Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅର୍ଥ ବ୍ୟବସ୍ଥାକୁ ବିଗାଡ଼ିବା ପାଇଁ ମାଓବାଦୀ ରଚିଛନ୍ତି ଷଡ଼ଯନ୍ତ୍ର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅର୍ଥ ବ୍ୟବସ୍ଥାକୁ ବିଗାଡ଼ିବା ପାଇଁ ମାଓବାଦୀ ରଚିଛନ୍ତି ଷଡ଼ଯନ୍ତ୍ର

ବେଧଡ଼କ ନକଲି ନୋଟ୍ ଛାପୁଛନ୍ତି ମାଓବାଦୀ! କ୍ରମାଗତ ସୁରକ୍ଷାର୍କୀଙ୍କ ମାଓବାଦୀ ଦମନଅଭିଯାନ ପରେ ଏବେ ଲାଲବାହିନୀ ଖେଳୁଛନ୍ତିନୂଆ ଚାଲ୍ । ଲାଲଗଡ଼ରେ ରହି ଅର୍ଥ ବ୍ୟବସ୍ଥାକୁବିଗାଡ଼ିବା ପାଇଁ ମାଓବାଦୀରଚିଛନ୍ତି ଷଡ଼ଯନ୍ତ୍ର । ଅସ୍ତ୍ରଶସ୍ତ୍ରଛାଡ଼ି ଏବେ ବେଧଡ଼କ ଛାପୁଛନ୍ତିଜାଲ୍ ନୋଟ୍ । ନିରୀହଆଦିବାସୀଙ୍କୁ ମୋହରା ସଜାଇଉକ୍ତ ଜାଲ ନୋଟକୁ ମାର୍କେଟକୁଛାଡୁଛନ୍ତି । ଯାହାର ବଡ଼ ଖୁଲାସାକରିବା ସହ ବିପୁଳ ନକଲିନୋଟ୍ ଓ ପ୍ରିଣ୍ଟର ଜବତ କରିଛିଛତିଶଗଡ଼ ପୁଲିସ୍ । ଛତିଶଗଡ଼ସମେତ ଓଡ଼ିଶା ସୀମାନ୍ତରେଯବାନଙ୍କ ଲଗାତାରଏନକାଉଣ୍ଟର ଆଗରେମାଓବାଦୀଙ୍କ ଆର୍ଥିକ ମେରୁଦଣ୍ଡ ଧରାଶାୟୀହେବାରେ ଲାଗିଛି । ଏହାକୁ ସଜାଡ଼ିବା ପାଇଁଶେଷରେ ନକଲି ନୋଟକୁ ଅସ୍ତ୍ର କରି ନୂଆ ଚାଲ୍‌ଖେଳୁଛି ଲାଲବାହିନୀ । ଜଙ୍ଗଲରେ ଛାପୁଛନ୍ତିଜାଲ୍ ନୋଟ୍ । ଏହାର ପ୍ରମାଣ ଏବେ ସାମ୍ନାକୁଆସିଛି । ପଚାଶ ଠାରୁ ଆରମ୍ଭ କରି ଶହେ,ଦୁଇ ଶହ ଓ ପାଞ୍ଚ ଶହ ଟଙ୍କିଆ ନକଲି ନୋଟ୍‌ସେମାନେ ଛାପୁଛନ୍ତି । ସେମାନେ ଏତେ ଭଲଭାବେ ନକଲି ନୋଟକୁ ଛାପୁଛନ୍ତି ଯେ ସାଧାରଣଲୋକଙ୍କ ପକ୍ଷେ ଏହାକୁ ବାରିବା ଆଦୌ ସହଜ ନୁହେଁ । କିନ୍ତୁ ପ୍ରକୃତରେ ସେସବୁ ନକଲି ।ସଂଗଠନକୁ ବଞ୍ଚାଇ ରଖିବା ପାଇଁ ମାଓବାଦୀଙ୍କଏବେ ନକଲି ନୋଟ ସାଜିଛି ମୁଖ୍ୟ ଅସ୍ତ୍ର ।ସେମାନେ ନକଲି ନୋଟ୍ ଛାପିବା ପାଇଁ ପ୍ରିଣ୍ଟର୍‌,କ୍ୟାଟ୍ରିଜ୍‌, ରୋଲର୍ ସହ ସ୍ୟାହିକୁ ଭଲ ଭାବେବ୍ୟବହାର କରୁଛନ୍ତି । ଓଡ଼ିଶା ସୀମାନ୍ତଛତିଶଗଡ଼ ସୁକମା ଜିଲ୍ଲାର କୋରାଜଗୁଡ଼ାଜଙ୍ଗଲ ଭିତରୁ ମିଳିଛି ଏସବୁ । ପ୍ରଥମ ଥରପାଇଁ ସୁରକ୍ଷାକର୍ମୀଙ୍କ ହାତରେ ଲାଗିଛି ନକଲିନୋଟ୍ ସହ ଛାପା ଉପକରଣ । ସୁକମା ଏସ୍‌ପିକିରଣ ଚୌହ୍ୱାନ ଙ୍କ କହିବା କଥା, ଅର୍ଥ ସଙ୍କଟଉପୁଜିବାରୁ ଓ ଭାରତୀୟ ଅର୍ଥ ବ୍ୟବସ୍ଥାକୁବିଗାଡ଼ିବା ପାଇଁ ମାଓବାଦୀ ନକଲି ନୋଟ୍ ବ୍ୟବହାର କରୁଛନ୍ତି । ଗୁପ୍ତ ସୂତ୍ରରୁ ସୂଚନା ପାଇ ସିଆରପିଏଫ, ଡିଆରଜି ଏବଂ ବସ୍ତର ଫାଇଟର୍ ଯବାନ ମିଳିତ ଭାବେ କୋରାଜଗୁଡ଼ା ଜଙ୍ଗଲରେ ଅପରେସନ୍ କରି ଏସବୁ ସାମଗ୍ରୀକୁ ଠାବ କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟର କଡ଼ା ଆଭିମୁଖ୍ୟ ପରଠୁ ଜୋରଦାର ହୋଇଛି ମାଓବାଦୀ ଦମନ ଅଭିଯାନ । ଏହି ଅଭିଯାନ ମାଧ୍ୟମରେ ସୁରକ୍ଷାକର୍ମୀଙ୍କୁ ଏତେ ବଡ଼ ସଫଳତା ମିଳିଛି । ଆଗକୁ ବି ନକ୍ସଲ ବିରୋଧୀ ଅଭିଯାନ ଜୋରଦାର ହେବ ବୋଲି ସେ କହିଛନ୍ତି । ପୂର୍ବତନ ପୁଲିସ ଅଧିକାରୀଙ୍କ କହିବା କଥା, ମାଓବାଦୀ ସଂଗଠନକୁ ଚଳାଇବା ପାଇଁ ପାଣ୍ଠିର ଅଭାବ ଥିବାରୁ ନକ୍ସଲ ଏବେ ନକଲି ନୋଟର ସାହାରା ନେଉଛନ୍ତି । ତେବେ ନକ୍ସଲଙ୍କ ଏହି ନୂଆ ରଣନୀତି ପଛରେ କିଏ ? ନକଲି ନୋଟ୍ ଛାପିବା ପାଇଁ କେଉଁଠୁ ପାଇଲେ ପ୍ରଶିକ୍ଷଣ ଲାଲବାହିନୀ ସହ ମିଶି ଆଉ କିଏ ଚଳାଉଛି ଏଭଳି ଦେଶଦ୍ରୋହୀ ନେଟୱାର୍କ, ତା’କୁ ନେଇ ତଦନ୍ତ ଆରମ୍ଭ ହୋଇଛି ।

Leave a Reply