କ୍ଷମତା ପାଇଁ ଛଟପଟ କଂଗ୍ରେସ ପାଇଁ ନିଜ ପରିବାର ହିଁ ସବୁକିଛି : ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ/ମୁରୈନା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁରୁବାର ଦିନ ମଧ୍ୟ ପ୍ରଦେଶର ମୁରୈନା ଠାରେ ଆୟୋଜିତ ଏକ ବିଶାଳ ବିଜୟ ସଂକଳ୍ପ ରାଲୀକୁ ସମ୍ବୋଧିତ କରି କଂଗ୍ରେସର ଇନହେରିଟେନ୍ସ ଟ୍ୟାକ୍ସ ଉପରେ ଦୋମୁହାଁ ଚରିତ୍ରକୁ ସ୍ପଷ୍ଟ କରିଛନ୍ତି ଓ ପୁଣି ଥରେ ବିଜେପି ସରକାର ଗଢିବାକୁ ଆହ୍ୱାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଗୁନାରୁ ବିଜେପି ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ମଧ୍ୟ ପ୍ରଦେଶର ବିଜେପି ସଭାପତି ତଥା ଖଜୁରାହୋ ପ୍ରାର୍ଥୀ ବିଷ୍ଣୁ ଦତ ଶର୍ମା, ମୁରୈନାରୁ ପ୍ରାର୍ଥୀ ମଂଗଲ ସିଂହ ତୋମର, ଭିଂଡରୁ ପ୍ରାର୍ଥୀ ସଂଧ୍ୟା ରାୟ ଓ ଗ୍ୱାଲିୟରରୁ ପ୍ରାର୍ଥୀ ଭରତ ସିଂହ ମଂଚ ଉପରେ ଉପସ୍ଥିତ ଥିଲେ । କଂଗ୍ରେସକୁ ମଧ୍ୟ ପ୍ରଦେଶର ବିକାଶର ବିରୋଧୀ ବୋଲି କହି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁରୈନା ସବୁବେଳେ ଯାହାଙ୍କ ପାଇଁ ରାଷ୍ଟ୍ର ପ୍ରଥମ ସେଭଳି ଲୋକଙ୍କ ସାଥିରେ ରହି ଆସିଛି । ମଧ୍ୟ ପ୍ରଦେଶର ଜନସାଧାରଣ ଜାଣନ୍ତି ଯେ ସମସ୍ୟାରୁ ଥରେ ମୁକ୍ତି ପାଇବା ପରେ ସେହି ସମସ୍ୟାରୂ ଦୂରରେ ରହିବା ହିଁ ଭଲ । ଜନସାଧାରଣ ଏହା ମଧ୍ୟ ଜାଣନ୍ତି ଯେ କଂଗ୍ରେସ ହେଉଛି ଏଭଳି ଏକ ସମସ୍ୟା ଯିଏ କି ବିକାଶ ବିରୋଧୀ । ଚମ୍ବଲର ଲୋକ ମାନେ କଂଗ୍ରେସର କୁଶାସନର ସମୟକୁ କେବେ ହେଲେ ଭୁଲି ପାରିବେ ନାହି, ଯେତେବେଳେ କଂଗ୍ରେସ ଚମ୍ବଲର ପରିଚୟ ଖରାପ ଆଇନ ଶୃଙ୍ଖଳା ସ୍ଥିତି ରୂପେ କରି ଦେଇଥିଲେ । କଂଗ୍ରେସ ମଧ୍ୟପ୍ରଦେଶକୁ ଦେଶର ଅସୁସ୍ଥ ରାଜ୍ୟର ବର୍ଗରେ ଠିଆ କରିଦେଇଥିଲା, କିନ୍ତୁ ବିଜେପି ସରକାର କଂଗ୍ରେସ ଦ୍ୱାରା କରାଯାଇଥିବା ଗାତକୁ ଭରିବା ପରେ ମଧ୍ୟପ୍ରଦେଶକୁ ନୂଆ ପରିଚୟ ପ୍ରଦାନ କରିଛି । ବିଜେପି ସରକାରରେ ଚମ୍ବଲ, କାଲୀ ସିନ୍ଧ, ପାର୍ବତୀ ଲିଙ୍କ ପ୍ରକଳ୍ପରୁ ଜଳସେଚନ ପରି ସମସ୍ୟା ଦୂର ହେବ । ପାଣିର ସମସ୍ୟାକୁ ଶେଷ କରିବା ପାଇଁ ମୁନ୍ଦରୀ ବନ୍ଧ ପରି ପ୍ରକଳ୍ପ ଉପରେ କାର୍ଯ୍ୟ ହେଉଛି । ପ୍ରାୟ ୨.୫ ହଜାର କୋଟି ଟଙ୍କା ମୂଲ୍ୟରେ ନିର୍ମାଣ ଗ୍ୱାଲିୟର-ଶ୍ୟୋପୁର ରେଲୱେ ଟ୍ରାକ ପରି ଆଧୁନିକ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟରେ ଏହି ଅଂଚଳର ଚିତ୍ର ବଦଳୁଛି । ଏଠାରେ ଲେଦର ପାର୍କ ବି ବିକଶିତ କରାଯାଉଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆର ତଦାରଖରେ ଗ୍ୱାଲିୟର ବି ସୁଦୃଢ ହେଉଛି । ବିଜେପି ସରକାରରେ ହୋଇଥିବା ବିକାଶକୁ ଭିଂଡ, ମୁରୈନା, ଗ୍ୱାଲିୟରର ଲୋକେ ଅଧିକ ଅନୁଭବ କରୁଛନ୍ତି, ଯେଉଁମାନେ କଂଗ୍ରେସର ସେହି କଳା ସମୟ ଦେଖିଛନ୍ତି । ଜୁନ ୪ ତାରିଖ ପରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଯାଦବଙ୍କ ନେତୃତ୍ୱରେ ମଧ୍ୟପ୍ରଦେଶର ବିକାଶ ପୂର୍ବାପେକ୍ଷା ଅଧିକ କ୍ଷିପ୍ର ବେଗରେ ହେବ । ଦେଶର ସାମରିକ ଶକ୍ତିକୁ ଦୁର୍ବଳ କରିବା ପାଇଁ କଂଗ୍ରେସକୁ ଦାୟୀ କରି ଶ୍ରୀ ମୋଦି କହିଛନ୍ତି ଯେ, ବିଜେପି ପାଇଁ ଦେଶଠାରୁ ବଡ ଆଉ କିଛି ବି ନୁହେଁ, କିନ୍ତୁ କଂଗ୍ରେସ ପାଇଁ ନିଜ ପରିବାର ହିଁ ସବୁକିଛି ଅଟେ । କଂଗ୍ରେସର ନୀତି ଅଟେ, ଯିଏ ଦେଶ ପାଇଁ ସବୁଠୁ ଅଧିକ ଯୋଗଦାନ କରିବ, ପରିଶ୍ରମ କରିବ, ସମର୍ପଣ କରିବ, ତାକୁ ପଛରେ ରଖାଯିବ । ଏଥିପାଇଁ କଂଗ୍ରେସ ଅନେକ ବର୍ଷ ଯାଏ ସେନାର ଯବାନଙ୍କ ‘ୱାନ ରାଙ୍କ ୱାନ ପେନସନ’ ପରି ଦାବି ପୂରଣ କରିନଥିଲା, କିନ୍ତୁ ବିଜେପି ସରକାର ଗଠନ ହେବା ପରେ ୱାନ ରାଙ୍କ ୱାନ ପେନସନ ଲାଗୁ କରାଗଲା ଏବଂ ସୀମା ଉପରେ ଠିଆ ହେଉଥିବା ଯବାନଙ୍କୁ ସମ୍ମାନ ଦିଆଗଲା । କଂଗ୍ରେସ ଶାସନରେ ବୀର ଯବାନଙ୍କ ହାତ ବନ୍ଧା ହୋଇଥିଲା, କିନ୍ତୁ ବିଜେପି ଯବାନଙ୍କୁ ଇଟାର ଜବାବ ପଥରରେ ଦେବାକୁ ଅନୁମତି ଦେଇଛି ଏବଂ ଶତ୍ରୁଙ୍କୁ ମୁହଁତୋଡ ଜବାବ ଦିଆଯାଉଛି ।

Leave a Reply

Your email address will not be published. Required fields are marked *