Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: ରାଜନାଥ ସିଂ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: ରାଜନାଥ ସିଂ

ଅହମ୍ମଦାବାଦ : ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି । ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ । ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହା କହିଛନ୍ତି । ସେ ଅହମ୍ମଦାବାଦରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ଏହି ସମୟରେ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଚାଇନା ବିଷୟରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଭାରତ ଏବଂ ଚାଇନା ମଧ୍ୟରେ କଥାବାର୍ତ୍ତା ସୁରୁଖୁରୁରେ ଚାଲିଛି । ଭାରତ କେବେ ବି ମୁଣ୍ଡ ନୁଆଁଇବ କରିବ ନାହିଁ । ମୁଁ ଭାବୁଛି କଥାବାର୍ତ୍ତାର ଫଳାଫଳକୁ ଅପେକ୍ଷା କରିବା ଉଚିତ୍ । ମୁଁ ଦେଶର ଲୋକଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଭାରତ କେବେ ବି କୌଣସି ସ୍ଥାନରେ ମୁଣ୍ଡ ନୁଆଁଇ ନାହିଁ । ସେ କହିଛନ୍ତ, ୨୦୧୪ରେ ଆମେ ୬୦୦ କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି କରିଥିଲୁ କିନ୍ତୁ ଆଜି ୨୦୨୩-୨୪ରେ ଏହି ସଂଖ୍ୟା ୨୧ ହଜାର କୋଟି ଅତିକ୍ରମ କରିଛି । ମୁଁ କହିପାରେ ଯେ ଏହା ଆହୁରି ବୃଦ୍ଧି ପାଇବ । ପ୍ରତିରକ୍ଷା ସାମଗ୍ରୀ, କ୍ଷେପଣାସ୍ତ୍ର, ବୋମା, ଟ୍ୟାଙ୍କ କିମ୍ବା ଅନ୍ୟ କୌଣସି ଅସ୍ତ୍ର ହେଉ, କେବଳ ଭାରତରେ ଏବଂ ଭାରତୀୟଙ୍କ ଦ୍ୱାରା ପ୍ରସ୍ତୁତ କରାଯିବା ଉଚିତ ବୋଲି ମୋଦି ସରକାର ପ୍ରତିଶ୍ରୁତିବଦ୍ଧ । ମେ ୨୦୨୦ରେ ଚାଇନାର ସାମରିକ ଆକ୍ରମଣ ଗଲୱାନ ଉପତ୍ୟକା ବିବାଦକୁ ବଢାଇ ଦେଇଥିଲା, ଯାହାକି ଦଶନ୍ଧି ମଧ୍ୟରେ ଭାରତ ଏବଂ ଚାଇନା ମଧ୍ୟରେ ସବୁଠାରୁ ଗୁରୁତର ସାମରିକ ବିବାଦ ଥିଲା ।

Leave a Reply