Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶାହାଜାହାଁ ଶେଖର ସହଯୋଗୀଙ୍କଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କଲା ସିବିଆଇ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶାହାଜାହାଁ ଶେଖର ସହଯୋଗୀଙ୍କଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କଲା ସିବିଆଇ

କୋଲକାତା: ପଶ୍ଚିମବଙ୍ଗରେ ମହିଳାଙ୍କ ପ୍ରତି ଯୌନ ନିର୍ଯାତନା ଓ ହିଂସାକୁ ନେଇ ଚର୍ଚ୍ଚାରେ ଥିବା ସନ୍ଦେଶଖାଲି ପୁଣି ଚର୍ଚ୍ଚାକୁ ଆସିଛି । ଶୁକ୍ରବାର (ଏପ୍ରିଲ ୨୬) ଦିନ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶେଖ ଶାହାଜାହାନର ଘନିଷ୍ଠ ସହଯୋଗୀଙ୍କ ଘରେ ଚଢ଼ାଉ କରି ସେଠାରୁ ପ୍ରାୟ ୧୨ଟି ବନ୍ଧୁକ ଓ ଗୁଳି ଜବତ କରିଥିଲା । ସେଠାରୁ ମିଳିଥିବା ବୋମାଗୁଡ଼ିକୁ ନିଷ୍କ୍ରିୟ କରିବା ପାଇଁ ଜାତୀୟ ସୁରକ୍ଷା ଗାର୍ଡ (ଏନଏସଜି)ର ଏକ ବୋମା ସ୍କ୍ୱାଡ୍ ଟିମ୍ ନିୟୋଜିତ ହୋଇଥିଲା । ସନ୍ଦେଶଖାଲିର ଏହି ସଦ୍ୟତମ ଘଟଣାକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛି । ବିଜେପିର ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମଧ୍ୟ ରାଜ୍ୟର ଗୃହମନ୍ତ୍ରୀ ଏବଂ ଯେଭଳି ଏତେ ପରିମାଣର ବେଆଇନ ଅସ୍ତ୍ରଶସ୍ତ୍ର ମିଳିଛି, ତାହା ଦେଶ ବିରୋଧରେ ଯୁଦ୍ଧ କରିବାକୁ ଏକ ଷଡ଼ଯନ୍ତ୍ର ପରି । ଗତ ଫେବ୍ରୁଆରିମାସରେ ଶାହଜାହାଁ ଶେଖର ସମର୍ଥକଙ୍କ ଦ୍ୱାରା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍ ଉପରେ ହୋଇଥିବା ଆକ୍ରମଣ ସହ ଏହି ସର୍ଚ୍ଚ ଅପରେସନ ଜଡ଼ିତ ବୋଲି ତଦନ୍ତକାରୀ ଅଧିକାରୀମାନେ କହିଛନ୍ତି ।

Leave a Reply