Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଜ୍ୟର ସବୁ ନିଗମ ଅଧ୍ୟକ୍ଷଙ୍କୁ ହଟାଇଲେ ସରକାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଜ୍ୟର ସବୁ ନିଗମ ଅଧ୍ୟକ୍ଷଙ୍କୁ ହଟାଇଲେ ସରକାର

ଭବନେଶ୍ୱର: ରାଜ୍ୟରେ ବିଜେଡି ସରକାର ସମୟରେ ବିଭିନ୍ନ ସରକାରୀ ଉଦ୍ୟୋଗ (ନିଗମ)ରେ ନିଯୁକ୍ତି ପାଇଥିବା ପ୍ରାୟ ୩୦ରୁ ଅଧିକ ଅଧ୍ୟକ୍ଷଙ୍କୁ ଶନିବାର ସେମାନଙ୍କ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜେଡି ସରକାର ସମୟରେ ନିଯୁକ୍ତି ପାଇଥିବା ବିଭିନ୍ନ ନିଗମ ଅଧ୍ୟକ୍ଷମାନଙ୍କୁ ଅବ୍ୟାହତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଧ୍ୟକ୍ଷମାନଙ୍କ ଯୋଗୁ ନିଗମଗୁଡ଼ିକର ପରିଚାଳନାରେ କୌଣସି ଗୁଣାତ୍ମକ ଉନ୍ନତି ପରିଲକ୍ଷିତ ହେଉନଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସେମାନଙ୍କୁ ଅବ୍ୟାହତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।ଏଥିପୂର୍ବରୁ ଶୁକ୍ରବାର ସରକାରଙ୍କ ବିଭିନ୍ନ ବିଭାଗ ଓ ଯୋଜନାର ଉପଦେଷ୍ଟାମାନଙ୍କୁ ରାଜ୍ୟ ସରକାର ସେମାନଙ୍କ ଦାୟିତ୍ୱରୁ ହଟାଇ ଦେଇଥିଲେ । ସୂଚନାଯୋଗ୍ୟ ଯେ ରାଜ୍ୟରେ ସାଧାରଣ ନିର୍ବାଚନ ଫଳାଫଳ ଗତ ୪ ତାରିଖରେ ପ୍ରକାଶ ପାଇବା ପରେ ବିଭିନ୍ନ ସରକାରୀ ଉଦ୍ୟୋଗ, ବୋର୍ଡ ଓ ଉପଦେଷ୍ଟାଭାବେ ନିଯୁକ୍ତି ପାଇଥିବା ବିଜେଡି ନେତାମାନେ ନିଜ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ତେବେ କିଛି ନେତା ନିଜ ପଦବୀ ଛାଡ଼ି ନଥିବାରୁ ରାଜ୍ୟ ସରକାର ଶନିବାର ଧାଡ଼ିକିଆ ନିର୍ଦ୍ଦେଶନାମା ଜାରି କରି ନିଯୁକ୍ତି ପାଇଥିବା ସମସ୍ତଙ୍କୁ ଦାୟିତ୍ୱମୁକ୍ତ କରିଛନ୍ତି ।

Leave a Reply