ନୂଆ ଶାଢ଼ି ପିନ୍ଧି ଭୋଟ୍ ଦେବାକୁ ଆସିଲେ ୧୦୬ ବର୍ଷୀୟା ବୃଦ୍ଧା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହାର ବଢାଇବାକୁ ନିର୍ବାଚନ କମିଶନ ଅନେକ ପ୍ରୟାସ କରୁଛନ୍ତି । ଭୋଟର କିଭଳି ଅଧିକରୁ ଅଧିକ ଭୋଟ ଦେବେ ସେଥିପାଇଁ ବିଜ୍ଞାପନ ସହ ଗଣମାଧ୍ୟମରେ ଅନେକ ଥର ଅପିଲ ବି କରୁଛନ୍ତି । ତେବେ ଦେଶରେ ଏମିତି ଅନେକ ଭୋଟର ଅଛନ୍ତି ଯେଉଁମାନେ ଭୋଟ ଦେବାକୁ ନିଜର କର୍ତ୍ତବ୍ୟ ବୋଲି ଭାବୁଛନ୍ତି ଓ ବୟସାଧିକ୍ୟ କଷ୍ଟ ହେଲେ ବି ଭୋଟ ଦେଉଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଜଣେ ଭୋଟରଙ୍କ ବାବଦରେ କହିବୁ । ବାସ୍ତବରେ ଶୁକ୍ରବାର ଦିନ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ବିହାରର କଟିହାରରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ବିହାରର ଗୁରୁବଜାର ମତଦାନ କେନ୍ଦ୍ରରେ ୧୦୬ ବର୍ଷୀୟା ଚଲୋ ଦେବୀ ମଧ୍ୟ ଭୋଟ୍ ଦେଇଥିଲେ । ଯେହେତୁ ବୃଦ୍ଧାବସ୍ଥା ହେତୁ ସେ ଚାଲିବାକୁ ଅସମର୍ଥ ହୋଇଥିଲେ କିନ୍ତୁ ମା କହିବା ପରେ ତାଙ୍କ ପୁଅ ବିଲ୍ଟୁ ଯାଦବ ତାଙ୍କୁ ବୋହିକି ମତଦାନ କେନ୍ଦ୍ର ଯାଏଁ ଆଣିଥିଲେ । ବଡ କଥା ଯେ ମତଦାନକୁ କର୍ତ୍ତବ୍ୟ ଭାବୁଥିବ ଚଲୋ ଦେବୀ ନୂଆ ଶାଢ଼ୀ ପିନ୍ଧିଥିଲେ ଓ ଭୋଟ ଦେଇଥିଲେ । ତେବେ ଯେହେତୁ ନିର୍ବାଚନ ଆୟୋଗ ବରିଷ୍ଠ ନାଗରିକ ଏବଂ ଗର୍ଭବତୀ ମହିଳାଙ୍କୁ ଧାଡ଼ିରେ ଠିଆ ନକରିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ସେଥିପାଇଁ ଏହି ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ଏଠାରେ ନିୟୋଜିତ ମତଦାନ କର୍ମଚାରୀ ଏବଂ ପୁଲିସ କର୍ମଚାରୀ ବୃଦ୍ଧା ମହିଳାଙ୍କୁ ଭୋଟ୍ ଦେବାରେ ସାହାଯ୍ୟ କରିଥିଲେ । ତାଙ୍କୁ ତାଙ୍କ ପୁଅଙ୍କ ସହ ଇଭିଏମ୍ ରୁମକୁ ପଠାଇ ମତଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *