Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦୂତାବାସ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦୂତାବାସ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ଲଣ୍ଡନ: ଲଣ୍ଡନରେ ଥିବା ଭାରତୀୟ ଦୂତବାସ ଉପରେ ଗତବର୍ଷ ହୋଇଥିବା ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)କୁ ବଡ଼ ସଫଳତା ମିଳିଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ଖଲିସ୍ତାନୀ ସପକ୍ଷବାଦୀ ଅମୃତପାଲ ସିଂହକୁ ଏନଆଇଏ ଗିରଫ କରିବା ପରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଗିରଫଦାରୀ ବିରୋଧରେ ଲଣ୍ଡନରେ ଥିବା ଭାରତୀୟ ଦୂତାବାସ ବାହାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏତିକି ବେଳେ ଦୂତାବାସରେ ଆକ୍ରମଣ କରାଯାଇଥିଲା । ଏବେ ଏହି ଘଟଣାରେ ବ୍ରିଟେନର ହୋନସ୍ଲୋରେ ରହୁଥିବା ଖଲିସ୍ତାନୀ ସପକ୍ଷବାଦୀ ଇନ୍ଦ୍ରପାଲ ସିଂହ ଗାବା ଗିରଫ ହୋଇଛି । ୨୦୨୩ ମାର୍ଚ୍ଚ ୨୨ ତାରିଖ ଘଟଣା ପାଇଁ ତାକୁ ୟୁଏପିଏ ବଳରେ ଗିରଫ କରାଯାଇଛି । ୨୦୨୩ ମାର୍ଚ୍ଚ ୧୮ ତାରିଖରେ ପଞ୍ଜାବ ପୁଲିସ ପ୍ରଥମେ ଅମୃତପାଲ ସିଂହ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହାର ପ୍ରତିବାଦରେ ଦୂତାବାସ ଉପରେ ଆକ୍ରମଣ କରାଯାଇଥିଲା । ମାର୍ଚ୍ଚ ୧୯ ଓ ମାର୍ଚ୍ଚ ୨୨ରେ ଘଟିଥିବା ଘଟଣା ପଛରେ ସାଂଘାତିକ ଷଡ଼ଯନ୍ତ୍ର ରହିଥିଲା । ଭାରତୀୟ ଦୂତାବାସ ଓ ଏହାର କର୍ମଚାରୀଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଖଲିସ୍ତାନୀ ସପକ୍ଷବାଦୀମାନେ ଷଡ଼ଯନ୍ତ୍ର କରିଥିଲେ ବୋଲି ଏନଆଇଏ କହିଛି । ଇନ୍ଦ୍ରପାଲକୁ ଲଣ୍ଡନରେ ଗିରଫ କରାଯାଇଛି । କାଗଜପତ୍ର କାମ ପରେ ତା’କୁ ଭାରତ ଅଣାଯିବ । ତେବେ ଏ ସମ୍ପର୍କରେ ଏନଆଇଏ ପକ୍ଷରୁ କୌଣସି ପ୍ରକାରର ବିସ୍ତୃତ ସୂଚନା ଦିଆଯାଇ ନାହିଁ ।

Leave a Reply