Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏନ୍‌କାଉଣ୍ଟରରେ ୮ ନକ୍ସଲ ନିହତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏନ୍‌କାଉଣ୍ଟରରେ ୮ ନକ୍ସଲ ନିହତ

ମାଲକାନଗିରି,: ଛତିଶଗଡ଼ ବିଜାପୁର ଜିଲ୍ଲା ଅବୁଝମା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ଏଥିରେ ୮ ନକ୍ସଲଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ଆଉ ଦୁଇ ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସାପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ଦୁଇଦିନ ହେବ ନାରାୟଣପୁର ଜିଲ୍ଲାରେ ଉଭୟ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା । ତେବେ ଶନିବାର ସକାଳେ ଅବୁଝମା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଏହି ଅପରେସନରେ ଚାରୋଟି ଜିଲ୍ଲା ନାରାୟଣପୁର, କାଙ୍କେର, ଦାନ୍ତେୱାଡ଼ା ଓ କୋଣ୍ଡଗାଁର ସୁରକ୍ଷାକର୍ମୀ ସାମିଲ ହୋଇଥିଲେ । ମାଓବାଦୀଙ୍କ ବିରୋଧରେ ଚାଲିଥିବଏହି ଅପରେସନରେ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି), ସ୍ପେଶାଲ ଟାସ୍କଫୋର୍ସ (ଏସଟିଏଫ) ଏବଂ ଆଇଟିବିପିର ୫୩ ବାଟାଲିୟନ ସାମିଲ ରହିଥିଲେ । ଗତ ୧୨ ତାରିଖରୁ ଏହି ଅପରେସନ ଚାଲୁ ରହିଛି । ନାରାୟଣପୁରର ଅବୁଝମା ଜଙ୍ଗଲ ହେଉଛି ମାଓବାଦୀଙ୍କ ଅଭେଦ୍ୟ ଦୁର୍ଗ । ଏହି ଜଙ୍ଗଲ ୪ ହଜାର କିଲୋମିଟର ପରିବ୍ୟାପ୍ତ । ଏହି ଜଙ୍ଗଲରେ ଟପ୍ ନକ୍ସଲ କ୍ୟାଡର ଲାଲବାହିନୀ ପାଇଁ ରଣନୀତି ପ୍ରସ୍ତୁତ କରିଥାନ୍ତି । ତେବେ ଛତିଶଗଡ଼ ସରକାର ମାଓବାଦୀଙ୍କୁ ଦମନ ପାଇଁ ନେଉଥିବା ପଦକ୍ଷେପ ମଧ୍ୟରୁ ଏହା ଏକ ବଡ଼ଧରଣର ପଦକ୍ଷେପ ବୋଲି କୁହାଯାଉଛି । ଛତିଶଗଡ଼ର ବିଭିନ୍ନ ଜିଲ୍ଲାରେ ମାଓବାଦୀମାନେ ବହୁ ସମୟରେ ହିଂସାକାଣ୍ଡ ଭିଆଉଥିବାରୁ ସେମାନଙ୍କୁ ନିପାତ କରିବା ପାଇଁ ସୁରକ୍ଷାକର୍ମୀ ଘନଘନ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

Leave a Reply