ଧାମରାରେ ବିଏମ୍‌ଏସ୍ ପକ୍ଷରୁ ଜନଜାଗରଣ ଅଭିଯାନ

ଭଦ୍ରକ: ଭଦ୍ରକ ଜିଲା ଧାମରାରେ ଭାରତୀୟ ମଜଦୁର ସଂଘ(ବିଏମଏସ) ପକ୍ଷରୁ ଏକ ଜନଜାଗରଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନରେ ରାଜ୍ୟ ଉପସଭାପତି ଶାନ୍ତନୁ ମହାପାତ୍ର, ଜିଲ୍ଲା ସଭାପତି ମନୋଜ ବସନ୍ତ ରାଏ, ଜିଲ୍ଲା ସହ ସଂପାଦକ ବିଜୟ ମିଶ୍ର, ମନୋଜ ଲେଙ୍କା, ବିପିନ ବେହେରା , ଚନ୍ଦ୍ର ଶେଖର ଜେନା ପ୍ରମୁଖ ଉପସ୍ଥିତ ରହିବା ସହ ଧାମରା, ଜାଗୁଳା, ଦୋସିଙ୍ଗା ପଂଚାୟତରେ ବୁଲି ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଯାଉଥିବା ସାଧାରଣ ନିର୍ବାଚନରେ ଶତ ପ୍ରତିଶତ ଭୋଟ ଦାନ କରିବା,ନୋଟାରେ କୌଣସି ମତଦାନ ନ କରିବା , ଦେଶ ହିତରେ ସମସ୍ତ ନାରୀ ସମାଜ ଆଗକୁ ଆସି ନିଜର ଭୋଟ ଦାନ ସାବ୍ୟସ୍ଥ କରିବା ସହ ଯୁବ ଭୋଟର ମାନେ ଯେ କୌଣସି ପରିସ୍ଥିତିରେ କୌଣସି ଲୋଭରେ ବଶବର୍ତ୍ତୀ ନହୋଇ ମତଦାନ କରିବାକୁ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଭାରତୀୟ ମଜଦୁର ସଂଘ ଏହି ଅଭିଯାନରେ ପ୍ଲାକାର୍ଡ ଏବଂ ବ୍ୟାନର ଧରି ସମସ୍ତ ଅଂଚଳବାସୀଙ୍କୁ ଏକଜୁଟ ହୋଇ ଏହି ଅଭିଯାନକୁ ସଫଳ କରିବାକୁ ପ୍ରବର୍ତ୍ତାଇଥିଲେ । ହୋଇଯାଇଥିବା ଏହି ଅଭିଯାନରେ ଅନ୍ୟମାନଙ୍କ ମଧ୍ୟରେ ଅଭିମନ୍ୟୁ ଜେନା, ଅନନ୍ତ ଘଡେଇ, ଗଣେଶ ଖିଲାର, ସରୋଜ କୁମାର ଗିରି, ବିଜୟ ପ୍ରତାପ ଜେନା,ଇନ୍ଦ୍ରଜିତ ଜେନା, ନନ୍ଦଗୋପାଳ ଘଡେଇଙ୍କ ସମେତ ଭାରତୀୟ ମଜଦୁର ସଂଷର କର୍ମକର୍ତ୍ତା ଏବଂ ବହୁ ସାଧାରଣ ଜନତା ଏହି ଅଭିଯାନରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *