ବଜରଙ୍ଗ ଦଳର ସେବା ସପ୍ତାହରେ ତାଲପାଲି ପଡା ଗୋଷ୍ଠୀ କେନ୍ଦ୍ରରେ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଅନୁଷ୍ଠିତ

ବଲାଙ୍ଗିର : ରବିବାର ଦିନ ସକାଳ ୧୦ ଘଣ୍ଟା ସମୟରେ ବଜରଙ୍ଗ ଦଳର ଦେଶ ବ୍ୟାପି ସେବା ସପ୍ତାହ ଉପଲକ୍ଷେ ସ୍ଥାନୀୟ ତାଲପାଲି ପଡା ଗୋଷ୍ଠୀ କେନ୍ଦ୍ରରେ ବିଶ୍ୱହିନ୍ଦୁ ପରିଷଦ- ବଜରଙ୍ଗ ଦଳ ବଲାଙ୍ଗିର ନଗର ତରଫରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ଚିକିତ୍ସାଳୟର ବରିଷ୍ଠ ଡାକ୍ତରଗଣ ଉପସ୍ଥିତ ରହି ଶତାଧିକ ରୋଗୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ତାଲପାଲି ପଡା ନିବାସୀ ତଥା ସମାଜସେବୀ ଶ୍ରୀ ରାକେଶ ମିଶ୍ର, ଜିତେନ୍ଦ୍ର ନାଗ, ପିଣ୍ଟୁ ପୋଢ଼, ଅଶ୍ୱିନୀ ପୁଟେଲ, ସ୍ୱାବନ ସ୍ୱାଇଁ, ଆର୍ତ୍ତ ବାଗ, ବିଦେଶୀ ସେଠ, ସୀମା ପୁଟେଲ, ଯମୁନା ସେଠ, ସୁମିତ୍ରା ବିଶି ସହଯୋଗ କରିଥିଲେ । ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ ସହ ପ୍ରଚାର ପ୍ରସାର ପ୍ରମୁଖ ଶ୍ରୀ ପବିତ୍ର ଦାଶ, ବଜରଙ୍ଗ ଦଳ ଓଡିଶା ପଶ୍ଚିମ ପ୍ରାନ୍ତ ସହ ସଂଯୋଜକ ଶ୍ରୀ ସୌମ୍ୟ ରଞ୍ଜନ ମିଶ୍ର ତଥା ବଜରଙ୍ଗ ଦଳର ବିନୀତ ମିଶ୍ର, ଅମିର ତ୍ରିପାଠୀ, ଅବିନାଶ ପାଣିଗ୍ରାହୀ, ସୋନୁ ବଗର୍ତ୍ତୀ, ଠାକୁର ସେଠ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *