Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
‘ସଙ୍କଟରେ ଓଡ଼ିଆ ଅସ୍ମିତା, ଭାଷା’ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

‘ସଙ୍କଟରେ ଓଡ଼ିଆ ଅସ୍ମିତା, ଭାଷା’

ନୂଆଦିଲ୍ଲୀ: ଓଡ଼ିଶା ପ୍ରସଙ୍ଗରେ ବଡ଼ ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏକ ନିର୍ଦ୍ଦିଷ୍ଟ ଟେଲିଭିଜନ ଚ୍ୟାନେଲ୍‌କୁ ସାକ୍ଷାତ୍‌କାର ଅବସରରେ ସେ କହିଛନ୍ତି ଯେ ଓଡ଼ିଆ ଅସ୍ମିତା, ଓଡ଼ିଆ ଭାଷା ଏବେ ସଙ୍କଟରେ ଅଛି । ବିଜେଡି ଆମକୁ ମୁଦ୍ଦା ଅନୁଯାୟୀ ସମର୍ଥନ ଦେଉଥିଲା । ଏଭଳି ଅନେକ ଦଳ ଆମକୁ ପ୍ରସଙ୍ଗଭିତ୍ତିକ ସମର୍ଥନ କରନ୍ତି । ବିଜେଡି ସହ ଆମର ସମ୍ପର୍କ ରାଜ୍ୟରେ ପୂରା ଅଲଗା । ଓଡ଼ିଶାର ପୂରା ଅସ୍ମିତା ଏବେ ଖତମ୍ ହେବାକୁ ବସିଛି । ଓଡ଼ିଆ ଭାଷା, ଅସ୍ମିତା ଏବେ ସଙ୍କଟରେ ରହିଛି । ଓଡ଼ିଶାବାସୀ ଏହାକୁ ଆଉ ବରଦାସ୍ତ କରିବେ ବୋଲି ଭାବୁନି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ପ୍ରାକୃତିକ ସମ୍ପଦରେ ଭରପୂର ରହିଛି ଓଡ଼ିଶା । ଏତେ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶା ୧ନମ୍ବର ଧନୀ ରାଜ୍ୟ ହେବା କଥା । କିନ୍ତୁ ଓଡ଼ିଶାର ସ୍ଥିତି ଏବେ କ’ଣ ଆପଣ ଦେଖୁଥିବେ । ଏଭଳି ସ୍ଥିତିରେ ଆମକୁ ଓଡ଼ିଶାର ସେବା ପାଇଁ ସୁଯୋଗ ମିଳିବା ଦରକାର । ଆମକୁ ସୁଯୋଗ ମିଳିଲେ, ଆମେ ଓଡ଼ିଶାକୁ ନୂଆ ଶିଖରକୁ ନେବୁ ।

Leave a Reply