ଡାକ୍ତର ସମ୍ରାଟ କର-
ସଂସ୍କୃତର ଯଜୁ ଧାତୁରୁ ଯୋଗ ଶବ୍ଦର ଉତ୍ପତ୍ତି । ଯାହାର ଅର୍ଥ ଯୋଡ଼ିବା । ଅର୍ଥାତ ଯୋଗ ଶରୀର, ମନ ଏବଂ ଆତ୍ମାକୁ ଗୋଟିଏ ସୂତ୍ରରେ ଯୋଡ଼ିଥାଏ । ଭାରତୀୟ ଆଧ୍ୟାତ୍ମିକ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଯୋଗାଭ୍ୟାସ । ଏହା ଉଭୟ ଶରୀର ଓ ମନକୁ ସୁସ୍ଥ ଏବଂ ସତେଜ ରଖିଥାଏ । ଦିନଚର୍ଯ୍ୟାରେ ଯୋଗାଭ୍ୟାସକୁ ସଂଯୋଜିତ କରିବା ଫଳରେ ଦେହ ମନରେ ସକାରାତ୍ମକ ଶକ୍ତି ସଞ୍ଚରିତ ହୋଇଥାଏ । ବର୍ତ୍ତମାନ ଜୀବନଶୈଳୀରେ ବ୍ୟତିକ୍ରମ ଓ ମାନସିକ ଚାପ ଯୋଗୁଁ ଶାରୀରିକ ସମସ୍ୟା ବଢ଼ିଯାଉଛି । ଅଣ୍ଟା, ମେରୁଦଣ୍ଡ, ବେକ ଯନ୍ତ୍ରଣା ଆଦି ଅତି ସାଧାରଣ କଥା ପାଲଟିଛି । ଖାଲି ଏତିକି ନୁହେଁ, ବୟସଜନିତ ସମସ୍ୟା ମଧ୍ୟ ଆଜିକାଲି ଯୁବପିଢ଼ିଙ୍କ କ୍ଷେତ୍ରରେ ଦେଖାଗଲାଣି । ତେଣୁ ଏଥିରୁ ଦୂରେଇବାକୁ ହେଲେ ଏକ ସହଜ ଉପାୟ ହେଉଛି ଦୈନନ୍ଦିନ ଜୀବନରେ ଯୋଗାଭ୍ୟାସ । ବର୍ତ୍ତମାନ ସବୁଠାରେ, ସବୁ କ୍ଷେତ୍ରରେ ବ୍ୟସ୍ତତା ଆମେ ଦେଖୁଛୁ । ତେଲ ଲୁଣ ସଂସାରକୁ ଚଳାଇବା ନିମିତ୍ତ ବୃତ୍ତିଗତ କ୍ଷେତ୍ର ତ ନିଶ୍ଚୟ କିନ୍ତୁ ସାଧାରଣ ସଚେତନତାର ଅଭାବରୁ ମାନସିକ ସ୍ଥିତି ବିଗିଡ଼ି ଯାଏ । ପ୍ରଥମ କଥା ହେଉଛି ମାନସିକ ରୋଗ ଏକ ଜଟିଳ ରୋଗ ନିଶ୍ଚୟ କିନ୍ତୁ ତଥାକଥିତ ଝଡ଼ାଫୁଙ୍କା, ଗୁଣି ଗାରେଡ଼ିରୁ ଫେଲ ହେଲା ପରେ ଯେଉଁମାନେ ବି ଆସନ୍ତି ସେମାନଙ୍କ ପାଇଁ ଆମର ଚିକିତ୍ସା ବ୍ୟବସ୍ଥା ସ୍ୱତନ୍ତ୍ର ରହିଥାଏ । ଏହି ଲେଖକ ମନକଥା ଜାଣନ୍ତୁ ମାଧ୍ୟମରେ ମାନସିକ ରୋଗର ସମସ୍ତ ଦୃଷ୍ଟିକୋଣକୁ ଚିନ୍ତନ କରିବା ସହ ଆବଶ୍ୟକୀୟ ପରାମର୍ଶ ଓ ଚିକିତ୍ସା ପଦ୍ଧତି ଗ୍ରହଣ କରାଯାଇଛି । ମାନସିକା ବିଶାଦ, ଅବସାଦ, ହତୋତ୍ସାହ ହେଉ ବା ବର୍ତ୍ତମାନ ସମୟରେ କୁହାଯାଉଥିବା ମାନିଆ ବୋଇଲେ ଅତ୍ୟଧିକ ମାନସିକ ଉତ୍ଫୁଲ୍ଲତା, ଉନ୍ମଦତା । ନିଜକୁ ସନ୍ଦେହକରି ବିଭିନ୍ନ ଭୟକୁ ଆଚ୍ଛାଦିତ କରୁଥିବା ରୋଗୀମାନଙ୍କ ପାଇଁ ପ୍ରସଙ୍ଗ ହେଉଛି ସିଜୋଫ୍ରେନିଆ । ତେବେ ଅତ୍ୟଧିକ ଛାନିଆ କୁହାଯାଉଥିବା ଆଙ୍ଗଜାଇଟି ଏବଂ ନିର୍ଦ୍ଦିଷ୍ଟ ସ୍ଥାନ, ବସ୍ତୁ ଓ କାର୍ଯ୍ୟ ପ୍ରସ୍ତୁତିକୁ ଦେଖି ଯେଉଁ ଅହେତୁକ ଭୟ ପରିଦର୍ଶିତ ହୋଇଥାଏ ତାହା ହେଉଛି ଫୋବିୟା । ଯଦିଓ ହିଷ୍ଟେରିଆ, ନିଶା, ନିଦ ନ ହେବା, ସ୍ୱପ୍ନ, ଯୌନ ସମସ୍ୟା ପରି ବିଭିନ୍ନ ପ୍ରସଙ୍ଗରେ ଏହି ଗଣମାଧ୍ୟମ ଦ୍ୱାରା ସଚେତନତାର ବାର୍ତ୍ତା ଦେଉଛି ସର୍ବଦା ନିଜର ନିୟମିତ ଚିକିତ୍ସକଙ୍କ ଉପରେ ବିଶ୍ୱାସ ରଖିବା ସହ ସଚେତନତାର ବାର୍ତ୍ତା ପ୍ରସାର କରିବା । ଅନେକ ହୁଏତ ଜାଣିନଥାନ୍ତି ମାନସିକ ସ୍ୱାସ୍ଥ୍ୟ ଚିକିତ୍ସା ବା ପରାମର୍ଶ ସମୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା କରିଥାଏ ପରିପାଶ୍ୱିର୍କ ଅବସ୍ଥିତି । ତଥାକଥିତ ପ୍ରାଣାମୟ ହେଉ ବା ଯୋଗାଭ୍ୟାସ ଏହା ନିଶ୍ଚିନ୍ତ ଭାବରେ କେବଳ ରୋଗୀ ନୁହଁନ୍ତି ସମସ୍ତଙ୍କ ପାଇଁ ଏକ ଆନନ୍ଦର ସୁଯୋଗ । ପ୍ରଶ୍ନ ଉଠୁଛି ମାନସିକ ରୋଗ ଚିକିତ୍ସା କ୍ଷେତ୍ରରେ ଯୋଗର ପ୍ରାସଙ୍ଗିକତା କ\’ଣ ରହିଛି? ଏହା ଅଟଳ ସତ୍ୟ ଯେ ଯୋଗ ହେଉ ବା ପ୍ରାଣାୟମ, ସୂର୍ଯ୍ୟ ନମସ୍କାର ହେଉ ବା ସମ୍ମାନଜନକ ଦଣ୍ଡବୁଲା ଏହି କ୍ଷେତ୍ରରେ ସ୍ୱତନ୍ତ୍ରତା ରଖିଥାଏ । ମାନସିକ ରୋଗକୁ ସମ୍ମୁଖୀନ ହେଉଥିବା ରୋଗୀମାନେ ନିଶ୍ଚିନ୍ତ ଭାବରେ ଏହି ରୋଗର ସର୍ବୋତ୍ତମ ଚିକିତ୍ସକଙ୍କୁ ସାକ୍ଷାତ କରିବା । ଏବଂ କୌଣସି କ୍ଷେତ୍ରରେ ବି ନିଜ ପୂର୍ବ ସମୟର ମୁହୂର୍ତ୍ତକୁ ଲୁଚାଇବା ନାହିଁ । ସାମ୍ପ୍ରତିକ ସମୟରେ କର୍ମ ବ୍ୟସ୍ତତା ବା ଚୁଲି ଚଟୁର ଦାୟିତ୍ୱ ଭିତରେ ନିଜ ଜୀବନକୁ ଉତ୍ସର୍ଗ କରୁଥିବା ଜଣେ ଚରିତ୍ର ହେଉ କିନ୍ତୁ ଏହା ହିଁ ପ୍ରୟୋଜନ ଯେ ଦୈନନ୍ଦିନ ଜୀବନଚର୍ଯ୍ୟାରେ ଯୋଗର ପ୍ରାସଙ୍ଗିକତାକୁ ଉପଲବ୍ଧି କରିବା । ଏକ ସର୍ବବୃହତ୍ତ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଭାରତ ଏବେ ବିଭିନ୍ନ ପାଶ୍ଚାତ୍ୟ ଦେଶରେ ଯୋଗକୂୁ ଗୁରୁତ୍ୱ ଦେଇଛି । ବର୍ତ୍ତମାନର ସମାଜ, ପରିବେଶ ଏବଂ ପରିପାଶ୍ୱର୍ ଅବସ୍ଥିତିର କ୍ଷେତ୍ର ଯାହା ନିଜ ବ୍ୟକ୍ତିଗତ ଜୀବନରେ ଯୋଗ କରିବା ନିଶ୍ଚିନ୍ତ ଭାବେ ବାଞ୍ଛନୀୟ । ବିଶେଷକରି ମାନସିକ ରୋଗ ଚିକିତ୍ସା ପାଇଁ ଛଟପଟ ହେଉଥିବା ପରିପାଶ୍ୱିର୍କ ସ୍ଥିତି ଥିଲେ ବି ଏହାର କୌଣସି ସମାଧାନ ହୋଇପାରିନଥାଏ । କାରଣ ମାନସିକ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଜଣେ କୌଣସି କ୍ଷେତ୍ରକୁ ନଲୁଚାଇ ଚିକିତ୍ସକଙ୍କୁ ସୂଚନା ଦେବା ଜରୁରୀ । ମାନସିକ ରୋଗ କ୍ଷେତ୍ର ବୋଇଲେ ମୁଣ୍ଡର କୌଣସି କ୍ଷତି ବା ଆଉ କିଛି ବି ନୁହେଁ । କିନ୍ତୁ କଥା ହେଉଛି ମାନସିକ ରୋଗ କ୍ଷେତ୍ରରେ ଯେଉଁମାନେ ସାମ୍ନାକୁ ଆସିପାରୁଛନ୍ତି ଏହାଙ୍କୁ ନେଇ ଏକ ସଚେତନତାର ବାର୍ତ୍ତା ପ୍ରଦାନ କରିବା । ମାନସିକ ରୋଗକୁ ସନ୍ତୁଳି ହେଉଥିବା ଚରିତ୍ରଟି ଯଦି ନିଜ ପୂର୍ବ ଦିନର କଥାକୁ ମନେପଡ଼େ ତାହେଲେ ସେ ଓହରି ଯିବା କଥା । କିନ୍ତୁ ଦୈବୀ ପ୍ରୀତି, ପାପଭିତ୍ତି, ସଂଘନୀତି ନ୍ୟାୟରେ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାବା ବାଞ୍ଛନୀୟ । ଏହିପରି କ୍ଷେତ୍ରରେ ଚିକିତ୍ସାର ବ୍ୟବସ୍ଥା ଦୀର୍ଘ କାଳୀନ ସତ୍ୟ ହେଲେ ଏହି କ୍ଷେତ୍ର ପାଇଁ ଯେହେତୁ ମୁଁ ମାର୍ଗଦର୍ଶନ କରୁଛି ତେଣୁ ଏହା ହିଁ କହିବି ଯେ ମାନସିକ ରୋଗୀଙ୍କ ପାଇଁ ଯୋଗ ପ୍ରାଣାୟମର ଆବଶ୍ୟକତା ରହିଛି । ଆମ୍ଭର ପ୍ରାଚୀନ ଆଧ୍ୟାତ୍ମିକ ସଂସ୍କୃତି ହେଉ ବା ଚରକଙ୍କ ସ୍ୱାସ୍ଥ୍ୟ ଚିକିତ୍ସା । ସବୁ କ୍ଷେତ୍ରରେ ଆମ ପାଇଁ ବଡ଼ ପ୍ରାସଙ୍ଗିକତା ରହିଥାଏ ନିଜ ରୋଗୀଟି ପାଇଁ ଅହର୍ନିଶ ତତ୍ୱାବଧାନ । ଭାରତର ପ୍ରଧାନମନ୍ତ୍ରୀ ଜୁନ ଏକୋଇଶିକୁ ଯୋଗ ଦିବସ ଭାବେ ମାନ୍ୟତା ଓ ଗ୍ରହଣୀୟତାର ଯେଉଁ ନିୟମ କରିଥିଲେ ତାହା ଆଜି ସଫଳ ହୋଇଛି । ଚିକିତ୍ସା କ୍ଷେତ୍ରକୁ ବାଦ ଦେଲେ ବ୍ୟକ୍ତିଗତ ଜୀବନ କ୍ଷେତ୍ରରେ ଏହି ଯୋଗର ନିଶ୍ଚିନ୍ତ ଆବଶ୍ୟକତା ରହିଛି । ଏହି ଲେଖକ ଚିକିତ୍ସା ପରାମର୍ଶ କ୍ଷେତ୍ରରେ ଅନୁଭବ ବି କରିଛି ଯେ ଯୋଗ ପ୍ରାଣାୟମର ପ୍ରାସଙ୍ଗିକତା କ\’ଣ? ତେବେ ଯାହାହେଉନା କାହିଁକି ଯୋଗ ଦିବସରେ ଆମ ମାନଙ୍କ ଭିତରେ ଏକ ସଚେତନତାର ବାର୍ତ୍ତା ପ୍ରତିଷ୍ଠା ହେଉ ଏବଂ ଆମ ମହାନ ଆର୍ଯ୍ୟ ସଂସ୍କୃତିର ବିଚାର ଚିନ୍ତନ ଏହି ଯୋଗକୁ ଗ୍ରହଣ କରିବା ଦ୍ୱାରା ଏହାର ପ୍ରାସଙ୍ଗିକତା ଉଲ୍ଲେଖ ରହିବ ।
See insights and ads
All reactions: