Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆଉ ଶୁଣିବାକୁ ମିଳୁନି ଶଗଡ଼ର କେଁ କଟର ଶବ୍ଦ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆଉ ଶୁଣିବାକୁ ମିଳୁନି ଶଗଡ଼ର କେଁ କଟର ଶବ୍ଦ

କାକଟପୁର- ଦିନ ଥିଲା ଶଗଡ଼ ଗାଡ଼ି ଯାତ୍ରୀ ପରିବହନ ଠାରୁ ଆରମ୍ଭ କରି ବିଭିନ୍ନ ଜିନିଷପତ୍ର ଅର୍ଥାତ ମାଲ ପରିବହନ ପାଇଁ ଏକମାତ୍ର ମାଧ୍ୟମ ଥିଲା । ଅଧିକାଂଶ ଘରେ ଶଗଡ଼ ଗାଡ଼ି ଥିବା ଦେଖିବାକୁ ମିଳୁଥିଲା । କିନ୍ତୁ ବିଜ୍ଞାନର ଅଗ୍ରଗତି ଏବଂ ଯନ୍ତ୍ର ଯୁଗର ଆଗମନ ପରେ ଏକଦା ମଣିଷମାନଙ୍କ ପାଇଁ ନିତାନ୍ତ ଆବଶ୍ୟକ ଥିବା ଶଗଡ଼ ଗାଡ଼ି ଅଲୋଡ଼ା ହୋଇ କ୍ରମଶଃ ଲୋପ ପାଇ ଏବେ ବିଲୁପ୍ତ ପାଇବାରେ ଲାଗିଛି । ଶଗଡ଼ ଗାଡ଼ିର କେଁ କଟର ଧ୍ୱନି କେବେଠାରୁ କାଳର କରାଳ ଗର୍ଭରେ ହଜିଗଲାଣି । କାଠରେ ନିର୍ମିତ ପ୍ରଦୂଷଣ ବିହୀନ ପ୍ରାଚୀନ ପରିବହନ ଯନ୍ତ୍ର ଏବେ ଅଲୋଡ଼ା ହୋଇପଡ଼ିଛି । ପାୱାର ଟିଲର, ଟ୍ରାକ୍ଟର, ହାର୍ଭେଷ୍ଟର ଆଦି ଆଧୁନିକ ଯନ୍ତ୍ରରେ ଚାଷ କାମ କରି ଧାନ ଅମଳ କରିବା ଏବଂ ପରିବହନ କରିବା ସହଜ ହେଉଛି । ଏବେ ରାସ୍ତା କଡ଼ରେ ଏବଂ ଧାନ ବିଲ ମଧ୍ୟରେ ହାର୍ଭେଷ୍ଟର ମେସିନ ସାହାଯ୍ୟରେ ଧାନ ଅମଳ କରୁଥିବା ଦେଖିବାକୁ ମିଳୁଛି । ସେହିପରି ପୂର୍ବରୁ ଯାନିଯାତ୍ରା, ବିବାହ ଘର ତଥା ଜଙ୍ଗଲରୁ କାଠ ଆଣିବା ବାଲି, ମାଟି, ଇଟା, ପଥର ବୋହିବା କାର୍ଯ୍ୟରେ ବ୍ୟାପକ ଭାବେ ଶଗଡ଼ ଗାଡ଼ିର ବ୍ୟବହାର ହେଉଥିଲା । କିନ୍ତୁ କମ୍ ସମୟରେ ଯାତାୟତ ପାଇଁ ବାଇକ,କାର ,ବସର ବହୁଳ ପ୍ରଚଳନ ଯୋଗୁଁ ଶଗଡ଼ ଗାଡ଼ି ଯାତ୍ରୀ ପରିବହନ ପାଇଁ ଆଦୌ ବ୍ୟବହାର ହେଉନାହିଁ । କାଁ ଭାଁ ଗ୍ରାମାଞ୍ଚଳରେ ସ୍ୱାବଲମ୍ବୀ ଚାଷୀ ଶଗଡ଼ ଗାଡ଼ିରେ ଧାନ କ୍ଷେତରୁ ଧାନ ଅମଳ କରି ଖଳାକୁ ଆଣୁଥିବାର ବିରଳ ଦୃଶ୍ୟ କ୍ୱଚିତ ଦେଖିବାକୁ ମିଳୁଛି । ପୁରୁଣା କାଳରେ ଲୋକେ ବ୍ୟବହାର କରୁଥିବା ଶଗଡ଼ ଗାଡ଼ି ଏବଂ ଏଥିରେ ଲାଗିଥିବା ଚକ ବର୍ଜ୍ୟବସ୍ତୁ ଭଳି କେଉଁଠି ରାସ୍ତା କଡ଼ରେ ପଡ଼ିଛି ତ କେଉଁଠି ପିଣ୍ଡାରେ ଅଜାଡ଼ି ହୋଇ ତା ଉପରେ ବହଳେ ଧୂଳି ଆସ୍ତରଣ ଜମାଟ ବାନ୍ଧି ବିଲୁପ୍ତ ଆଡ଼କୁ ଅଗ୍ରଗତି ହେବା ସହିତ ଅତୀତର ସ୍ମୃତିକୁ ଜାହିର କରୁଛି । ଅତ୍ୟାଧୁନିକ ହାଇଟେକ ସଂସ୍କୃତିର ନୂତନ ପିଢ଼ିଙ୍କ ମନରେ ଜିଜ୍ଞାସା ଭାବ ସୃଷ୍ଟି କରୁଛି । ଏ ବାବଦରେ କୃଷି ବୈଜ୍ଞାନିକ ଗୁରୁଚରଣ ପ୍ରଧାନ କୁହନ୍ତି ବିଜ୍ଞାନର ଅଗ୍ରଗତି ତଥା ଉନ୍ନତ କୃଷି ଯନ୍ତ୍ରପାତି ଯୋଗୁଁ ଧୀରେ ଧୀରେ ଶଗଡ଼ ଗାଡ଼ିର ଲୋପ ପାଇବାକୁ ବସିଲାଣି । କାରଣ ଆଗଭଳି ଆଉ ସେ କାଠ ଶଗଡ଼ ନିର୍ମାଣ ନିର୍ମିତ କାଠ ମିଳୁ ନାହିଁ । ବଳଦ ଚରାଇବା ପାଇଁ ଲୋକମାନଙ୍କ ଘୋର ଅଭାବ ତଥା ସରକାର କିମ୍ବା ସାମାଜିକ ସ୍ତରରେ ସେମିତି ଶଗଡ଼ ଗାଡ଼ିର ବ୍ୟବହାର ପାଇଁ କୌଣସି ପ୍ରୋତ୍ସାହନ ମିଳୁ ନାହିଁ । ଫଳରେ ଆଉ ଲୋକେ ଶଗଡ଼ ଗାଡ଼ି ପ୍ରତି ଆକର୍ଷିତ ନହୋଇ ଟ୍ରାକ୍ଟର,ପାୱାର ଟିଲର ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ।

Leave a Reply