Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୨୦୨୪ ହେବ ବିଶ୍ୱର ସବୁଠୁ ମହଙ୍ଗା ନିର୍ବାଚନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୨୦୨୪ ହେବ ବିଶ୍ୱର ସବୁଠୁ ମହଙ୍ଗା ନିର୍ବାଚନ

ସନ୍ଦେଶଖାଲି ମାମଲା : ୫ ଜଣଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁକଲା ସିବିଆଇ କୋଲକାତା ବହୁ ଚର୍ଚ୍ଚିତ ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ସିବିଆଇ ପ୍ରଥମ ଏଫ୍‌ଆଇଆର ରୁଜୁ କରିଛି । ଏଠାକାର ମହିଳାଙ୍କୁ ଯୌନ ଉତ୍ପୀଡନ ଓ ଜମି ହଡପ କରିବା ଅଭିଯୋଗରେ ୫ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ ଏହି ଏଫ୍‌ଆଇଆର ରୁଜୁ ହୋଇଛି । ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ସିବିଆଇ ଯେଉଁ ୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିଛି, ସେମାନଙ୍କ ନାଁ ଖୁଲାସା କରିନାହିଁ । ଏପ୍ରିଲ ୧୦ ତାରିଖରେ କଲିକତା ହାଇକୋର୍ଟ ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ମହିଳାଙ୍କ ଯୌନ ଉତ୍ପୀଡନ ଓ ଜମି ହଡପ ଅଭିଯୋଗରେ ଅଦାଲତଙ୍କ ଦେଖାରେଖରେ ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ନ୍ୟାୟ ହିତରେ ନୀରପେକ୍ଷ ତଦନ୍ତ ଜରୁରୀ ବୋଲି କୋର୍ଟ କହିଥିଲେ ।ସିବିଆଇ ଏହି ମାମଲାରେ ଅଭିଯୋଗ ଦାଖଲ କରିବା ପାଇଁ ଏକ ଇମେଲ୍ ଆଇଡି ମଧ୍ୟ ଜାରି କରିଥିଲା । ଏହା ଜରିଆରେ ସିବିଆଇକୁ ବିପୁଳ ସଂଖ୍ୟାରେ ଅଭିଯୋଗ ପ୍ରାପ୍ତ ହୋଇଥିଲା । ଏହାପରେ ଅଭିଯୁକ୍ତଙ୍କ ପତା ଲଗାଇବା ପାଇଁ ସିବିଆଇ ସନ୍ଦେଶଖାଲିକୁ ଏକ ୧୦ ଜଣିଆ ସଦସ୍ୟ ବିଶିଷ୍ଟ ଟିମ୍ ପଠାଇଥିଲା । ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲାର ସନ୍ଦେଶଖାଲିରେ ତ୍ରୁଣମୂଳ କଂଗ୍ରେସର ଜଣେ ସ୍ଥାନୀୟ ନେତାଙ୍କ ଦ୍ୱାରା ମହିଳାଙ୍କୁ ଯୌନ ଉତ୍ପୀଡନ କରିବା ଅଭିଯୋଗକୁ ନେଇ ଜୋରଦାର ବିରୋଧ ପ୍ରଦର୍ଶନ ହୋଇଥିଲା । ଟିଏମ୍‌ସି ନେତା ଶାହଜାହାଁ ଶେଖ୍ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ଜମି ହଡପ କରିବା ଯୌନ ଉତ୍ପୀଡନ କରିଥିବା ନେଇ ଏଠାକାର ଶତାଧିକ ମହିଳା ଅଭିଯୋଗ କରିଥିଲେ । ଜାନୁଆରୀ ୫ ତାରିଖରେ ଶାହଜାହାଁ ସହ ଜଡିତ ଲୋକେ ରାସନ ବଣ୍ଟନ ଦୁର୍ନୀତି ଅଭିଯୋଗରେ ରେଡ୍ କରିବା ପାଇଁ ଯାଇଥିବା ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିଲେ । ଏହାପରେ ଟିଏମ୍‌ସି ନେତା ଶେଖ ଶାହଜାହାଁଙ୍କୁ ଗିରଫ କରାଯାଇଥିଲା ।

Leave a Reply