Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଡିଜିଟାଲ ଯୁଗରେ ଡିବିରି ଆଲୁଅ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଡିଜିଟାଲ ଯୁଗରେ ଡିବିରି ଆଲୁଅ

କଳାହାଣ୍ଡି : ବର୍ତ୍ତମାନର ଡିଜିଟାଲ ଯୁଗରେ ଏମିତି ବି ଏକ ଗାଁ ରହିଛି, ଯେଉଁଠି ସନ୍ଧ୍ୟା ହେଲେ ଡିବିରି ଆଲୁଅ ଲୋକଙ୍କ ଭରସା । ଗାଁକୁ – ବିଦ୍ୟୁତ୍ ଯାଇନଥିବାରୁ ସଞ୍ଜ ହେଲେ ଘରେ ଘରେ ଜଳୁଛି ଡିବିରି ଆଲୁଅ । ଏପରି ଏକ ଗାଁ ହେଉଛି କଳାହାଣ୍ଡି ଜିଲା ଜୟପଟଣା ବ୍ଲକ ବାନେର ପଞ୍ଚାୟତର ଲୁହାବାହାଲ ଗ୍ରାମର ନୂଆପଡ଼ା । ଏହା ଏକ ପଡ଼ା ଗ୍ରାମ ହୋଇଥିଲେ ମଧ୍ୟ ଗ୍ରାମବାସୀ ବିଦ୍ୟୁତ୍ ସହ ପାନୀୟ ଜଳ, ରାସ୍ତା ଭଳି ମୌଳିକ ସୁବିଧାରୁ ବଞ୍ଚୁତ ହୋଇଛନ୍ତି । ଏ ସମ୍ପର୍କରେ ସେମାନେ ବିଭାଗୀୟ କର୍ତ୍ତୃପକ୍ଷ, ରାଜନେତା, ପ୍ରଶାସନକୁ ବହୁବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଶେଷରେ ନିରାଶ ହୋଇ ପଡ଼ିଛନ୍ତି ଗ୍ରାମବାସୀ ।ଲୁହାବାହାଲ ଏକ ରାଜସ୍ୱ ଗ୍ରାମ । ୨୦୧୮ରେ ଲୁହାବାହାଲ ଗାଁରେ ବସବାସ କରୁଥିବା କେତେକ ପରିବାର ଉଠିଆସି ୧ କିମି ଦୂରରେ ନୂଆପଡ଼ା ନାମରେ ଏକ ପଡ଼ାଗ୍ରାମ ଗଢ଼ିଥିଲେ । ବର୍ତ୍ତମାନ ସେଠାରେ ୧୦ରୁ ଅଧିକ ପରିବାର ସ୍ଥାୟୀ ଭାବେ ବାସ କରୁଛନ୍ତି । ଲୋକସଂଖ୍ୟା ପାଖାପାଖୂ ୧୦୦ । ପାଖରେ ବିଦ୍ୟୁତ୍ ଗ୍ରୀଡ୍ ରହିଛି । ହେଲେ ଗାଁକୁ ବିଜୁଳି ସଂଯୋଗ ହୋଇ ନାହିଁ । ସନ୍ଧ୍ୟା ହେଲେ ପିଲାମାନେ ଡିବିରି ଆଲୁଅରେ ପାଠ ପଢ଼ନ୍ତି । ଏହା ସହ ରୋଷେଇ, ଖାଇବା ଆଦି ସବୁ ଡିବିରି ଆଲୁଅରେ ହୋଇଥାଏ । ଖାଲି ରାତି ହେଲେ ଅନ୍ଧାରି ଜୀବନରେ ସରିଯାଇନି ଏମାନଙ୍କ କାହାଣୀ । ପାନୀୟ ଜଳ ଓ ଭଲ ରାସ୍ତା ମଧ୍ୟ ନୂଆପଡ଼ା ପଡ଼ାବାସୀଙ୍କୁ ମିଳି ପାରୁନାହିଁ । ଗ ଗରମ ରେ ଡହଳବିକଳ ହେବା ସହ ନଳକୂପ ପାଣି ପାଣି ନିଅଣ୍ଟିଆ ହେଉଥିବାରୁ ପାଣି ପାଇଁ ପାଖରେ ଥିବା ନାଳ ଉପରେ ନିର୍ଭର କରୁଛନ୍ତି । ପକ୍କା ରାସ୍ତା ତ ନାହିଁ ଓ କଚ୍ଚା ରାସ୍ତାରେ ଏହି ନାଳ ସାଜିଛି ବାଧକ ନାଳ ଉପରେ କାଠରେ ଏକ ଅସ୍ଥାୟୀ ପୋଲ ତିଆରି କରି ଯିବାଆସିବା କରୁଛନ୍ତି ପଡ଼ା ବାସୀ । ନିର୍ବାଚନ ବେଳେ ନେତା ଆସି ପ୍ରତିଶ୍ରୁତି ଦେଇ ଯାଉଛନ୍ତି । ହେଲେ ଜିତିବା ପରେ ଦେଇଥିବା ପ୍ରତିଶ୍ରୁତି ସବୁ ପାଣିର ଗାର ପାଲଟୁଛି ବୋଲି ନୂଆପଡ଼ାର ସୁନେ ମାଝି, ନୂଆଦେଈ ଧଙ୍ଗଡ଼ାମାଝି, ସନ୍ତୋଷ ଦାସ, ବିଳାସିନୀ ଦଳପତି ଅଭିଯୋଗ କରିଛନ୍ତି । ଏବେ ସେଠାକୁ ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କୁ ବିଜୁଳି ନାହିଁ ତ ଭୋଟ ନାହିଁ ବୋଲି ସିଧା ଶୁଣାଇ ଦେଇଛନ୍ତି ପଡ଼ାବାସୀ । ଭୋଟ ଶେଷ ପରେ ନିଶ୍ଚିତଭାବେ ବିଦ୍ୟୁତ୍ ସଂଯୋଗ କରାଯିବ ବୋଲି ବିଧାୟକ ଦିଶାରୀ ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply