Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହଜିବାକୁ ବସିଲାଣି ତାଳପତ୍ର ଜାତକର ପରିଚୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହଜିବାକୁ ବସିଲାଣି ତାଳପତ୍ର ଜାତକର ପରିଚୟ

କଳାହାଣ୍ଡି : ପଣ୍ଡିତରବେଦ ମନ୍ତ୍ର ରହିଛି, ବେଦି ଉପରେ ଓମ୍‌ରାବଣସ୍ୟ ମନ୍ଦୋଦରୀ ମନ୍ତ୍ର ଧ୍ୱନୀ ବି ଉଚ୍ଚଉଚ୍ଚାରଣ ହେଉଛି । ହେଲେ ଆଗଭଳିଆଉ ଜାତକ ମେଳକ ପାଇଁ ଭୂତ-ଭବି ତଭବିଷ୍ୟତର ବାର୍ତ୍ତା ବହ ତାଳପତ୍ର ଜାତକକୁଆଉ ଖାଜାପଡୁନି । ଇଣ୍ଟରନେଟ ଓ ବିଭିନ୍ନଡ଼ିଜିଟାଲ୍ ଆପ୍ଲିକେସନ୍‌ରେ ଜନ୍ମ ତାରିଖଓ ସମୟ କହିଦେଲେ କୁଣ୍ଡଳୀ ଆସିଯାଉଛି । ସମୟ ସହ ତାଳଦେଇ କିଛିବ୍ରାହ୍ମଣ ଓ ପଣ୍ଡିତମାନେ ଅନ୍‌ଲାଇନ୍‌ରସାହାରା ନେଉଥିବା ବେଳେ ଯେଉଁ ମାନେଇଣ୍ଟରନେଟ୍ ବ୍ୟବହାର ଜାଣି ନାହାନ୍ତିସେମାନେ ଏଥିରେ ପଛରେ ପଡ଼ିଯାଇଥିବାଦେଖୁବାକୁ ମିଳିଛି । ଆମ ସଂସ୍କୃତିରେଜନ୍ମ, ବ୍ରତଘର ଓ ବାହାଘର ପରି ଶୁଭକାର୍ଯ୍ୟରେ ଜାତକ ବିଚାରକୁ ପ୍ରାଧାନ୍ୟ ଦିଆହୋଇଆସିଛି । ଶିଶୁଟିର ଜନ୍ମ ସମୟରେତାଳପତ୍ରରେ ଯେଉଁ ଜାତକ ପ୍ରସ୍ତୁତହୋଇଥାଏ ସେ ଅନୁସାରେ ସବୁସମୟରେ ଶୁଭଲଗ୍ନ ବାହାରକରାଯାଇଥାଏ । ହେଲେ ଆଜିର ଡ଼ିଜିଟାଲ୍‌ଯୁଗରେ ତାଳପତ୍ର ଜାତକ ତିଆରିର ଆଉଆବଶ୍ୟକତା ପଡୁନାହିଁ । ଅନେକପିତାମାତା ସ୍ୱାସ୍ଥ୍ୟକେନ୍ଦ୍ରରୁ ମିଳୁଥିବା ଜନ୍ମପ୍ରମାଣପତ୍ରକୁ ପ୍ରାଧାନ୍ୟ ଦେଉଥିବା ବେଳେଏହି ଜାତକ ବିଚାରକୁ ଗୁରୁତ୍ୱ ଦଉନାହାନ୍ତି ।ଆଉ କିଛି ପିତାମାତା ଅନ୍‌ଲାଇନ୍ ଅବାଇଣ୍ଟରନେଟ୍‌ରେ ଉପଲବ୍ଧ ବିଭିନ୍ନଆପ୍ଲିକେସନ୍ ସେମାନଙ୍କ ସନ୍ତାନର ଜନ୍ମତାରିଖ ଓ ସମୟର ସୂଚନା ଦେଇ ଘରେବସି ଜାତକ ପାଇ ପାରୁଛନ୍ତି । ସେମାନଙ୍କୁଆଉ ଜାତକ ତିଆରି ପାଇଁ କୌଣସି ପଣ୍ଡିତକିମ୍ବା ଜ୍ୟୋତିଷ ପାଖକୁ ଯିବାକୁ ପଡୁନି ।୨୦ ବର୍ଷରୁ ଅଧିକ ଦିନ ଧରି ଜାତକବିଚାର କରିଆସୁଥିବା ଧର୍ମଗଡ ଅଞ୍ଚଳ ରଜଣେ ପଣ୍ଡିତ କୁହନ୍ତି, ଡ଼ିଜିଟାଲ୍ ଯୁଗରେଜାତକ ବିଚାରର ଚାହିଦା କମିଛି । ଡିଜିଟାଲ୍‌ପ୍ରଭାବ ରହିଥିବା ବେଳେ ଅନେକପିତାମାତା ଏହାକୁ ଅନ୍ଧବିଶ୍ୱାସ କହି ମଧ୍ୟଏଡ଼ାଇ ଯାଉଛନ୍ତି । ଫଳରେ ଏହି ଜାତକବିଚାର କରି ପରିବାର ପ୍ରତିପୋଷଣକରୁଥିବା ଅନେକ ପଣ୍ଡିତ ଓଜ୍ୟୋତିଷମାନେ ଏବେ ଏଥିରୁ ମୁହଁଫେରାଇ ନେଲେଣି । ତେବେ ଗ୍ରାମାଞ୍ଚଳରେଏହାର ଚାହିଦା ଏବେ ବି ଜାରି ରହିଛି ।

Leave a Reply