରୁ ତୀକ୍ଷ୍ଣ ନଜର ରଖି ଆସୁଥିଲେ । ଆଜି ଏହି ଘଟଣାର ଫର୍ଦ୍ଦାଫାଶ କରିଥିବାରୁ ତାଳଚେରବସୀଙ୍କ ପକ୍ଷରୁ ଉକ୍ତ ଦୁଇ ସଂଗଠନକୁ ସାଧୁବାଦ୍ ଜଣାଇଛନ୍ତି । ତେବେ ଏହି ଘଟଣାକୁ କେନ୍ଦ୍ରକରି ଥାନା ପକ୍ଷରୁ ଗଣ୍ଡଗୋଳ ଆଶଙ୍କାକୁ ଏଡ଼ାଇବାକୁ ବ୍ୟାପକ ପୋଲିସ ଫୋର୍ସ ଥାନାରେ ଜଗି ରହିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *