Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବେଆଇନ ଗୋ ଚାଲାଣ ପୂର୍ବରୁ ଧରିଲା ପୁଲିସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବେଆଇନ ଗୋ ଚାଲାଣ ପୂର୍ବରୁ ଧରିଲା ପୁଲିସ

କୋରେଇ – ପାଣିକୋଇଲି ଥାନା ଅନ୍ତର୍ଗତ ଗୋଳେିପୁର ପଂଚାୟତର ସାହାପୁର ଡାଟରୁ ବେଆଇନ ଗୋ ଚାଲାଣର ଖବର ପାଇ ପୁଲିସ ଚଢାଉ କରିଥିଲା । ବାରମ୍ବାର ପୁଲିସ ଚଢାଉକରି ଗୋ ଚାଲାଣ ରୋକିବାରେ ସକ୍ଷମ ହେଉଥିଲେ ବି ବେଆଇନ ଚୋରା ଗୋ ଚାଲାଣ କାରୀ ଏହାକୁ ଭୃକ୍ଷେପ ନକରି ବାରମ୍ବାର ଲୁକାୟିତ ଭାବେ ଗୋ ଚାଲାଣ କରୁଛନ୍ତିା ହାଟରେ ୬୦ଟି ଗୋରୁ ଚାଲାଣ ପାଇଁ ପ୍ରସ୍ତୁତ ଥିବା ଓ ସେମାନଙ୍କୁ ନେବା ପାଇଁ ଦୁଇଟି ଟ୍ରକ ଆସିଥିବା ଖବର ପାଇ ପାଣିକୋଇଲି ଥାନାଧିକାରୀ ଲିଜାରାଣୀ ବିଶ୍ୱାଳ ସଦଳବଳେ ଚଢାଉ କରିଥିଲେ । ହେଲେ ପୁଲିସ ପହଂଚିବା ଦେଖି ଗୋ ଚାଲାଣକାରୀ ଓ ଗାଡି ଚାଳକ ସମସ୍ତେ ଫେରାର ହୋଇଯାଇଥିଲେ । ମାତ୍ର ସେଠାରେ ଥିବା ୬୦ଟି ଗୋରୁଙ୍କୁ ପୁଲିସ ଉଦ୍ଧାର କରି ସ୍ଥାନୀୟ ଲୋକଙ୍କୁ ବାଂଟି ଦେଇଥିଲେ । ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।

Leave a Reply