Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କେସିଙ୍ଗା ଶିଶୁ ବିଦ୍ୟା ମନ୍ଦିର ଦଶମ ଶ୍ରେଣୀ ଛାତ୍ର ଓଁ ରାଜ ମିଶ୍ର ଗଲେ ଇସ୍ରୋ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କେସିଙ୍ଗା ଶିଶୁ ବିଦ୍ୟା ମନ୍ଦିର ଦଶମ ଶ୍ରେଣୀ ଛାତ୍ର ଓଁ ରାଜ ମିଶ୍ର ଗଲେ ଇସ୍ରୋ

ଭବାନୀପାଟଣା : କେସିଙ୍ଗା ଶିଶୁ ବିଦ୍ୟାମନ୍ଦିର ଦଶମ ଶ୍ରେଣୀ ଛାତ୍ର ଓଁ ରାଜ ମିଶ୍ର ଅହମଦାବାଦରେ ଥିବା ଇସ୍ରୋକୁ କନିଷ୍ଠ ବୈଜ୍ଞାନିକ ଭାବରେ ଯାଇଛନ୍ତି ଶନିବାର ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନେଶ୍‌ରରେ ତାଙ୍କୁ ସମ୍ବଦ୍ଧନା ଦେଇ ଇସ୍ରୋ ପଠାଇଛନ୍ତି । ସେ ଇସ୍ରୋରେ ମହାକାଶ ସମ୍ବନ୍ଧୀୟ ସମସ୍ତ ତଥ୍ୟ ବୁଝିବେ ଓ ବୁଲିବେ ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନିଂଟାରିୟମ ପକ୍ଷରୁ ଆୟୋଜିତ ମହାକାଶ ଯାତ୍ରୀ ଅନ୍‌ଷେଣରେ ସେ ଭାଗ ନେଇଥିଲେ ରାଜ୍ୟରୁ ଚୟନ ହୋଇଥିବା ୨୦ ଜଣ କନିଷ୍ଠ ବୈଜ୍ଞାନିକ ଦଳରେ ସେ ସାମିଲ ହୋଇଥିଲେ । ତାଙ୍କର ଇସ୍ରୋ ଗସ୍ତ ନେଇ କେସିଙ୍ଗାରେ ବିଭିତ୍ତ ସଙ୍ଗଠନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଦିଆଯାଇଛି । ସେ ସ୍ଥାନୀୟ ଗୌନ୍ତିଆପଡ଼ାର ରବି ନାରାୟଣ ମିଶ୍ର (ବୁଲୁ) ଓ ବନିତା ମିଶ୍ରଙ୍କ ପୁତ୍ର ଅଟନ୍ତି ।

Leave a Reply