Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ


୨ କିମି ଖଟିଆରେ ବୁହାହେଲେ ଗର୍ଭବତୀ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୩୬ ମସିହାରେ ଓଡ଼ିଶାକୁ ଦେଶର ୧ ନମ୍ବର ବିକଶିତ ରାଜ୍ୟ ଭାବେ ଗଢ଼ିବାକୁ ସ୍ୱପ୍ନ ଦେଖୁଥିବା ବେଳେ ବାଲେଶ୍ୱର ଜିଲ୍ଲା ସୋରରୁ ଆସିଛି ଜନନୀ ଯନ୍ତ୍ରଣାର ଚିତ୍ର । ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରି ନାହିଁ । ଫଳରେ ଜଣେ ଗର୍ଭବତୀ ମହିଳାଙ୍କୁ ୨ କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୋହି କି ନେବାକୁ ପଡ଼ିଛି । ସ୍ୱାଧୀନତାର ସାତ ଦଶନ୍ଧି ପରେ ବି ଗାଁକୁ ରାସ୍ତା ନଥିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ଦୁଇକିମି ବୁହାଯାଇଛି । ସୋର ବ୍ଲକ ଅଧ୍ୟକ୍ଷା ଅନୁସୟା ମଳିକଙ୍କ ପଂଚାୟତ ତଥା ସୋର ବ୍ଲକ ଅନନ୍ତପୁର ପଂଚାୟତ ନାଥସାହିରେ । ଗତ କିଛିଦିନ ତଳେ ଗାଁର ରାସ୍ତା ସମସ୍ୟାକୁ ନେଇ ଗାଁ ଲୋକେ ଜିଲାପାଳଙ୍କ ଠାରେ ଦ୍ୱାରସ୍ଥ ହୋଇଥିଲେ ଏବଂ ରାସ୍ତା ନିର୍ମାଣ ଓ ସମସ୍ୟାର ସମାଧାନ ନହେଲେ ଭୋଟ ବର୍ଜନର ଚେତାବନୀ ଦେଇଥିଲେ । ଆଜି ସକାଳେ ଗ୍ରାମର କେଶବ ନାଥଙ୍କ ସ୍ତ୍ରୀ ସୁରଭି ନାଥଙ୍କ ପ୍ରସବ ଜନିତ ଯନ୍ତ୍ରଣାର ସମ୍ମୁଖୀନ ହୋଇଥିଲେ । ଫଳରେ ପରିବାର ଲୋକେ ସୁରଭିଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୨ ଆମ୍ବୁଲାନ୍ସକୁ ଜଣାଇଥିଲେ । ଆମ୍ବୁଲାନ୍ସ ଆସିଥିଲା ସତ । କିନ୍ତୁ ଗାଁକୁ ରାସ୍ତା ନଥିବା କାରଣରୁ ଆଗକୁ ବଢ଼ିପାରି ନଥିଲା । ଗାଁରେ ପହଞ୍ଚିବାର ୨ କିଲୋମିଟର ଦୂରରେ ଅଟକି ଯାଇଥିଲା । ପରେ ଗ୍ରାମବାସୀଙ୍କ ସହଯୋଗରେ ପରିବାର ଲୋକେ ସୁରଭିଙ୍କୁ ଏକ ଖଟିଆ ଦ୍ୱାରା ଘରଠାରୁ ବୋହିନେଇ ଆମ୍ବୁଲାନ୍ସ ଯୋଗେ ଅନନ୍ତପୁର ଡ଼ାକ୍ତରଖାନାକୁ ନେଇଥିଲେ । ସେଠାରେ ଏବେ ସୁରଭି ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣାପଡିଛି । ନାଥସାହିରେ ପାଖାପାଖି ୧୫୦ ପରିବାର ବସବାସ କରୁଛନ୍ତି ଭୋଟର ସଂଖ୍ୟା ୪୦୦ ପାଖାପାଖି ଅଛନ୍ତି । ତେବେ ଦେଶ ସ୍ୱାଧୀନତାର ୭୬ ବର୍ଷ ପରେବି ଏହି ଗ୍ରାମର ଲୋକେ ମୌଳିକ ଅଧିକାରରୁ ବଞ୍ଚିତ ରହିବା ପରିତାପର ବିଷୟ ଅଟେ । ଏପରିସ୍ଥିତିରେ ପ୍ରଶାସନ ସବୁଜାଣି ନିରବଦ୍ରଷ୍ଟା ସାଜିବା ଥିବା ବେଳେ ମୌଳିକ ସୁବିଧାରୁ ବଂଛିତ ଥିବା ଗ୍ରାମବାସୀମାନେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନର ଚେତାବନୀ ଦେଇଛନ୍ତି

Leave a Reply