Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କେନ୍ଦୁଝରରେ କଫି ଚାଷ ପାଇଁ ପ୍ରସ୍ତୁତି ଆରମ୍ଭ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କେନ୍ଦୁଝରରେ କଫି ଚାଷ ପାଇଁ ପ୍ରସ୍ତୁତି ଆରମ୍ଭ


କେନ୍ଦୁଝର: ଓଡିଶା କଫି ମିଶନରେ କେନ୍ଦୁଝର ଜିଲ୍ଲାକୁ ସାମିଲ କରାଯାଇଛି । ତେବେ ଅନୁଧ୍ୟାନ ବେଳେ ଏଠାକାର ଜଳବାୟୁ କଫିଚାଷ ପାଇଁ ଉପଯୁକ୍ତ ବୋଲି କଫିବୋର୍ଡ ରିପୋର୍ଟ ଦେବା ପରେ ଚଳିତ ବର୍ଷ ଠାରୁ କଫି ଚାଷ ଆରମ୍ଭ ହେବ । ଏବେ ରାଜ୍ୟର ୬ ଟି ଜିଲ୍ଲାରେ କଫି ଚାଷ କରାଯିବ । ପୂର୍ବରୁ କୋରାପୁଟ, କନ୍ଧମାଳ ଜିଲ୍ଳାରେ କଫି ଚାଷ ହୋଇ ବେଶ ସଫଳତା ମିଳିବା ପରେ ଏଠାରୁ ବାହାରୁଥିବା କଫି ବଜାରରେ ବେଶ ଆଦୃତ ହେବା ପରେ ସରକାର କେନ୍ଦୁଝର, ରାୟଗଡା, ଗଜପତି, କଳାହାଣ୍ଡି ଜିଲ୍ଲାରେ କଫି ଚାଷ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । କେନ୍ଦୁଝରରେ ୨୦୨୩-୨୪ ବର୍ଷରୁ ଓଡିଶା କଫି ମିଶନ ସ୍କିମରେ ୧୦ବର୍ଷ ପାଇଁ ଏହି ଯୋଜନା ସରକାର ହାତକୁ ନେଇଛନ୍ତି । ଚଳିତ ବର୍ଷ କେନ୍ଦୁଝର ଜିଲ୍ଲାର ବାଂଶପାଳ, ସଦର, ତେଲକୋଇ ବ୍ଲକର ୧୨୦୦ ଏକର ଜମିରେ କଫି ଚାଷ କରାଯିବ । ବାଂଶପାଳ,ତେଲକୋଇ ଏବଂ ସଦର ବ୍ଲକର ୪୯ ହଜାର ହେକ୍ଟର ଜମି କଫି ଚାଷ ପାଇଁ ଅନୁକୂଳ ଥିବାରୁ ଆଗାମି ଦିନରେ ଅଧିକ ରୁ ଅଧିକ ଅଂଚଳରେ କଫି ଚାଷ କରାଯିବ କେନ୍ଦୁଝର ଜଳ ବିଭାଜିକା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ କୁମାର ରାଉତ କହିଛନ୍ତି । କଫିଚାଷ ପାଇଁ ଚିହ୍ନଟ ଜମିରେ ସିଲଭର ଓକ ଲଗାଯାଉଛି । ଏହି ସିଲଭର ଓକ ଚାରା ୫ଲକ୍ଷ ଚାରା ଆନ୍ଧ୍ରପ୍ରଦେଶରୁ ଅଣାଯାଇ ଲଗାଯାଉଛି । ଏହାବ୍ୟତିତ ବନ ବିଭାଗ ଠାରୁ ଚଳିତ ବର୍ଷ ୨ ଲକ୍ଷ ଚାରା ନିଆଯିବ । ସିଲଭର ଓକ ଅଗଷ୍ଟ ମାସ ଶେଷ ସୁଦ୍ଧା ଲଗାଯିବ । ସିଲଭର ଓକ ଚାରା ଲଗାଯିବାର ୪ ବର୍ଷ ପରେ ଉକ୍ତ ଗଛ ତଳେ କଫି ଚାରା ଲଗାଯିବ ବୋଲି ଶ୍ରୀ ରାଉତ କହିଛନ୍ତି । ରାଜ୍ୟରେ ବର୍ତ୍ତମାନ ୧୦ ହଜାର ଏକର ଜମିରେ କଫି ଚାଷ ହେଉଛି । ୨୦୨୭ ମସିହାରେ ୫୦୦ ହେକ୍ଟର ଜମିରେ କଫି ଚାରା ଲଗାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଜୈବିକ ପଦ୍ଧତିରେ କଫି ଚାଷ କରାଯିବ । ଏଠାକାର ପାର୍ବତ୍ୟ ଅଞ୍ଚଳରେ ଜଳବାୟୁ କଫି ଚାଷ ପାଇଁ ଅନୁକୂଳ । ଥଣ୍ଡା ଜଳବାୟୁ, ଉର୍ବର ମାଟି ଏବଂ ତାପମାତ୍ରା କଫି ଚାଷ ପାଇଁ ଅନୁକୂଳ ଅଟେ । ବିଶେଷ କରି ବିଶ୍ୱସ୍ତରରେ କଫିର ଚାହିଦା ରହୁଥିବାରୁ କଫି ଚାଷ କରି ସ୍ଥାନୀୟ ଆଦିବାସୀଙ୍କୁ କର୍ମନିଯୁକ୍ତି ସୃଷ୍ଟି କରାଯାଇ ସେମାନଙ୍କ ଆର୍ଥିକ ଅଭିବୃଦ୍ଧି କରାଯିବ । ପୂର୍ବରୁ ୨୦୦୫ ମସିହାରେ ବାଂଶପାଳ ବ୍ଲକର ଉପର କାଇପୁରରେ ପ୍ରିତମ କୁମାର ରାଠୋର ନିଜସ୍ୱ ଉଦ୍ୟମରେ ୧୩ ଏକର ଜମିରେ କୋରାପୁଟ କଫି ବୋର୍ଡରୁ ୮ହଜାର କଫି ଚାରା ଆଣି କଫି ଚାଷ କରି ବେଶ ସଫଳତା ପାଇଥିଲେ ।

Leave a Reply