ଚୁଡ଼ା ଗ୍ରାମରେ ମହିଳା ଶ୍ରଦ୍ଧାଳୁଙ୍କ କଳସ ଯାତ୍ରା

ବୋଲଗଡ : ଦେଶ, ଜାତି ଓ ଗ୍ରାମର କଲ୍ୟାଣ ନିମନ୍ତେ ସୋମବାର ଦିନ ଶ୍ରଦ୍ଧାଳୁ ମହିଳା, ଇସ୍କନ ମନ୍ଦିରର ସନ୍‌ଯାସୀ, ସାଧୁସନ୍ଥ ଓ ବିଭିନ୍ନ ମଠ ମନ୍ଦିର ଆଶ୍ରମର ବାବାଜୀ ମାନେ ମିଳିତ ଭାବେ ହରିନାମ ଜପ କରି କଳସ ଶୋଭା ଯାତ୍ରାରେ ସାମିଲ ହୋଇଥିଲେ । ସମସ୍ତ ଗ୍ରାମବାସୀ ମାନଙ୍କ ସହିତ ଶ୍ରଦ୍ଧାଳୁ ମହିଳା ଭକ୍ତ, ସାଧୁସନ୍ଥ, ବାବାଜୀ, ସନ୍ୟାସୀ ମାନେ ଚୁଡ଼ା ରାମଚଣ୍ଡୀ ପୋଖରୀରେ ସ୍ନାନ କରି ନିକଟସ୍ଥ ଶିବ ମନ୍ଦିରରେ ପୂଜା କରି ଖୋଳ ଝାଞ୍ଜ, ଗିନି ବଜାଇ ହରିବୋଲ ହୁଳହୁଳି ପକାଇ ଗ୍ରାମ ପରିକ୍ରମା କରି ଗେଡି ମୁଣ୍ଡିଆ ଆଶ୍ରମକୁ ଯାଇଥିଲେ । ଆଜିଠାରୁ ସେଠାରେ ଗ୍ରାମ ତଥା ବିଶ୍ୱର କଲ୍ୟାଣ ନିମନ୍ତେ ତିନି ଦିନ ଧରି ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *