Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ

ପୁରୀ: ମହାପ୍ରଭୁଙ୍କରଥଯାତ୍ରା ନୀତି ନିର୍ଘଣ୍ଟକୁଅନୁମୋଦନ ମିଳିଛି । ଚଳିତବର୍ଷନେତ୍ରୋତ୍ସବ, ନବଯୌବନ ଦର୍ଶନ ଓରଥଯାତ୍ରା ଗୋଟିଏ ଦିନରେପଡୁଥିବାରୁ ୧୯୭୧ ମସିହାରେହୋଇଥିବା ନୀତିକାନ୍ତି ଅନୁଯାୟୀମହାପ୍ରଭୁଙ୍କ ରଥଯାତ୍ରା ହେବା ପାଇଁସ୍ଥିର ହୋଇଛି । ପୁରୀ ବଡ଼ଦାଣ୍ଡ ସ୍ଥିତନିଳାଦ୍ରୀ ଭକ୍ତ ନିବାସଠାରେ ବସିଥିବାଛତିଶା ନିଯୋଗ ବୈଠକରେ ଏନେଇନିଷ୍ପତ୍ତି ହୋଇଛି ।ଆସନ୍ତା ଜୁଲାଇ ୭ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବ । ତେବେ ଏହାର ପୂର୍ବଦିନ ଅର୍ଥାତ୍ ଜୁଲାଇ ୬ ତାରିଖରେ ପଟି ଦିଅଁଙ୍କଠାରୁ ଆଜ୍ଞାମାଳ ବିଜେ ହୋଇ ରଥଖଳାକୁ ଆସିବ । ପରେ ତିନି ରଥକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯିବ । ୬ ତାରିଖରେ ମହାପ୍ରଭୁଙ୍କ ସକାଳ ଧୂପ ପରେ ରଥଖଳାକୁ ଆଜ୍ଞା ମାଳ ବିଜେ କରିବ । ସକାଳ ୭ଟାରୁ ୮ଟା ୩୦ ମଧ୍ୟରେ ସକାଳ ଧୂପ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ରଥ ଆଜ୍ଞାମାଳ ବିଜେ ସକାଳ ୮ଟା ୪୫ ରେ ଅନୁଷ୍ଠିତ ହେବ । ସେହିପରି ସେହି ଦିନ ସନ୍ଧ୍ୟା ଧୂପ ପରେ ଅପରାହ୍ନ ୫ଟାରେ ଧ୍ୱଜା ଆଜ୍ଞାମାଳ ବିଜେ ହେବ ।ମଙ୍ଗଳ ଆଳତୀ ପରେ ବିଭିନ୍ନନୀତିକାନ୍ତି ହେବ । ସକାଳ ସାଢ଼େ୭ଟାରୁ ଦିନ ସାଢ଼େ ୧୨ଟା ମଧ୍ୟରେସେନାପଟା ଲାଗି ହେବ । ଦିନ୧୧ଟାରେ ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣିନ ୧ଟାରେ, ପହଣ୍ଡି ୧ ଟା ୧୦ମିନିଟ୍‌ରେ ପହଣ୍ଡି ଆରମ୍ଭ ହୋଇ ୨ଟା୩୦ରେ ଶେଷ ହେବ । ଏହାପରେଅପରାହ୍ନ ୪ ଟାରେ ଗଜପତିମହାରାଜାଙ୍କ ଦ୍ୱାରା ଛେରାପହଁରନୀତି ଅନୁଷ୍ଠିତ ହେବ । ତା’ପରେଅର୍ଥାତ ଅପରାହ୍ନ ୫ଟାରେ ରଥଟଣାଆରମ୍ଭ ହେବ ବୋଲି ସୂଚନାଦେଇଛନ୍ତି ମୁଖ୍ୟ ପ୍ରଶାସକ ବୀବିକ୍ରମ ଯାଦବ । ଚଳିତବର୍ଷରଥଯାତ୍ରାଠାରୁ ନିଳାଦ୍ରୀ ବିଜେପର୍ଯ୍ୟନ୍ତ ସମସ୍ତ ନୀତି କାନ୍ତି କିଭଳିସୁରୁଖୁରୁରେ ଓ ଶୃଙ୍ଖଳିତ ଭାବେହୋଇପାରିବ, ସେ ନେଇ ସମସ୍ତଙ୍କସହଯୋଗ ଲୋଡିଛି ଶ୍ରୀମନ୍ଦିରପ୍ରଶାସନ ।ଆଜି ବସିଥିବା ଛତିଶା ନିଯୋଗବୈଠକରେ ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ଅଧ୍ୟକ୍ଷତା କରିଥିବାବେଳେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କରସ୍ୱାଇଁ, ଏସପି ପିନାକ ମିଶ୍ର, ଶ୍ରୀମନ୍ଦିପ୍ରଶାସନର ବରିଷ୍ଠ ଅଧିକାରୀ ଓଛତିଶା ନିଯୋଗର ସେବାୟତପ୍ରତିନିଧିମାନେ ଉପସ୍ଥିତ ଥିଲେ ।ଆସନ୍ତାକାଲି ପରିଚାଳନା କମିଟିବୈଠକ ଅନୁଷ୍ଠିତ ହେବାକୁଥିବାବେଳେ ରଥଯାତ୍ରା ନୀତି ନିର୍ଘଣ୍ଟକୁପାରିତ କରିବ ପରିଚାଳନା କମିଟି ।

Leave a Reply